ଅଲିମ୍ପିକ୍ସରେ ପୂରା ଭାରତୀୟ ଟିମର ଦାୟିତ୍ୱ ପାଇଥିଲେ, କିନ୍ତୁ ପଦ ଛାଡ଼ି ଦେଲେ ମ୍ୟାରୀକମ୍‌

ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡ଼ିବା ସୂଚନା ଦେଇଛନ୍ତି।

ଅଲିମ୍ପିକ୍ସରେ ପୂରା ଭାରତୀୟ ଟିମର ଦାୟିତ୍ୱ ପାଇଥିଲେ, କିନ୍ତୁ ପଦ ଛାଡ଼ି ଦେଲେ ମ୍ୟାରୀକମ୍‌

କିମ୍ବଦନ୍ତୀ ବକ୍ସର ମ୍ୟାରୀକମ ଅଲିମ୍ପିକ୍ସ ପାଇଁ ଭାରତର chef-de-mission ପଦରୁ ଓହରି ଯାଇଛନ୍ତି। ତାଙ୍କୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମର ସବୁ ଦାୟିତ୍ୱ ବୁଝିବାକୁ chef-de-mission ଭାବେ ନିଯୁକ୍ତି ମିଳିଥିଲା।

ହେଲେ ସେ ଆଜି ଏହି ପଦ ଛାଡ଼ି ଦେଇଛନ୍ତି। ସେ ନିଜ ପ୍ରତିଶ୍ରୁତିରୁ ଓହରିଥିବାରୁ କଷ୍ଟ ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କ ପାଖରେ ପଦ ଛାଡ଼ିବା ଛଡ଼ା ଆଉ କିଛି ଉପାୟନ ଥିଲା ବୋଲି କହିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡ଼ିବା ସୂଚନା ଦେଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ମ୍ୟାରୀକମଙ୍କୁ chef-de-mission ଭାବେ ଭାରତୀୟ ଅଲିମ୍ପିକ ଆସୋସିଏସନ ବା ଆଇଓଏ ନିଯୁକ୍ତି ଦେଇଥିଲା। ସେ ଅଲମ୍ପିକ୍ସରେ ଭାଗ ନେବାକୁ ଥିବା ଆଥଲେଟିକ୍ସଙ୍କ ମେଣ୍ଟୋର ଭାବେ କାମ କରି ଥାଆନ୍ତେ। ତାଙ୍କ ଡେପୁଟି ଭାବେ ଲୁଗ ଖେଳାଳି ତଥା ଅଲମ୍ପିୟାନ ଶିବା କେଶବଙ୍କୁ ଦାୟିତ୍ୱ ମିଳିଥିଲା।

ଭାରତୀୟ ବକ୍ସିଂ ତଥା କ୍ରୀଡ଼ା ପ୍ରତି ମ୍ୟାରୀକମଙ୍କ ଅବଦାନକୁ ଦୃଷ୍ଟିରେ ରଖି ଆଇଓଏ ତାଙ୍କୁ chef-de-mission ଭାବେ ଦାୟିତ୍ୱ ଦେଇଥିଲା। ସେ ଜାତୀୟ ଟିମର ମୁଖ୍ୟ ଭାବେ କାମ କରିଥାଆନ୍ତେ।

ଟିମ ଲିଡର ଠାରୁ ଆରମ୍ଭ କରି ଖେଳାଳିଙ୍କ ଭଲ ମନ୍ଦ ସବୁ କିଛି ସେ ବୁଝିବାର ଥିଲା। ହେଲେ ସେ ଆଜି ହଠାତ୍‌ ବ୍ୟକ୍ତିଗତ କାରଣରୁ ପଦ ଛାଡ଼ି ଦେଇଛନ୍ତି। ସେପଟେ ଟିଟି ଖେଳାଳି ଶରତ କମଲ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଧ୍ୱଜାବାହକ ରହିବେ।