ଅଲଗା ହେବେ ରାଜ ଦମ୍ପତି!
ଲଣ୍ଡନ,୭।୭: ବ୍ରିଟିଶ ରାଜ ପରିବାର ସଦସ୍ୟ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ଧର୍ମପତ୍ନୀ ମେଘନ ମାର୍କେଲଙ୍କ ମଧ୍ୟରେ ସବୁକିଛି ଠିକ ଚାଲଇନାହିଁ ବୋଲି କୁହାଯାଉଛି। ମିରରର ଏକ ରିପୋର୍ଟ ଅନୁଯାୟୀ, ସେମାନଙ୍କ ସମ୍ପର୍କରେ ମତଭେଦ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ମେଘନ ଚିନ୍ତିତ ଅଛନ୍ତି ଯେ ତାଙ୍କ ଜୀବନ ସେମିତି ରାସ୍ତରେ ଗତି କରୁନାହିଁ ଯାହ ସେ ଯୋଜନା କରିଥିଲେ। ଏହି ରିପୋର୍ଟରେ ରାଜକୀୟ ଲେଖକ ତଥା ବିଶେଷଜ୍ଞ ଟମ କୁଇନ କହିଛନ୍ତି ଯେ ମେଘନ ମାର୍କେଲ […] The post ଅଲଗା ହେବେ ରାଜ ଦମ୍ପତି! appeared first on Dharitri Odia News.
ଲଣ୍ଡନ,୭।୭: ବ୍ରିଟିଶ ରାଜ ପରିବାର ସଦସ୍ୟ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ଧର୍ମପତ୍ନୀ ମେଘନ ମାର୍କେଲଙ୍କ ମଧ୍ୟରେ ସବୁକିଛି ଠିକ ଚାଲଇନାହିଁ ବୋଲି କୁହାଯାଉଛି। ମିରରର ଏକ ରିପୋର୍ଟ ଅନୁଯାୟୀ, ସେମାନଙ୍କ ସମ୍ପର୍କରେ ମତଭେଦ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ମେଘନ ଚିନ୍ତିତ ଅଛନ୍ତି ଯେ ତାଙ୍କ ଜୀବନ ସେମିତି ରାସ୍ତରେ ଗତି କରୁନାହିଁ ଯାହ ସେ ଯୋଜନା କରିଥିଲେ।
ଏହି ରିପୋର୍ଟରେ ରାଜକୀୟ ଲେଖକ ତଥା ବିଶେଷଜ୍ଞ ଟମ କୁଇନ କହିଛନ୍ତି ଯେ ମେଘନ ମାର୍କେଲ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରୁଥିବାବେଳେ ନିକଟରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ଆମେରିକୀୟ ଜନସାଧାରଣ ତାଙ୍କ ଏବଂ ହ୍ୟାରିଙ୍କ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି।
ସୂଚନାଯୋଗ୍ୟ ଯେ ସର୍ବେକ୍ଷଣରୁ ଜଣାପଡିଛି ଯେତେବେଳେ ହ୍ୟାରି ଏବଂ ମେଘନ ୨୦୨୦ରେ କାଲିଫର୍ନିଆର ମୋଣ୍ଟେସିଟୋ ପରିଦର୍ଶନ କରିଥିଲେ, ସେତେବେଳେ ସେମାନଙ୍କୁ ପ୍ରଥମେ ସ୍ବାଗତ କରାଯାଇଥିଲା। ଦୁହେଁ ହଲିଉଡରେ ଅନେକ ବନ୍ଧୁ ସୃଷ୍ଟି କରିଥିଲେ, କିନ୍ତୁ ନିକଟରେ ସେମାନଙ୍କର ଲୋକପ୍ରିୟତା ହ୍ରାସ ପାଇଛି।
କୁଇନ ବ୍ରିଟିଶ ନ୍ୟୁଜ ପୋର୍ଟାଲକୁ କହିଛନ୍ତି ଯେ ମେଘନଙ୍କ ନୂତନ ଇଣ୍ଟରନେଟ ବ୍ରାଣ୍ଡ ଆମେରିକା ରିଭିରା ଅର୍କାର୍ଡ ମଧ୍ୟ ତାଙ୍କ ଅସନ୍ତୋଷର ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଯେତେବେଳେ ଏହି ବ୍ରାଣ୍ଡ ଲଞ୍ଚ ହେଲା, ସେତେବେଳେ ନୂତନ ଜୈମ ମହଙ୍ଗା ହେବା ଓଏଥିରେ କିଛି ବିଶେଷ ନ ଥିବାରୁ ଏହା ଅନେକ ଉପହାସର ଶିକାର ହୋଇଥିଲା। ଯେଉଁଥିପାଇଁ ମେଘନଙ୍କ ଆଖିରେ ଲୁହ ଆସିଯାଇଥିଲା।
The post ଅଲଗା ହେବେ ରାଜ ଦମ୍ପତି! appeared first on Dharitri Odia News.