ହାଲ୍‌କା ଫୁଲ୍‌କା ଟପିକ୍‌ରୁ ଆରମ୍ଭ କରନ୍ତୁ କଥାବାର୍ତ୍ତା, ସମ୍ପର୍କରେ ବଢିବ ନିବିଡତା

ନୂଆଦିଲ୍ଲୀ ୨୨।୦୮: ଡେଟିଂ ସମୟରେ  ବା ବିବାହ   ପରେ ପାର୍ଟନର୍‌ ସହ କେଉଁ  ବିଷୟରେ କଥା ହେବେ  ତାକୁ ନେଇ ଅନେକ  ଚିନ୍ତାରେ ରହିଥାନ୍ତି । କାରଣ ସାଥୀଙ୍କ ସହ କେଉଁ  ବିଷୟରେ କଥା ହେଲେ  ତାଙ୍କୁ ଖରାପ ନ ଲାଗିବ ବା  ଝଗଡା ହେବ ନାହିଁ ।  ଏହି ସମୟରେ   ସିରିୟସ୍‌ ନୁହେଁ,  ବରଂ ହାଲ୍‌କା ଫୁଲକା ଟପିକ୍‌ ଉପରେ କଥା ହେବା ଦ୍ୱାରା  ପରସ୍ପରଙ୍କ ଭିତରେ ପ୍ରେମ ଓ  ଆପଣାପଣ ବଢିଥାଏ । ତାରିଫ  କରିବା ଦ୍ୱାରା ପ୍ରେମ ଓ ବିଶ୍ୱାସ  ବଢିଥାଏ ।   ପ୍ରେମ ଦୁଇ ଲୋକଙ୍କ ମଧ୍ୟରେ  ଥିବା ସବୁଠାରୁ ସୁନ୍ଦର ସମ୍ପର୍କ, ଯାହା  ପରସ୍ପରଙ୍କ ପ୍ରତି ଚିନ୍ତା, ଖୁସି, ସମ୍ମାନ ଏବଂ  ସମର୍ଥନର ଭାବନା ରହିଥାଏ । ଲୋକଙ୍କ ଧାରଣା ନିୟମିତ ସାଥୀ ସହ ରହିବା ଦ୍ୱାରା  ସମ୍ପର୍କରେ ନିବିଡ଼ତା ଆସିଥାଏ । ସେଥିପାଇଁ  ସାଥୀଙ୍କୁ ଖୁସି ରଖିବାକୁ ପ୍ରୟାସ କରିବା ଉଚିତ୍‌ । ତାରିଫ୍‌ ବଢାଏ ପ୍ରେମ: ହାଲ୍‌କା ଫୁଲ୍‌କା  କଥାବାର୍ତ୍ତାରେ ସମ୍ପର୍କର ଆରମ୍ଭ କରିପାରିବେ । ଯଦି  ଆପଣଙ୍କୁ ସାଥୀର କୌଣସି ଜିନିଷ ଖାସ୍‌ ପସନ୍ଦ  ରହିଥାଏ, ତେବେ ତାଙ୍କୁ କୁହନ୍ତୁ । ଏପରି କରିବା ଦ୍ୱାରା  ପାର୍ଟନର୍‌କୁ ଖୁସି ସହିତ ପ୍ରେମ ମଧ୍ୟ ବଢିଥାଏ । ଲୁକ୍‌,  ପ୍ରକୃତି, ଷ୍ଟାଇଲ୍‌, ଓ କାମ କରିବା ଶୈଳୀ ଏଥିରେ ସାମିଲ୍‌ କରିପାରିବେ ।   ଦିନର ଅପ୍‌ଡେଟ୍‌ ବାଣ୍ଟନ୍ତୁ: ଯଦି ଉଭୟ ବା କେହି  ଜଣେ କର୍ମଜୀବୀ, ତେବେ ରାତ୍ରୀ ଭୋଜନ ପରେ ଦିନଯାକର  ସୁବିଧା ଅସୁବିଧା ପର

