ସମସ୍ତ ଧାନ ମଣ୍ଡିରେ ଲାଗିବ ସିସିଟିଭି – ମନ୍ତ୍ରୀ
ଭୁବନେଶ୍ୱର : ଦୁର୍ନୀତି ରୋକିବା ପାଇଁ ଏଣିକି ଧାନ ମଣ୍ଡିରେ ଲାଗିବ ସିସିଟିଭି I ରାଜ୍ୟରେ ଥିବା ସମସ୍ତ ଧାନ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ମଣ୍ଡିରେ ସିସିଟିଭି ସହିତ ଧାନ ନେଇ ଯାଉଥିବା ଗାଡିରେ ଜିପିଏସ୍ ଲାଗିବ । ଏହାଦ୍ୱାରା ଧାନ ମିଲର ପାଖକୁ ଯାଉଛି ନା ବାଟମାରଣା ହେଉଛି ତାହା ଜଣାପଡିବ I […]

ଭୁବନେଶ୍ୱର : ଦୁର୍ନୀତି ରୋକିବା ପାଇଁ ଏଣିକି ଧାନ ମଣ୍ଡିରେ ଲାଗିବ ସିସିଟିଭି I ରାଜ୍ୟରେ ଥିବା ସମସ୍ତ ଧାନ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ମଣ୍ଡିରେ ସିସିଟିଭି ସହିତ ଧାନ ନେଇ ଯାଉଥିବା ଗାଡିରେ ଜିପିଏସ୍ ଲାଗିବ । ଏହାଦ୍ୱାରା ଧାନ ମିଲର ପାଖକୁ ଯାଉଛି ନା ବାଟମାରଣା ହେଉଛି ତାହା ଜଣାପଡିବ I ମଣ୍ଡିରେ ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର ହେବ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ୨ମାସରେ ଯୋଜନା କରାଯାଇ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଦୁର୍ନୀତି କଲେ ସ୍ପଟରେ ହେବ ଆକନ୍ସ । ସେହିପରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।