ଅଶାନ୍ତ ରାଳବ ଗାଁ, ଗୋଳନ୍ଥରା ଥାନାରେ ଦୁଇଟି ମାମଲା ରୁଜୁ
ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଠାରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ତଳ ସାହିର ବି ସନ୍ତୋଷ ପାତ୍ରଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିବା ଘଟଣା ପରେ ଗାଁରେ ପୁଲିସ ମୁତୟନ ରହିଥିବା ସହ ଘଟଣା ନେଇ ଉଭୟଙ୍କ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଯାଇଛି। ଗୁରୁତର ଆହାତ ସନ୍ତୋଷକୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତର କରା ଯାଇଛି। ଘଟଣା ପରେ ଗାଁ ରେ ଉତ୍ତେଜନା ଲାଗି ରହିଛି। ଅନ୍ୟ ପଟେ ସନ୍ତୋଷ […]

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଠାରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ତଳ ସାହିର ବି ସନ୍ତୋଷ ପାତ୍ରଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିବା ଘଟଣା ପରେ ଗାଁରେ ପୁଲିସ ମୁତୟନ ରହିଥିବା ସହ ଘଟଣା ନେଇ ଉଭୟଙ୍କ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଯାଇଛି।
ଗୁରୁତର ଆହାତ ସନ୍ତୋଷକୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତର କରା ଯାଇଛି। ଘଟଣା ପରେ ଗାଁ ରେ ଉତ୍ତେଜନା ଲାଗି ରହିଛି। ଅନ୍ୟ ପଟେ ସନ୍ତୋଷ କୁ ଆକ୍ରମଣ ପରେ ସନ୍ତୋଷ ଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଆକ୍ରମଣ କାରୀ ଙ୍କ ଗୋଟିଏ ମୋଟରସାଇକେଲ କୁ ଜାଳି ଦେଇଥିବା ବେଳେ ଅନ୍ୟଟିକୁ ଭଙ୍ଗାରୁଜା କରିବା ସହ ଘର ଉପରକୁ ପଥର ମାଡ କରିଥିଲେ।ଘଟଣା ନେଇ ଆହାତ ସନ୍ତୋଷଙ୍କ ଭାଇ ବି କ୍ରିଷ୍ଣା ପାତ୍ରଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ୬ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୧୪/୨୪ ରେ ଏକ ମାମଲା ରୁଜୁ କରିଥିବା ବେଳେ ଗାଁ ରେ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରି ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ କହିଛନ୍ତି। ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୋଜନା ମୁତାବକ ସନ୍ତୋଷ ଛେଳି ପଲ ନିକଟରେ ରହିଥିବା ସମୟରେ ଗୋଟିଏ ଗୋଷ୍ଠୀର ୬ ଜଣ ଯୁବକ ହାତରେ ଖଣ୍ଡା ଓ ଠେଙ୍ଗା ଧରି ସନ୍ତୋଷକୁ ଘାତକ ଆକ୍ରମଣ କରିଥିଲେ।
ଏଥିରେ ସନ୍ତୋଷ ଙ୍କ ଦୁଇ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।ଘଟଣା ଜଣାପଡ଼ିବା ପରେ ଆହାତ ସନ୍ତୋଷ ଙ୍କ ବଡ଼ ଭାଇ କ୍ରିଷ୍ଣା ଘଟଣା ସ୍ଥଳକୁ ଯିବା ସମୟରେ ଅପରାଧୀ ମାନେ କ୍ରିଷ୍ଣା ଙ୍କୁ ଆକ୍ରମଣ କରିବାକୁ ଗୋଡେଇ ଥିଲେ। ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।ଘଟଣା ପରେ ରାତି ପ୍ରାୟ ୧୦ ଟା ବେଳେ ସନ୍ତୋଷ ଙ୍କ ପରିବାର ସଦସ୍ୟ ଓ ଅନ୍ୟ ଭାଇ ମାନେ ଆକ୍ରମଣ କାରୀ ଙ୍କ ଘର ଉପରକୁ ପଥର ମାଡ କରିବା ସହ ମୋଟରସାଇକେଲକୁ ଜାଳି ଦେଇଥିଲେ।ଏହା ସହ ସେଠାରେ ଥିବା ଏକ ସ୍କୁଟି କୁ ମଧ୍ୟ ବାଡ଼େଇ ଭାଙ୍ଗି ଦେଇଥିଲେ।