ଅଲିଭ ଅଏଲ ଭାବି ଶାୱାର ଜେଲ୍ରେ ରୋଷେଇ, ସ୍ପେଶାଲ ଡିସ୍ ଖାଇ ଝିଅ କଲା ବାନ୍ତି
ନୂଆଦିଲ୍ଲୀ ୦୮।୦୪: କିଛିଲୋକଙ୍କୁ ରୋଷେଇ କରିବା ଭଲ ଲାଗେ । ନିଜ ହାତରେ ନୂଆ ନୂଆ ଆଇଟମ୍ ରାନ୍ଧି ଅନ୍ୟମାନଙ୍କୁ ଖୁଆଇବାକୁ ମଧ୍ୟ ସେମାନେ ଭଲ ପାଆନ୍ତି । ଏଭଳି ଲୋକମାନେ ଇଚ୍ଛା କରୁଥିବା ଆଇଟମ୍ ବନାଇବା ଲାଗି ଗୋଟି ଗୋଟି କରି ସବୁ ସାମଗ୍ରୀ ଯୋଗାଡ଼ କରିଥାନ୍ତି । ଆଜିକାଲି ଅନଲାଇନ୍ ଶପିଂର ଯୁଗରେ ସାମଗ୍ରୀ ଯୋଗାଡ଼ କରିବା ତ ଅତି ସହଜ ହୋଇଯାଇଛି । ଅର୍ଡର କରିବା ମାତ୍ରେ ଘରେ ଆସି ପହଞ୍ଚିଯାଉଛି ମୁନମୁତାବକ ଜିନିଷ । ନିକଟରେ ଜଣେ ମହିଳା ଏହାର ସୁବିଧା ନେଇ ଏକ ସ୍ୱତନ୍ତ୍ର ଆଇଟମ୍ ବନାଇବା ଲାଗି ଅନଲାଇନ୍ରେ ଅଲିଭ୍ ତେଲ ମଗାଇଥିଲେ । ସେଥିରେ ଝିଅ ଲାଗି ଚିକେନ୍ ରାନ୍ଧିଥିଲେ । କିନ୍ତୁ ପରେ ସେ ଅଲିଭ୍ ତେଲ ବଦଳରେ ଶାୱାର ଜେଲ୍ରେ ଚିକେନ୍ ରାନ୍ଧିଥିବା ଜଣାପଡି଼ଥିଲା । ତାଙ୍କର ଝିଅ କାମେରନ୍ ଜାନେ ଏ ସଂପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୂରା ଘଟଣାକୁ ବର୍ଣ୍ଣନା କରିଛନ୍ତି । ସେଥିରେ କାମେରନ୍ ଲେଖିଛନ୍ତି, ମୋ’ ମା’ଙ୍କୁ ଟୁସ୍କାନ୍ ଚିକେନ୍ ପ୍ରସ୍ତୁତ କରିବାର ଥିଲା । ସେଥିଲାଗି ଏକ ସ୍ୱତନ୍ତ୍ର ସସ୍ର ଆବଶ୍ୟକତା ରହିଥିଲା । ତାହା ଶୁଦ୍ଧ ଅଲିଭ୍ ଅଏଲ୍ରୁ ପ୍ରସ୍ତୁତ ହୋଇଥାଏ । ମା’ ସେହି ସସ୍କୁ ମଗାଇବା ପରେ ସେଥିରେ ରୋଷେଇ କରିଥିଲେ । ତେବେ ସେହି ଆଇଟମ୍କୁ ଖାଇବା ପରେ ମୋତେ ଚିକେନ୍ର ସ୍ୱାଦ ସାବୁନ୍ ଭଳି ଲାଗିବାରୁ ମୁଁ ରୋଷେଇ ଘର ଖୋଜିଲି । ସେଇଠୁ ମା’ ଅଲି
ନୂଆଦିଲ୍ଲୀ ୦୮।