ଅଲ ଓଡିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଜିଲ୍ଲା ବୋର୍ଡ କମିଟି ବୈଠକ
ଝାରସୁଗୁଡା ୯/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ରାଜପୁର ପଞ୍ଚାୟତ ବଘରାଚକା ସାମୁଦାୟିକ ଭବନ ଠାରେ ରବିବାର ଦିନ ଅଲ୍ ଓଡିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଝାରସୁଗୁଡ଼ା ଜିଲ୍ଲା ବୋର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ସଦସ୍ୟ ସନିଚର ଖଡ଼ିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଫୁଲଚନ ଖଡିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ସଭାରେ ସମାଜସେବା ନିମନ୍ତେ ଗୋଟିଏ ଟ୍ରଷ୍ଟ ପଞ୍ଜିକରଣ କରି ଅସହାୟ ଗରିବ […] The post ଅଲ ଓଡିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଜିଲ୍ଲା ବୋର୍ଡ କମିଟି ବୈଠକ appeared first on Odisha.News.
ଝାରସୁଗୁଡା ୯/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ରାଜପୁର ପଞ୍ଚାୟତ ବଘରାଚକା ସାମୁଦାୟିକ ଭବନ ଠାରେ ରବିବାର ଦିନ ଅଲ୍ ଓଡିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଝାରସୁଗୁଡ଼ା ଜିଲ୍ଲା ବୋର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ସଦସ୍ୟ ସନିଚର ଖଡ଼ିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଫୁଲଚନ ଖଡିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ସଭାରେ ସମାଜସେବା ନିମନ୍ତେ ଗୋଟିଏ ଟ୍ରଷ୍ଟ ପଞ୍ଜିକରଣ କରି ଅସହାୟ ଗରିବ ଲୋକଙ୍କ ସେବା,ଶିକ୍ଷା, ପରମ୍ପରା, ପ୍ରକୃତି ସେବାକୁ ଆଗକୁ ନେବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏଥିସହ ପ୍ରତ୍ୟେକ ଗ୍ରାମରୁ ୨ କିମ୍ୱା ୩ ଜଣ ଲେଖାଏଁ ସଦସ୍ୟ ସଦସ୍ୟାଙ୍କୁ ଜିଲ୍ଲା ବୋର୍ଡ କମିଟିରେ ସାମିଲ କରିବା ପାଇଁ ସ୍ଵୀକୃତି ପ୍ରଦାନ କରିଥିଲେ।
ଉକ୍ତ ବୈଠକରେ ସମାରୁ ଖଡ଼ିଆ, ଶ୍ରୀମତୀ ରଇବାରି ଖଡ଼ିଆ, ଗୌରାଙ୍ଗ ଖଡ଼ିଆ, ଅଶୋକ ଖଡ଼ିଆ,ବିଜୟ ଖଡ଼ିଆ, ସୁରେଶ ଖଡ଼ିଆ,ଅର୍ଜୁନ ଖଡ଼ିଆଙ୍କ ସମେତ କୁରେମାଲ, କଦମଡିହି, ଚୁଆଁକାନି, ବଡଯୋବ, କେଛୋବାହାଲ,ଚିଚିଣ୍ଡା, ୯ ନମ୍ବର, ବଘରାଚକା, ଆମ୍ବଦରହ, ଗୌରମାଲ ଦୁଧ ଖଡ଼ିଆ ସମାଜ ଗୁଡ଼ିର ମୁଖିଆ,ସଭାପତି, ସଂପାଦକ,କୋଷାଧ୍ୟକ୍ଷ ଓ ସମସ୍ତ ବୋର୍ଡ କମିଟି ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ବୈଠକକୁ ମୋହନ ଖଡ଼ିଆ ସଞ୍ଚାଳନ କରିଥିବା ବେଳେ ମନୋଜ ଖଡ଼ିଆ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ।
The post ଅଲ ଓଡିଶା ଦୁଧ ଖଡ଼ିଆ ସମାଜ ବିକାଶ ପରିଷଦ ଜିଲ୍ଲା ବୋର୍ଡ କମିଟି ବୈଠକ appeared first on Odisha.News.