ଅଲଗା ହେବାର ୧୩ ବର୍ଷ ପରେ ପୁରୁଣା ବିଜନେଶ ପାର୍ଟନର ହିରୋକୁ ପଛରେ ପକାଇଲା ଜାପାନ କମ୍ପାନୀ ହୋଣ୍ଡା

ନୂଆଦିଲ୍ଲୀ: ପୂର୍ବରୁ ଆମେ ହିରୋହଣ୍ଡା ବାଇକ କିଣୁଥିଲେ। ହେଲେ ୨୦୧୧ ପରେ ଦୁଇ କମ୍ପାନୀ ଅଲଗା ହୋଇଗଲେ। ଏହାପରେ ହିରୋ ମୋଟୋ କର୍ପ ଓ ହଣ୍ଡା ମୋଟର୍ସ ଇଣ୍ଡିଆ ନାମକ ଦୁଇଟି ଅଲଗା କମ୍ପାନୀ ହେଲା। ଏଇଠୁ ଆରମ୍ଭ ହୋଇଥିଲା ଦୁଇ ବିଜ୍‌ନେସ ପାର୍ଟନରଙ୍କ ମଧ୍ୟରେ ପ୍ରତିଯୋଗୀତା। ଆଉ ଅଲଗା ହେବାର ୧୩ ବର୍ଷ ପରେ ହଣ୍ଡା କମ୍ପାନୀକୁ ବଡ଼ ସଫଳତା ମିଳିଛି। ନିଜ ବିଜ୍‌ନେଶ ପାର୍ଟନର ତଥା ଦେଶୀ କମ୍ପାନୀ ହିରୋ ମୋଟୋ କର୍ପକୁ ପଛରେ ପକାଇ ଜାପାନ କମ୍ପାନୀ ହଣ୍ଡା ଆଗେଇ ଯାଇଛି। ଗାଡ଼ି ବିକ୍ରିରେ ହିରୋ ମୋଟୋକର୍ପକୁ ପଛରେ ପକାଇଛି ହଣ୍ଡା। ଦିନେ ଏକାଠି କାମ କରୁଥିବା ଏହି ବଡ଼ କମ୍ପାନିଙ୍କ ମଧ୍ୟରେ ଏବେ ଦେଖିବାକୁ ମିଳୁଛି ବଡ଼ ପ୍ରତିଯୋଗିତା। ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍ଚରର୍ସ ବା (SIAM)ର ତଥ୍ୟ ଅନୁଯାୟୀ, ଏପ୍ରିଲ-ଜୁଲାଇରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ହୋଲସେଲ ବିକ୍ରି ସବୁଠୁ ଅଧିକ ରହିଛି। ଆଉ ଏହି ରେକର୍ଡ ବିକ୍ରି ସହ ପ୍ରଥମ ଥର ହିରୋ ମୋଟୋକର୍ପକୁ ହୋଲସେଲ ବିକ୍ରିରେ ପଛରେ ପକାଇଛି ହୋଣ୍ଡା।ତଥ୍ୟ ଅନୁଯାୟୀ ଏହି ଅବଧିରେ ହୋଣ୍ଡା ୧୮.୫୩ ଲକ୍ଷ ୟୁନିଟ୍ ବିକ୍ରି କରିଛି। ଅନ୍ୟପଟେ ହିରୋର ହୋଲ୍‌ସେଲ୍ ବିକ୍ରି ୧୮.୩୧ ଲକ୍ଷ ୟୁନିଟର ରହିଛି। ଫଳରେ ହଣ୍ଡା ହିରୋ ଠାରୁ ୨୧.୬୫୩ ୟୁନିଟ ବାଇକ ଅଧିକ ବିକ୍ରି କରିଛି। ସେହିଭଳି ହଣ୍ଡା ହିରୋ ଠାରୁ ପ୍ରାୟ ୧.୩ ୟୁନିଟ ଅଧିକ ରପ୍ତାନୀ ମଧ୍ୟ କରିଛି।

ଅଲଗା ହେବାର ୧୩ ବର୍ଷ ପରେ ପୁରୁଣା ବିଜନେଶ ପାର୍ଟନର ହିରୋକୁ ପଛରେ ପକାଇଲା ଜାପାନ କମ୍ପାନୀ ହୋଣ୍ଡା

