ଖାଦ୍ୟ ଅପମିଶ୍ରଣ ଜାଣିବା ପାଇଁ ପତଞ୍ଜଳିର ଗବେଷଣା

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ତଥା କୃଷିକ୍ଷେତ୍ରରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଖାଦ୍ୟପଦାର୍ଥରେ ପୌଷ୍ଟିକ ତତ୍ତ୍ୱ କମୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେବେ ଖାଦ୍ୟପଦାର୍ଥର ଶୁଦ୍ଧତା ପରୀକ୍ଷା କରିବା ପାଇଁ ପତଞ୍ଜଳି ପକ୍ଷରୁ ଏକ ଗବେଷଣା କରାଯାଇଛି। ଏକ ପ୍ରକ୍ରିୟା ଦ୍ୱାରା ଗ୍ରାହକମାନେ ନିଜେ ଖାଦ୍ୟର ମାନ ସମ୍ପର୍କରେ ସୂଚନା ପାଇପାରିବେ ବୋଲି ପତଞ୍ଜଳି ଦାବୀ କରିଛି। ସେହିପରି ଏହି ଗବେଣୋ ପ୍ରସିଦ୍ଧ ରିସର୍ଚ୍ଚ ଜର୍ନାଲ୍‌ ‘ମାଇକ୍ରୋ କେମିକାଲ’ […] The post ଖାଦ୍ୟ ଅପମିଶ୍ରଣ ଜାଣିବା ପାଇଁ ପତଞ୍ଜଳିର ଗବେଷଣା appeared first on Dharitri Odia News.

ଖାଦ୍ୟ ଅପମିଶ୍ରଣ ଜାଣିବା ପାଇଁ ପତଞ୍ଜଳିର ଗବେଷଣା

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ତଥା କୃଷିକ୍ଷେତ୍ରରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଖାଦ୍ୟପଦାର୍ଥରେ ପୌଷ୍ଟିକ ତତ୍ତ୍ୱ କମୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେବେ ଖାଦ୍ୟପଦାର୍ଥର ଶୁଦ୍ଧତା ପରୀକ୍ଷା କରିବା ପାଇଁ ପତଞ୍ଜଳି ପକ୍ଷରୁ ଏକ ଗବେଷଣା କରାଯାଇଛି। ଏକ ପ୍ରକ୍ରିୟା ଦ୍ୱାରା ଗ୍ରାହକମାନେ ନିଜେ ଖାଦ୍ୟର ମାନ ସମ୍ପର୍କରେ ସୂଚନା ପାଇପାରିବେ ବୋଲି ପତଞ୍ଜଳି ଦାବୀ କରିଛି। ସେହିପରି ଏହି ଗବେଣୋ ପ୍ରସିଦ୍ଧ ରିସର୍ଚ୍ଚ ଜର୍ନାଲ୍‌ ‘ମାଇକ୍ରୋ କେମିକାଲ’ ଜର୍ନାଲରେ ପ୍ରକାଶ ପାଇଛି। ଏ ଅବସରରେ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ପତଞ୍ଜଳି ସର୍ବଦା ଉନ୍ନତ ମାନର ଖାଦ୍ୟ ପଦାର୍ଥ ଗ୍ରାହକଙ୍କୁ ଯୋଗାଇବକେୁ ପ୍ରୟାସ କରିଆସୁଛି। ମାତ୍ର ବର୍ତ୍ତମାନ ଗ୍ରାହକ ଯେକୌଣସି କମ୍ପାନୀର ଖାଦ
ପଦାର୍ଥର ମାନ ଯାଞ୍ଚ କରିପାରିବେ। ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

The post ଖାଦ୍ୟ ଅପମିଶ୍ରଣ ଜାଣିବା ପାଇଁ ପତଞ୍ଜଳିର ଗବେଷଣା appeared first on Dharitri Odia News.