ହାଲ୍‌କା ଫୁଲ୍‌କା ଟପିକ୍‌ରୁ ଆରମ୍ଭ କରନ୍ତୁ କଥାବାର୍ତ୍ତା, ସମ୍ପର୍କରେ ବଢିବ ନିବିଡତା

ନୂଆଦିଲ୍ଲୀ ୨୨।୦୮: ଡେଟିଂ ସମୟରେ  ବା ବିବାହ   ପରେ ପାର୍ଟନର୍‌ ସହ କେଉଁ  ବିଷୟରେ କଥା ହେବେ  ତାକୁ ନେଇ ଅନେକ  ଚିନ୍ତାରେ ରହିଥାନ୍ତି । କାରଣ ସାଥୀଙ୍କ ସହ କେଉଁ  ବିଷୟରେ କଥା ହେଲେ  ତାଙ୍କୁ ଖରାପ ନ ଲାଗିବ ବା  ଝଗଡା ହେବ ନାହିଁ ।  ଏହି ସମୟରେ   ସିରିୟସ୍‌ ନୁହେଁ,  ବରଂ ହାଲ୍‌କା ଫୁଲକା ଟପିକ୍‌ ଉପରେ କଥା ହେବା ଦ୍ୱାରା  ପରସ୍ପରଙ୍କ ଭିତରେ ପ୍ରେମ ଓ  ଆପଣାପଣ ବଢିଥାଏ । ତାରିଫ  କରିବା ଦ୍ୱାରା ପ୍ରେମ ଓ ବିଶ୍ୱାସ  ବଢିଥାଏ ।   ପ୍ରେମ ଦୁଇ ଲୋକଙ୍କ ମଧ୍ୟରେ  ଥିବା ସବୁଠାରୁ ସୁନ୍ଦର ସମ୍ପର୍କ, ଯାହା  ପରସ୍ପରଙ୍କ ପ୍ରତି ଚିନ୍ତା, ଖୁସି, ସମ୍ମାନ ଏବଂ  ସମର୍ଥନର ଭାବନା ରହିଥାଏ । ଲୋକଙ୍କ ଧାରଣା ନିୟମିତ ସାଥୀ ସହ ରହିବା ଦ୍ୱାରା  ସମ୍ପର୍କରେ ନିବିଡ଼ତା ଆସିଥାଏ । ସେଥିପାଇଁ  ସାଥୀଙ୍କୁ ଖୁସି ରଖିବାକୁ ପ୍ରୟାସ କରିବା ଉଚିତ୍‌ । 

ତାରିଫ୍‌ ବଢାଏ ପ୍ରେମ: ହାଲ୍‌କା ଫୁଲ୍‌କା  କଥାବାର୍ତ୍ତାରେ ସମ୍ପର୍କର ଆରମ୍ଭ କରିପାରିବେ । ଯଦି  ଆପଣଙ୍କୁ ସାଥୀର କୌଣସି ଜିନିଷ ଖାସ୍‌ ପସନ୍ଦ  ରହିଥାଏ, ତେବେ ତାଙ୍କୁ କୁହନ୍ତୁ । ଏପରି କରିବା ଦ୍ୱାରା  ପାର୍ଟନର୍‌କୁ ଖୁସି ସହିତ ପ୍ରେମ ମଧ୍ୟ ବଢିଥାଏ । ଲୁକ୍‌,  ପ୍ରକୃତି, ଷ୍ଟାଇଲ୍‌, ଓ କାମ କରିବା ଶୈଳୀ ଏଥିରେ ସାମିଲ୍‌ କରିପାରିବେ ।   

ଦିନର ଅପ୍‌ଡେଟ୍‌ ବାଣ୍ଟନ୍ତୁ: ଯଦି ଉଭୟ ବା କେହି  ଜଣେ କର୍ମଜୀବୀ, ତେବେ ରାତ୍ରୀ ଭୋଜନ ପରେ ଦିନଯାକର  ସୁବିଧା ଅସୁବିଧା ପରସ୍ପର ଆଗରେ ବାଣ୍ଟନ୍ତୁ । କୌଣସି  ଖୁସିମଜାକ୍‌ ବା ସମସ୍ୟା ନିଶ୍ଚୟ ସେୟାର କରନ୍ତୁ ।  

ଲକ୍ଷ୍ୟ ବିଷୟରେ ଚର୍ଚ୍ଚା: ସାଥୀ ସହିତ ନିଜର  ଭବିଷ୍ୟତ ଲକ୍ଷ୍ୟ ବିଷୟରେ କଥା ହୁଅନ୍ତୁ । ଅନେକ  ସମୟରେ ବିବାହ ଓ ପିଲାଙ୍କ ଚିନ୍ତା କରିବା ଭିତରେ ଅନେକ ସ୍ୱପ୍ନ ଅଧା ବାଟରୁ ଛାଡିବାକୁ ପଡିଥାଏ । ଯଦି ସେମିତି କିଛି  ସ୍ୱପ୍ନ ରହିଥାଏ, ଏହାକୁ ପୂରଣ କରିବା ଦିଗରେ ସାଥୀର  ମତାମତ ନେବା ସହ ସହଯୋଗ ମଧ୍ୟ କରିପାରିବେ । 

ଭବିଷ୍ୟତ ଯୋଜନା: ପାର୍ଟନର୍‌ ସହ ବସି ଭବିଷ୍ୟତ  ଯୋଜନା କରିବା ଆବଶ୍ୟକ । ଭବିଷ୍ୟତ ଯୋଜନା କରିବା  ସମୟରେ ହିଁ ସମ୍ପର୍କରେ ଥିବା ସଚ୍ଚୋଟତା ଓ ସିରିୟସ୍‌ନେସ୍‌  ଜଣାପଡିଥାଏ । ଭବିଷ୍ୟତ ଯୋଜନା ଭିତରେ ପିଲା, ଘର,  ଗାଡି ଓ ନିବେଶ ବିଷୟରେ ମଧ୍ୟ ଚିନ୍ତା କରିପାରିବେ ।