ମଉଳୁଛି ଶସ୍ତା ଇଏମ୍ଆଇ ଆଶା
ଭୁବନେଶ୍ୱର,୧୬।୪(ଅନୁରାଧା ମହାରଣା): ମହଙ୍ଗା ଇଏମ୍ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ ଆମେରିକାରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ଏବଂ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଶସ୍ତା ଇଏମ୍ଆଇର ଆଶା ମଉଳିବାରେ ଲାଗିଛି। ଗତ ଏପ୍ରିଲ ୧୨ରେ ପରିସଂଖ୍ୟାନ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରି କହିଛି ଯେ, ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫%ରୁ ୪.୮୫%କୁ ଖସି ଆସିଛି ଏବଂ ଏହା ଆରବିଆଇର […] The post ମଉଳୁଛି ଶସ୍ତା ଇଏମ୍ଆଇ ଆଶା appeared first on Dharitri Odia News.
ଭୁବନେଶ୍ୱର,୧୬।୪(ଅନୁରାଧା ମହାରଣା): ମହଙ୍ଗା ଇଏମ୍ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ ଆମେରିକାରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ଏବଂ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଶସ୍ତା ଇଏମ୍ଆଇର ଆଶା ମଉଳିବାରେ ଲାଗିଛି। ଗତ ଏପ୍ରିଲ ୧୨ରେ ପରିସଂଖ୍ୟାନ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରି କହିଛି ଯେ, ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫%ରୁ ୪.୮୫%କୁ ଖସି ଆସିଛି ଏବଂ ଏହା ଆରବିଆଇର ଟଲେରାନ୍ସ ବ୍ୟାଣ୍ଡର ନିକଟତର ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଥିଲେ ମଧ୍ୟ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୫୨%ରେ ରହିଛି ଏବଂ ଡାଲି ଦର ସାଧାରଣ ଲୋକଙ୍କୁ ଅଧିକ ଚିନ୍ତାରେ ପକାଉଛି। ବିଶ୍ୱ ତିକ୍ତତା କାରଣରୁ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାର ଅତିକ୍ରମ କରିଛି। ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସହିତ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାରକୁ ଯାଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଲୋକ ସଭା ନିର୍ବାଚନ ହେତୁ ଆସନ୍ତା ଦୁଇମାସ ପାଇଁ ଅଶୋଧିତ ତୈଳଦର ବୃଦ୍ଧି ପରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି ହୋଇ ନ ପାରେ, ମାତ୍ର ନିର୍ବାଚନ ସମାପ୍ତ ହେବା ପରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ସରକାରଙ୍କ ଉପରେ ଚାପ ପକାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ନିକଟରେ ମୁଦ୍ରା ନୀତି ଘୋଷଣା କରିବାବେଳେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତି ସମ୍ପର୍କରେ କହିଥିଲେ ଯେ, ଖାଦ୍ୟ ସାମଗ୍ରୀର ମୂଲ୍ୟରେ ଅନିଶ୍ଚିତତା ହେତୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଚାପ ରହିବ। କେତେକ ପନିପରିବା ଏବଂ ଡାଲିର ବର୍ଦ୍ଧିତ ମୂଲ୍ୟ ଉପରେ ନଜର ରଖିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ସାଧାରଣ ତାପମାତ୍ରାଠାରୁ ଅଧିକ ଏବଂ ପାଗରେ ପରିବର୍ତ୍ତନ ହେତୁ ଘରୋଇ ତଥା ଅନ୍ତର୍ଜାତୀୟ ଖାଦ୍ୟ ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ସମ୍ପର୍କରେ ସେ ଚେତାବନୀ ଦେଇଥିଲେ।
The post ମଉଳୁଛି ଶସ୍ତା ଇଏମ୍ଆଇ ଆଶା appeared first on Dharitri Odia News.