ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା: ଜଣେ ଅଭିଯୁକ୍ତ ଅଟକ
ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳ ଖଜୁରିଆ ନିକଟ ଏକ ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା। ମାମଲାରେ... The post ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା: ଜଣେ ଅଭିଯୁକ୍ତ ଅଟକ appeared first on .
ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳ ଖଜୁରିଆ ନିକଟ ଏକ ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା। ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। କେତେ ଦିନ ଧରି ସେହି ଅର୍ଦ୍ଧ ନିର୍ମିତ ଘରେ କଣ ଯୋଜନା ଚାଲିଥିଲା ଏହାର ତନାଘନା କରୁଛି ପୋଲିସ। ଘଟଣାରେ ମୋଟ ୪ ଅଭିଯୁକ୍ତ ସାମିଲ ଥିବା ଜଣାପଡିଛି। କିଛି ଅପରାଧ ଘଟାଇବା ନେଇ ଯୋଜନା କରୁଥିବା ସନ୍ଦେହ କରୁଛି ପୋଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛି ପୋଲିସ। ସେପଟେ ଉଦ୍ଧାର ବୋମା ଗୁଡିକୁ ନିଷ୍କ୍ରିୟ କରିଛି ବ୍ରହ୍ମପୁର ପୋଲିସ। ପ୍ରଥମେ ବୋମା ନିଷ୍କ୍ରିୟ କରିବାକୁ ଫୁଲବାଣୀରୁ ସ୍ଵତନ୍ତ୍ର ଟିମ ଡକାଯାଇଥିଲା। ତେବେ ନିଷ୍କ୍ରିୟ କରିବାରେ ବିଫଳ ହେବାରୁ ବ୍ରହ୍ମପୁର ବୋମା ନିଷ୍କ୍ରିୟକାରୀ ଟିମ ବୋମାଗୁଡିକୁ ନିଷ୍କ୍ରିୟ କରିଥିଲେ। ବ୍ରହ୍ମପୁର ପୋଲିସର ପାଟ୍ରୋଲିଂ ଚାଲିଥିବାବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ କିଛି ଅଭିଯୁକ୍ତ। ଏହାପରେ ସେଠାରୁ ୭ ବୋମା ଉଦ୍ଧାର କରାଯାଇଥିଲା ।
The post ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା: ଜଣେ ଅଭିଯୁକ୍ତ ଅଟକ appeared first on .