୦୪: କିଛିଲୋକଙ୍କୁ ରୋଷେଇ କରିବା ଭଲ ଲାଗେ । ନିଜ ହାତରେ ନୂଆ ନୂଆ ଆଇଟମ୍ ରାନ୍ଧି ଅନ୍ୟମାନଙ୍କୁ ଖୁଆଇବାକୁ ମଧ୍ୟ ସେମାନେ ଭଲ ପାଆନ୍ତି । ଏଭଳି ଲୋକମାନେ ଇଚ୍ଛା କରୁଥିବା ଆଇଟମ୍ ବନାଇବା ଲାଗି ଗୋଟି ଗୋଟି କରି ସବୁ ସାମଗ୍ରୀ ଯୋଗାଡ଼ କରିଥାନ୍ତି । ଆଜିକାଲି ଅନଲାଇନ୍ ଶପିଂର ଯୁଗରେ ସାମଗ୍ରୀ ଯୋଗାଡ଼ କରିବା ତ ଅତି ସହଜ ହୋଇଯାଇଛି । ଅର୍ଡର କରିବା ମାତ୍ରେ ଘରେ ଆସି ପହଞ୍ଚିଯାଉଛି ମୁନମୁତାବକ ଜିନିଷ । ନିକଟରେ ଜଣେ ମହିଳା ଏହାର ସୁବିଧା ନେଇ ଏକ ସ୍ୱତନ୍ତ୍ର ଆଇଟମ୍ ବନାଇବା ଲାଗି ଅନଲାଇନ୍ରେ ଅଲିଭ୍ ତେଲ ମଗାଇଥିଲେ । ସେଥିରେ ଝିଅ ଲାଗି ଚିକେନ୍ ରାନ୍ଧିଥିଲେ ।
କିନ୍ତୁ ପରେ ସେ ଅଲିଭ୍ ତେଲ ବଦଳରେ ଶାୱାର ଜେଲ୍ରେ ଚିକେନ୍ ରାନ୍ଧିଥିବା ଜଣାପଡି଼ଥିଲା । ତାଙ୍କର ଝିଅ କାମେରନ୍ ଜାନେ ଏ ସଂପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୂରା ଘଟଣାକୁ ବର୍ଣ୍ଣନା କରିଛନ୍ତି । ସେଥିରେ କାମେରନ୍ ଲେଖିଛନ୍ତି, ମୋ’ ମା’ଙ୍କୁ ଟୁସ୍କାନ୍ ଚିକେନ୍ ପ୍ରସ୍ତୁତ କରିବାର ଥିଲା । ସେଥିଲାଗି ଏକ ସ୍ୱତନ୍ତ୍ର ସସ୍ର ଆବଶ୍ୟକତା ରହିଥିଲା । ତାହା ଶୁଦ୍ଧ ଅଲିଭ୍ ଅଏଲ୍ରୁ ପ୍ରସ୍ତୁତ ହୋଇଥାଏ । ମା’ ସେହି ସସ୍କୁ ମଗାଇବା ପରେ ସେଥିରେ ରୋଷେଇ କରିଥିଲେ । ତେବେ ସେହି ଆଇଟମ୍କୁ ଖାଇବା ପରେ ମୋତେ ଚିକେନ୍ର ସ୍ୱାଦ ସାବୁନ୍ ଭଳି ଲାଗିବାରୁ ମୁଁ ରୋଷେଇ ଘର ଖୋଜିଲି । ସେଇଠୁ ମା’ ଅଲିଭ୍ ଅଏଲ୍ ନୁହଁ, ଶାୱାର ଜେଲ୍ରେ ଖାଦ୍ୟ ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଲା ।
ସେହି ଶାୱାର ଜେଲ୍କୁ ଗ୍ରୀସ୍ର ଏକ ସ୍କିନକେୟାର ଆଣ୍ଡ ବିଉଟି କଂପାନି ପ୍ରସ୍ତୁତ କରିଥିଲା । ସେଥିରେ ଅଲିଭ୍ ଅଏଲ୍ ଭଳି ପ୍ରାକୃତିକ ଉପାଦାନ ଥିବା କଥା ଲେଖାଥିଲା । ତାକୁ ପଢ଼ି ମା’ ଅନଲାଇନ୍ରେ ଅର୍ଡର କରିବା ସମୟରେ ଭୁଲ୍ରେ ଅଲିଭ୍ ଅଏଲ୍ ସ୍ଥାନରେ ଶାୱାର ଜେଲ୍ ମଗାଇ ଦେଇଥିଲେ । କାମେରନ୍ ଏ ସଂପର୍କିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେଥିରେ ତାଙ୍କ ମା’ ପ୍ରସ୍ତୁତ କରିଥିବା ଚିକେନ୍ ଆଇଟମ୍କୁ ଦେଖିବାକୁ ମିଳୁଛି ।