ଅଳ୍ପକେ ବର୍ତ୍ତିଲେ ସାଂସଦଙ୍କ ପିଆରଓ, କାରକୁ ଧକ୍କା ଦେଲା ଟ୍ରକ୍
ଭୁବନେଶ୍ୱର: ଦୁର୍ଘଟଣାରୁ ବର୍ତ୍ତିଲେ ସାଂସଦଙ୍କ ପିଆରଓ । ଭୁବନେଶ୍ୱର ସ୍ଥିିତ ଏଜି ଛକରେ କାରକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରକ୍ । ଏହି ଦୁର୍ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଟ୍ରକ୍ । ଏହି ମାମଲାକୁ ନେଇ କ୍ୟାପିଟାଲ ଥାନା ପୋଲିସର ଅଧିକ ତଦନ୍ତ ଜାରି ରହିଛି । ସୂଚନାରୁ ପ୍ରକାଶ ମଙ୍ଗଳବାର ବିଳମ୍ବିତ ରାତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ […]

ଭୁବନେଶ୍ୱର: ଦୁର୍ଘଟଣାରୁ ବର୍ତ୍ତିଲେ ସାଂସଦଙ୍କ ପିଆରଓ । ଭୁବନେଶ୍ୱର ସ୍ଥିିତ ଏଜି ଛକରେ କାରକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରକ୍ ।
ଏହି ଦୁର୍ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଟ୍ରକ୍ ।
ଏହି ମାମଲାକୁ ନେଇ କ୍ୟାପିଟାଲ ଥାନା ପୋଲିସର ଅଧିକ ତଦନ୍ତ ଜାରି ରହିଛି ।
ସୂଚନାରୁ ପ୍ରକାଶ ମଙ୍ଗଳବାର ବିଳମ୍ବିତ ରାତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ଅଧିକାରୀ ବିମଳ ରାଉଳ କୌଣସି ଏକ କାମ ସାରି ଘରକୁ ଫେରୁଥିବା ସମୟରେ ଏଜି ଛକରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରକୁ ଧକ୍କା ଦେଇଥିଲା ଏକ ବାଲି ବୋଝେଇ ଟ୍ରକ । ତେବେ ବାଲି ବୋଝେଇ ଟ୍ରକ ତାଙ୍କ ଗାଡ଼ିର ସାମ୍ନା ଭାଗକୁ ଧକ୍କା ଦେଇଥିଲା ।
ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବିମଳଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଏବେ ବିମଳଙ୍କ ଅବସ୍ଥା ଏବେ ସ୍ଥିରଥିବା ଜଣାପଡ଼ିଛି ।