ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…
ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ ଜୁନ୍ ୪ରେ ସ୍ପଷ୍ଟ ହୋଇଯିବ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୨୯୧ଟି ଭୋଟ୍ କେନ୍ଦ୍ରରେ ଭୋଟ୍ ଗ୍ରହଣ ହୋଇସାରିଛି। ଏହି ବିଧାନସଭା କ୍ଷେତ୍ରଟି ହାଟଡିହୀ ଏବଂ ଆନନ୍ଦପୁର ବ୍ଲକ, ଆନନ୍ଦପୁର ମୁନ୍ୟୁସିପାଲିଟିକୁ ନେଇ ଗଠିତ। ମୋଟ୍ ୭ଜଣ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ବିଜେଡିରୁ […] The post ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି… appeared first on Dharitri Odia News.
ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ ଜୁନ୍ ୪ରେ ସ୍ପଷ୍ଟ ହୋଇଯିବ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୨୯୧ଟି ଭୋଟ୍ କେନ୍ଦ୍ରରେ ଭୋଟ୍ ଗ୍ରହଣ ହୋଇସାରିଛି। ଏହି ବିଧାନସଭା କ୍ଷେତ୍ରଟି ହାଟଡିହୀ ଏବଂ ଆନନ୍ଦପୁର ବ୍ଲକ, ଆନନ୍ଦପୁର ମୁନ୍ୟୁସିପାଲିଟିକୁ ନେଇ ଗଠିତ। ମୋଟ୍ ୭ଜଣ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ବିଜେଡିରୁ ଅଭିମନ୍ୟୁ ସେଠୀ, ଭାଜପାରୁ ଆଲୋକ ସେଠୀ, କଂଗ୍ରେସରୁ ପୂର୍ବତନ ବିଧାୟକ ଜୟଦେବ ଜେନା, ସ୍ବାଧୀନରୁ ଝାନ୍ସିରାଣୀ ଦାସ ଏବଂ ବିଶ୍ୱ ପ୍ରତାପ ଜେନା, ବହୁଜନ ସମାଜ ପାର୍ଟିରୁ ଦେବେନ୍ଦ୍ର ଜେନା,ଏସ୍ୟୁସିଆଇରୁ ନୀଳକଣ୍ଠ ଜେନା ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ନୂଆ ମୁହଁ ଭାବେ ପ୍ରଥମଥର ପାଇଁ ନିର୍ବାଚନକୁ ସମ୍ମୁଖୀନ କରିଥିଲେ। କଂଗ୍ରେସର ଜୟଦେବ ୧୦ମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ଭାଜପାର ଆଲୋକ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି।
ଭୋଟ ଗ୍ରହଣ ସରିଯାଇଥିବା ବେଳେ ପ୍ରାର୍ଥୀମାନଙ୍କ ଶିବିରରେ ଏବେ ଗହଳି ଲାଗିଛି। ବିଜେଡି ବିଜୟୀ ହେବାକୁ ଆଶା ରଖିଥିବା ବେଳେ କଂଗ୍ରେସ ଏବଂ ଭାଜପା ମଧ୍ୟ ବିଜୟୀ ହେବ ବୋଲି ଆଶାବାଦୀ ରହିଛନ୍ତି। ପ୍ରାର୍ଥୀମାନେ କର୍ମୀ ଏବଂ ସମର୍ଥକଙ୍କୁ ଡାକି ବୁଥ୍ ଅନୁସାରେ କେତେ ସଂଖ୍ୟକ ଭୋଟ୍ ମିଳିବ ତାକୁ ନେଇ ଆଲୋଚନା ଏବଂ ମୂଲ୍ୟାଙ୍କନ କରୁଛନ୍ତି। ମୁଖ୍ୟ କଥା ହେଉଛି କିଛି ବିଜେଡି କର୍ମୀ ଅଘୋଷିତ ଭାବେ ବିରୋଧୀ କଂଗ୍ରେସ ସପକ୍ଷରେ ମତଦାନ କରିଥିବା ଏବଂ ଏହାର ପରିଣାମ ସ୍ବରୂପ ବିଜେଡିର ଭୋଟ୍ ସଂଖ୍ୟା ପରିମାଣ କମାଇବ ବୋଲି ଆଶା କରାଯାଇଛି। ଫଳରେ ଅଳ୍ପ ସଂଖ୍ୟକ ଭୋଟ୍ ବ୍ୟବଧାନ ପ୍ରାୟ ୧୫ରୁ ୨୦ ହଜାରରେ ବିଜେଡି ବିଜୟୀ ହେବ ବୋଲି ମୂଲ୍ୟାଙ୍କନ କରାଯାଉଛି। ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା କଂଗ୍ରେସ ଏବଂ ଭାଜପାକୁ ସୁହାଇବା ସହ ବିଜେଡି ଉପରେ ସେତେଟା ପ୍ରଭାବ ପକାଇବନି ବୋଲି ଅନୁମାନ କରାଯାଇଛି। କଂଗ୍ରେସ ଏବଂ ଭାଜପା ମଧ୍ୟ ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ମୂଲ୍ୟାଙ୍କନ କରୁଥିବା ଜଣାପଡ଼ିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର କଡ୍ଡା ଟକ୍କର ନିର୍ବାଚନ ହୋଇଛି। ବିଜେଡି ବିଜୟୀ ହେବାର ସମ୍ଭାବନା ଅଧିକ ରହିଥିବା ବେଳେ କ୍ରସ୍ ଭୋଟିଂ ପାଇଁ ଭୋଟ୍ ବ୍ୟବଧାନ କମ୍ ରହିବ।
The post ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି… appeared first on Dharitri Odia News.