ଅଲୋଡ଼ା ଶିଶୁକନ୍ୟା; ରାଜଧାନୀରୁ ଉଦ୍ଧାର

ଶିଶୁଟିକୁ ୨୧ଦିନ ହୋଇଥିବା ଜଣାପଡ଼ିଛି।   

ଅଲୋଡ଼ା ଶିଶୁକନ୍ୟା; ରାଜଧାନୀରୁ ଉଦ୍ଧାର

ମରିଗଲା ମା’ ମମତା। ୯ମାସ ଗର୍ଭରେ ରଖି ଜନ୍ମ ଦେଇଥିବା ଶିଶୁ କନ୍ୟାକୁ ରାଜଧାନୀର ରାସ୍ତାକଡ଼ରେ ଛାଡ଼ି ପଳାଇଲା। ଭୁବନେଶ୍ୱର ସ୍ଥିତ ଏକ ନମ୍ବର ଆରଟିଓ ନିକଟ ରାସ୍ତାକଡ଼ରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି।  ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ୨୧ଦିନ ହୋଇଥିବା ଜଣାପଡ଼ିଛି।

ଆଜି ସକାଳେ ଆରଟିଓ ନିକଟ ବସ୍ତି ପାଖରେ ଶିଶୁ କନ୍ୟାକୁ କେହି ଛାଡ଼ି ଚାଲିଯାଇଥିଲ। ଲୋକମାନେ ରାସ୍ତା ଉପରେ ଶିଶୁ କନ୍ୟାକୁ ଦେଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ ସହାୟତାରେ  ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଶିଶୁକନ୍ୟାଟି କାହାର ଏବଂ କିଏ ଓ କାହିଁକି ଛାଡ଼ି ଚାଲିଯାଇଛି ସେନେଇ ଜଣାପଡ଼ି ନାହିଁ।