ରାସ୍ତାରେ ହାଇଓ୍ବାର ବ୍ରେକ୍ ଫେଲ୍, ଉପସ୍ଥିତି ବୁଦ୍ଧି ଖଟାଇଲେ ଡ୍ରାଇଭର
ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): ବାଲି ବୋଝେଇ ଏକ ହାଇଓ୍ବା ରାଜପଥ ଉପରେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ ଧରଣର ବିପଦ ଟଳି ଯାଇଛି। ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥରେ ବାଲିଗୁଡ଼ାରୁ ହାଇଓ୍ବା ନଂ (ଓଡି -୩୩ ବି -୪୨୬୫)ରେ ବାଲି ବୋଝେଇ ହୋଇ ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଠିକାସଂସ୍ଥାର କ୍ୟାମ୍ପକୁ ଯାଉଥିଲା। ଏହି ସମୟରେ ଉକ୍ତ ପଞ୍ଚାୟତ ସୁଲୁମାହା ଘାଟିରେ ହଠାତ ହାଇଓ୍ବା୍ର ବ୍ରେକ୍ଫେଲ୍ ହୋଇଯାଇଥିଲା। […] The post ରାସ୍ତାରେ ହାଇଓ୍ବାର ବ୍ରେକ୍ ଫେଲ୍, ଉପସ୍ଥିତି ବୁଦ୍ଧି ଖଟାଇଲେ ଡ୍ରାଇଭର appeared first on Dharitri Odia News.
ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): ବାଲି ବୋଝେଇ ଏକ ହାଇଓ୍ବା ରାଜପଥ ଉପରେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ ଧରଣର ବିପଦ ଟଳି ଯାଇଛି।
ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥରେ ବାଲିଗୁଡ଼ାରୁ ହାଇଓ୍ବା ନଂ (ଓଡି -୩୩ ବି -୪୨୬୫)ରେ ବାଲି ବୋଝେଇ ହୋଇ ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଠିକାସଂସ୍ଥାର କ୍ୟାମ୍ପକୁ ଯାଉଥିଲା। ଏହି ସମୟରେ ଉକ୍ତ ପଞ୍ଚାୟତ ସୁଲୁମାହା ଘାଟିରେ ହଠାତ ହାଇଓ୍ବା୍ର ବ୍ରେକ୍ଫେଲ୍ ହୋଇଯାଇଥିଲା। ଘାଟିଟି ପ୍ରାୟ ୫ଶହ ମିଟର ଲମ୍ବ ହୋଇଥିବା ବେଳେ ୩ ଶହ ମିଟର ଘାଟି ଉଠି ସାରିଥିଲା। ହଠାତ୍ ଏଭଳି ବ୍ରେକ୍ ଫେଲ ଯୋଗୁ ହାଇଓ୍ବାଟି ତଳକୁ ଖସିବା ଆରମ୍ଭ କରିଥିଲା। ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ଗାଡ଼ି ସେହି ଘାଟିରେ ନ ଥିବାର ସୁଯୋଗ ନେଇ ଚାଳକ ତାଙ୍କ ଡାହାଣ ସାଇଡ୍ ମିରର ଦେଖି ରାସ୍ତାର ଓ୍ବାଲକୁ ଧକ୍କା ଦେଇଥିଲେ। ହାଇଓ୍ବାଟି ତଳେ ଥିବା ଡ୍ରେନ୍ରେ ଚକାଗୁଡ଼ିକ ଜାମ ହେବା ସହ ଓ୍ବାଲ ସାହାଯ୍ୟରେ ଅଟକି ରହିଯାଇଥିଲା। ଫଳରେ ବଡ଼ ବିପଦରୁ ରକ୍ଷା ପାଇଗଲା ବୋଲି ଚାଳକ ଅଶ୍ୱିନ ସାହୁ କହିଛନ୍ତି।
The post ରାସ୍ତାରେ ହାଇଓ୍ବାର ବ୍ରେକ୍ ଫେଲ୍, ଉପସ୍ଥିତି ବୁଦ୍ଧି ଖଟାଇଲେ ଡ୍ରାଇଭର appeared first on Dharitri Odia News.