ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୧୫।୧୦: ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀର ଅନୁଷ୍ଠିତ ହେଉଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ ଶାହାବାଜ ସରିଫ ଆଗକୁ ଆସି ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ହାତ ମିଳାଇଥିଲେ। ଉଭୟ ନେତା ମଧ୍ୟ କିଛି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏସସିଓ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଶାହାବାଜ ସରିଫ ବିଦେଶୀ ନେତାଙ୍କ ପାଇଁ […] The post ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର appeared first on Dharitri Odia News.

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୧୫।୧୦: ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀର ଅନୁଷ୍ଠିତ ହେଉଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ ଶାହାବାଜ ସରିଫ ଆଗକୁ ଆସି ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ହାତ ମିଳାଇଥିଲେ। ଉଭୟ ନେତା ମଧ୍ୟ କିଛି ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ଏସସିଓ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଶାହାବାଜ ସରିଫ ବିଦେଶୀ ନେତାଙ୍କ ପାଇଁ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ଏଥିପାଇଁ ସେ ସମସ୍ତ ନେତାଙ୍କୁ ସ୍ୱାଗତ କରୁଥିବାବେଳେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଯଦିଓ, ସ୍ୱଳ୍ପ ସମୟ ମଧ୍ୟରେ ଦୁଇ ନେତା କ’ଣ କଥାବାର୍ତ୍ତା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଉଭୟ ନେତା ପରସ୍ପର ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା।

The post ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର appeared first on Dharitri Odia News.