ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ପର୍ଯ୍ୟଟକ

ପଞ୍ଚଲିଙ୍ଗେଶ୍ୱରକୁ ବୁଲିବାକୁ ପଶ୍ଚିମବଙ୍ଗରୁ ପ୍ରାୟ ୫୦ ଜଣ ପର୍ଯ୍ୟଟକ ଏହି ବସ୍‌ରେ ଆସିଥିଲେ।

ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ପର୍ଯ୍ୟଟକ

ରାସ୍ତା ଉପରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ହୃଦଘାତର ଶିକାର ହେଲେ ଡ୍ରାଇଭର । ତଥାପି ଭୁଲିଲେନି କର୍ତ୍ତବ୍ୟ, ବଞ୍ଚାଇଲେ ୫୦ ଜଣଙ୍କ ଜୀବନ। ଏହି ଡ୍ରାଇଭର ଜଣଙ୍କ ବସ୍‌ଟିକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରି ରାସ୍ତା ଉପରେ ଛିଡ଼ା କରାଇ ଦେଲେ। ଏହାପରେ ସେ ଆଖି ବୁଜିଦେଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ।