ଅଲିମ୍ପିକ୍ସରେ ବିଜୟ ରଥ ଜାରି, ଆୟରଲାଣ୍ଡକୁ ୨-୦ରେ ହରାଇଲା ଭାରତ
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ଆଜି ଖେଳା ଯାଇଥିବା ମ୍ୟାଚ୍ରେ ଭାରତ ପ୍ରତିପକ୍ଷ ଆୟରଲାଣ୍ଡକୁ ୨-୦ ଗୋଲ୍ରେ ହରାଇଛି। ତିନୋଟି ମ୍ୟାଚ୍ରୁ ଦୁଇଟି ବିଜୟ ଓ ଗୋଟିଏ ଡ୍ର ସହ ଭାରତ ଗ୍ରୁପ ବିରେ ୭ ପଏଣ୍ଟ ସହ ଶୀର୍ଷକୁ ଉଠିଛି। ଆଜିର ମ୍ୟାଚ୍ରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ ଦୁଇଟି ଗୋଲ କରି ଦଳକୁ ବିଜୟୀ କରାଇଛନ୍ତି। ଏହା ପୂର୍ବରୁ ଗତକାଲି ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍କୁ ୧-୧ରେ ଡ୍ର ରଖିଥିଲା ଭାରତ। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଦଳ ଆୟରଲାଣ୍ଡ ଉପରେ ଚାପ ପକାଇଥିଲା। ପ୍ରଥମ କ୍ଵାର୍ଟରର ୧୧ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟିକୁ ଅଧିନାୟକ ହରମପ୍ରୀତ ସିଂହ ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ଵିତୀୟ କ୍ଵାର୍ଟରରେ ମଧ୍ୟ ଭାରତୀୟ ଦଳ ଦମଦାର ଖେଳିଥିଲା। ୧୯ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ଦେବାର ସୁଯୋଗ ହାତଛଡ଼ା କରି ନ ଥିଲେ ହରମପ୍ରୀତ ସିଂ। ଏଥିସହ ଭାରତକୁ ୨-୦ରେ ଅଗ୍ରଣୀ ହାସଲ କରିଥିଲେ। ଏହା ଚଳିତ ଅଲିମ୍ପିକ୍ସରେ ହରମପ୍ରୀତଙ୍କ ଚତୁର୍ଥ ଗୋଲ। FT:A good win today against Ireland.2 smashing goals from Harmanpreet Singh one via a Stroke and one from Penalty Corner.A nearly perfect game from Team India with no goals conc
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ଆଜି ଖେଳା ଯାଇଥିବା ମ୍ୟାଚ୍ରେ ଭାରତ ପ୍ରତିପକ୍ଷ ଆୟରଲାଣ୍ଡକୁ ୨-୦ ଗୋଲ୍ରେ ହରାଇଛି। ତିନୋଟି ମ୍ୟାଚ୍ରୁ ଦୁଇଟି ବିଜୟ ଓ ଗୋଟିଏ ଡ୍ର ସହ ଭାରତ ଗ୍ରୁପ ବିରେ ୭ ପଏଣ୍ଟ ସହ ଶୀର୍ଷକୁ ଉଠିଛି। ଆଜିର ମ୍ୟାଚ୍ରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ ଦୁଇଟି ଗୋଲ କରି ଦଳକୁ ବିଜୟୀ କରାଇଛନ୍ତି। ଏହା ପୂର୍ବରୁ ଗତକାଲି ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍କୁ ୧-୧ରେ ଡ୍ର ରଖିଥିଲା ଭାରତ।
ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଦଳ ଆୟରଲାଣ୍ଡ ଉପରେ ଚାପ ପକାଇଥିଲା। ପ୍ରଥମ କ୍ଵାର୍ଟରର ୧୧ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟିକୁ ଅଧିନାୟକ ହରମପ୍ରୀତ ସିଂହ ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ଵିତୀୟ କ୍ଵାର୍ଟରରେ ମଧ୍ୟ ଭାରତୀୟ ଦଳ ଦମଦାର ଖେଳିଥିଲା। ୧୯ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ଦେବାର ସୁଯୋଗ ହାତଛଡ଼ା କରି ନ ଥିଲେ ହରମପ୍ରୀତ ସିଂ। ଏଥିସହ ଭାରତକୁ ୨-୦ରେ ଅଗ୍ରଣୀ ହାସଲ କରିଥିଲେ। ଏହା ଚଳିତ ଅଲିମ୍ପିକ୍ସରେ ହରମପ୍ରୀତଙ୍କ ଚତୁର୍ଥ ଗୋଲ।
FT:
A good win today against Ireland.
2 smashing goals from Harmanpreet Singh one via a Stroke and one from Penalty Corner.
A nearly perfect game from Team India with no goals conceded in the game.
Strong performance from the defence and the wall Sreejesh.
This win… pic.twitter.com/KEh0akUzCI— Hockey India (@TheHockeyIndia) July 30, 2024
ଏହା ପରେ ଆୟରଲାଣ୍ଡ ମ୍ୟାଚ୍କୁ ଫେରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ଡିଫେଣ୍ଡର କୌଣସି ସୁଯୋଗ ଦେଇ ନ ଥିଲେ। ଚତୁର୍ଥ କ୍ଵାର୍ଟରରେ ଆୟରଲାଣ୍ଡକୁ ଗୋଲ ଦେବାକୁ କିଛି ସୁଯୋଗ ମିଳିଥିଲା। ହେଲେ ଶ୍ରୀଜେଶ ଗୋଲ୍ ହେବାକୁ ଦେଇ ନ ଥିଲେ। ଭାରତ ୨-୦ର ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲା। ଶେଷରେ ଭାରତ ମ୍ୟାଚ୍କୁ ୨-୦ରେ ଜିତି ନେଇଛି।
ସୂଚନାଯୋଗ୍ୟ, ଭାରତୀୟ ହକି ଦଳ ରୋମାଞ୍ଚକର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା। ଏହା ପରେ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ୧-୧ରେ ଡ୍ର ରହିଥିଲା।