ନୂଆଦିଲ୍ଲୀ: ପୂର୍ବରୁ ଆମେ ହିରୋହଣ୍ଡା ବାଇକ କିଣୁଥିଲେ। ହେଲେ ୨୦୧୧ ପରେ ଦୁଇ କମ୍ପାନୀ ଅଲଗା ହୋଇଗଲେ। ଏହାପରେ ହିରୋ ମୋଟୋ କର୍ପ ଓ ହଣ୍ଡା ମୋଟର୍ସ ଇଣ୍ଡିଆ ନାମକ ଦୁଇଟି ଅଲଗା କମ୍ପାନୀ ହେଲା। ଏଇଠୁ ଆରମ୍ଭ ହୋଇଥିଲା ଦୁଇ ବିଜ୍‌ନେସ ପାର୍ଟନରଙ୍କ ମଧ୍ୟରେ ପ୍ରତିଯୋଗୀତା। ଆଉ ଅଲଗା ହେବାର ୧୩ ବର୍ଷ ପରେ ହଣ୍ଡା କମ୍ପାନୀକୁ ବଡ଼ ସଫଳତା ମିଳିଛି। ନିଜ ବିଜ୍‌ନେଶ ପାର୍ଟନର ତଥା ଦେଶୀ କମ୍ପାନୀ ହିରୋ ମୋଟୋ କର୍ପକୁ ପଛରେ ପକାଇ ଜାପାନ କମ୍ପାନୀ ହଣ୍ଡା ଆଗେଇ ଯାଇଛି। 

ଗାଡ଼ି ବିକ୍ରିରେ ହିରୋ ମୋଟୋକର୍ପକୁ ପଛରେ ପକାଇଛି ହଣ୍ଡା। ଦିନେ ଏକାଠି କାମ କରୁଥିବା ଏହି ବଡ଼ କମ୍ପାନିଙ୍କ ମଧ୍ୟରେ ଏବେ ଦେଖିବାକୁ ମିଳୁଛି ବଡ଼ ପ୍ରତିଯୋଗିତା। ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍ଚରର୍ସ ବା (SIAM)ର ତଥ୍ୟ ଅନୁଯାୟୀ, ଏପ୍ରିଲ-ଜୁଲାଇରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ହୋଲସେଲ ବିକ୍ରି ସବୁଠୁ ଅଧିକ ରହିଛି। ଆଉ ଏହି ରେକର୍ଡ ବିକ୍ରି ସହ ପ୍ରଥମ ଥର ହିରୋ ମୋଟୋକର୍ପକୁ ହୋଲସେଲ ବିକ୍ରିରେ ପଛରେ ପକାଇଛି ହୋଣ୍ଡା।

ତଥ୍ୟ ଅନୁଯାୟୀ ଏହି ଅବଧିରେ ହୋଣ୍ଡା ୧୮.୫୩ ଲକ୍ଷ ୟୁନିଟ୍ ବିକ୍ରି କରିଛି। ଅନ୍ୟପଟେ ହିରୋର ହୋଲ୍‌ସେଲ୍ ବିକ୍ରି ୧୮.୩୧ ଲକ୍ଷ ୟୁନିଟର ରହିଛି। ଫଳରେ ହଣ୍ଡା ହିରୋ ଠାରୁ ୨୧.୬୫୩ ୟୁନିଟ ବାଇକ ଅଧିକ ବିକ୍ରି କରିଛି। ସେହିଭଳି ହଣ୍ଡା ହିରୋ ଠାରୁ ପ୍ରାୟ ୧.୩ ୟୁନିଟ ଅଧିକ ରପ୍ତାନୀ ମଧ୍ୟ କରିଛି। 

ତେବେ ହୋଣ୍ଡା ହୋଲସେଲ ବିକ୍ରିରେ ହିରୋକୁ ପଛରେ ପକାଇଥିଲେ ବି, ରିଟେଲ ବିକ୍ରିରେ ଏବେବି ଆଗରେ ରହିଛି ହିରୋମୋଟୋକର୍ପ। କାରଣ ଏପ୍ରିଲରୁ ଜୁଲାଇ ମଧ୍ୟରେ ହିରୋ ୧୭.୫ ଲକ୍ଷ ୟୁନିଟର ରିଟେଲ ସେଲ କରିଥିବାବେଳେ ହୋଣ୍ଡା ମୋଟର୍ସ ୧୫ ଲକ୍ଷ ୟୁନିଟ ରିଟେଲ ବିକ୍ରି କରିଛି। ଏନେଇ ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (FADA) ସୂଚନା ଦେଇଛି। ଅର୍ଥାତ ରିଟେଲ ସେଲର ଉଭୟ କମ୍ପାନିଙ୍କ ମଧ୍ୟରେ ପ୍ରାୟ ୨.୫ ଲକ୍ଷ ୟୁନିଟର ବ୍ୟବଧାନ ରହିଛି। 

ଅନ୍ୟପଟେ ହୋଣ୍ଡାର ମାର୍କେଟ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି। ଏପ୍ରିଲର ହୋଣ୍ଡାର ବିକ୍ରି ୨୦ ପ୍ରତିଶତ ବିକ୍ରି ହୋଇଥିବାବେଳେ ଜୁଲାଇରେ ୨୪.୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ସେହିଭଳି ହିରୋ ମୋଟୋକର୍ପର ମାର୍କେଟ ସେୟାର ଏପ୍ରିଲରେ ୩୩ ପ୍ରତିଶତ ଥିଲା ଯାହା ଜୁଲାଇରେ ୨୯.୪ ପ୍ରତିଶତକୁ ଖସି ଆସିଛି।