ଅଶୋଧିତ ତୈଳ ଦର ବୃଦ୍ଧି ପରେ ୱିଣ୍ଡଫଲ ଗେନ୍ ଟ୍ୟାକ୍ସ ବୃଦ୍ଧି କଲେ ସରକାର
ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ଘରୋଇ ଅଶୋଧିତ ତୈଳ ଉପରେ ୱିଣ୍ଡଫଳ ଗେନ୍ ଟ୍ୟାକ୍ସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୬ ତାରିଖ ୨୦୨୪ ଠାରୁ ଏହା କାର୍ଯ୍ୟକାରୀ ହେବ। ଅଶୋଧିତ ତୈଳ ଉପରେ ସ୍ପେଶାଲ ଏଡିସନାଲ ଏକ୍ସାଇଜ୍ ଡ୍ୟୁଟି ବର୍ତ୍ତମାନର ସ୍ତରରୁ ଟନ୍ ପିଛା ୩୨୦୦ ରୁ ଟନ୍ ପିଛା ୩୩୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିଜେଲ ଉପରେ ରପ୍ତାନି କର ବୃଦ୍ଧି କରାଯାଇଛି। ତେବେ ପେଟ୍ରୋଲ ଏବଂ ଏଟିଏଫ ଉପରେ ସ୍ପେଶାଲ ଆଡିଶନାଲ ଏକ୍ସାଇଜ୍ ଡ୍ୟୁଟିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧୬ ତାରିଖରୁ, ONGC ପରି ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ୍ ପିଛା ୩୩୦୦ ଟଙ୍କା ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ଆକାରରେ ୱିଣ୍ଡଲଫଲ ଗେନ୍ ଟ୍ୟାକ୍ସ ଦେବାକୁ ପଡିବ। ନିକଟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସରେ, ଘରୋଇ ଅଶୋଧିତ ତୈଳ ଉତ୍ପାଦନ ଉପରେ ସରକାର ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ଟନ୍ ପିଛା ୧୭୦୦ ରୁ ୩୨୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ପଢ଼ନ୍ତୁ-ବିଶ୍ୱର ବୃହତମ ଗ୍ରୀନ ଏନର୍ଜୀ ପାର୍କରୁ ବିଜୁଳି ଉତ୍ପାଦନ ଆରମ୍ଭ; ୧.୬ କୋଟି ଘରକୁ ଯୋଗାଇ ହେବ ବିଜୁଳି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାର
ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ଘରୋଇ ଅଶୋଧିତ ତୈଳ ଉପରେ ୱିଣ୍ଡଫଳ ଗେନ୍ ଟ୍ୟାକ୍ସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୬ ତାରିଖ ୨୦୨୪ ଠାରୁ ଏହା କାର୍ଯ୍ୟକାରୀ ହେବ। ଅଶୋଧିତ ତୈଳ ଉପରେ ସ୍ପେଶାଲ ଏଡିସନାଲ ଏକ୍ସାଇଜ୍ ଡ୍ୟୁଟି ବର୍ତ୍ତମାନର ସ୍ତରରୁ ଟନ୍ ପିଛା ୩୨୦୦ ରୁ ଟନ୍ ପିଛା ୩୩୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିଜେଲ ଉପରେ ରପ୍ତାନି କର ବୃଦ୍ଧି କରାଯାଇଛି। ତେବେ ପେଟ୍ରୋଲ ଏବଂ ଏଟିଏଫ ଉପରେ ସ୍ପେଶାଲ ଆଡିଶନାଲ ଏକ୍ସାଇଜ୍ ଡ୍ୟୁଟିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧୬ ତାରିଖରୁ, ONGC ପରି ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ୍ ପିଛା ୩୩୦୦ ଟଙ୍କା ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ଆକାରରେ ୱିଣ୍ଡଲଫଲ ଗେନ୍ ଟ୍ୟାକ୍ସ ଦେବାକୁ ପଡିବ। ନିକଟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସରେ, ଘରୋଇ ଅଶୋଧିତ ତୈଳ ଉତ୍ପାଦନ ଉପରେ ସରକାର ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ଟନ୍ ପିଛା ୧୭୦୦ ରୁ ୩୨୦୦ ଟଙ୍କାକୁ ବୃଦ୍ଧି କରିଥିଲେ।
ପଢ଼ନ୍ତୁ-ବିଶ୍ୱର ବୃହତମ ଗ୍ରୀନ ଏନର୍ଜୀ ପାର୍କରୁ ବିଜୁଳି ଉତ୍ପାଦନ ଆରମ୍ଭ; ୧.୬ କୋଟି ଘରକୁ ଯୋଗାଇ ହେବ ବିଜୁଳି
ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାର ଅତିକ୍ରମ କରିବା ପରେ ସରକାର ଅଶୋଧିତ ତୈଳ ଉତ୍ପାଦନ ଉପରେ ସ୍ପେଶାଲ ଆଡିଶନାଲ୍ ଏକ୍ସାଇଜ୍ ଡ୍ୟୁଟି ଆକାରରେ ୱିଣ୍ଡଫଲ ଗେନ୍ ଟ୍ୟାକ୍ସ ଲାଗୁ କରିଛନ୍ତି। ଯାହା ଦ୍ୱାରା ରପ୍ତାନୀରୁ ହେଉଥିବା ଅଧିକ ଆୟ ଉପରେ ଅଧିକ ଟିକସ ସଂଗ୍ରହ କରାଯାଇପାରିବ। ଡିଜେଲ ଉପରେ ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ଶୂନରୁ ଲିଟର ପିଛା ୧.୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ରପ୍ତାନୀ ହୋଇଥିବା ଡିଜେଲ ଉପରେ ସରକାର ଏହି ଟିକସ ସଂଗ୍ରହ କରୁଛନ୍ତି। ପେଟ୍ରୋଲ ଏବଂ ବିମାନ ଇନ୍ଧନ ଉପରେ ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ବର୍ତ୍ତମାନ ପାଇଁ ଶୂନ୍ୟ ରହିବ।
ସୂଚନା ଥାଉକି, ଜୁଲାଇ ୧ ତାରିଖ, ୨୦୨୨ ଠାରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଘରୋଇ ଉତ୍ପାଦିତ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ ଏବଂ ଏଟିଏଫ ଉପରେ ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ଆକାରରେ ୱିଣ୍ଡଫଲ୍ ଗେନ୍ ଟ୍ୟାକ୍ସ ସଂଗ୍ରହ କରାଯାଏ। ଅଶୋଧିତ ତୈଳ ମୂଲ୍ୟ ବଢ଼ିଲେ ସରକାର ୱିଣ୍ଡଫଲ୍ ଗେନ୍ ଟ୍ୟାକ୍ସକୁ ମଧ୍ୟ ବଢ଼ାଇ ଦେଇଥାନ୍ତି।
The post ଅଶୋଧିତ ତୈଳ ଦର ବୃଦ୍ଧି ପରେ ୱିଣ୍ଡଫଲ ଗେନ୍ ଟ୍ୟାକ୍ସ ବୃଦ୍ଧି କଲେ ସରକାର appeared first on Prameya News7.