ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର
ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଏନ୍ଡିଏ ପ୍ରାର୍ଥୀ ରେଭନ୍ନା କେତେଜଣ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ବହୁଳ ପ୍ରସାରିତ ଭିଡିଓଗୁଡ଼ିକ ଉଭୟ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଲଜ୍ଜାକର ସ୍ଥିତି ସୃଷ୍ଟି କରିଛି। ରେଭନ୍ନା ତାଙ୍କ ଭାବମୂର୍ତ୍ତି ମଳିନ […] The post ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର appeared first on Dharitri Odia News.
ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଏନ୍ଡିଏ ପ୍ରାର୍ଥୀ ରେଭନ୍ନା କେତେଜଣ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ବହୁଳ ପ୍ରସାରିତ ଭିଡିଓଗୁଡ଼ିକ ଉଭୟ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଲଜ୍ଜାକର ସ୍ଥିତି ସୃଷ୍ଟି କରିଛି। ରେଭନ୍ନା ତାଙ୍କ ଭାବମୂର୍ତ୍ତି ମଳିନ କରିବା ଉଦ୍ଦେଶ୍ୟରେ ଜାଲ୍ ଭିଡିଓ ପ୍ରସ୍ତୁତ କରାଯାଇଥିବା ଦର୍ଶାଇ ଥାନାରେ ଏତଲା ଦେଇଦେବା ପରେ ଦେଶ ଛାଡ଼ି ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏହି ସ୍କାଣ୍ଡାଲର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି।
ଜେଡିଏସ୍ ମୁଖ୍ୟ ଦେବେଗୌଡ଼ାଙ୍କ ସାନପୁଅ ଏଚ୍.ଡି. କୁମାରସ୍ବାମୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବାବେଳେ ବଡ଼ପୁଅ
ଏଚ୍.ଡି ରେଭନ୍ନା ତାଙ୍କ କ୍ୟାବିନେଟରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିଲେ। ପ୍ରଜ୍ୱଳ ହେଉଛନ୍ତି ଏଚ୍.ଡି ରେଭନ୍ନାଙ୍କ ପୁଅ। ୩୩ ବର୍ଷୀୟ ପ୍ରଜ୍ୱଳ ୨୦୧୯ ସାଧାରଣ ନିର୍ବାଚନ ବେଳେ ହାସନ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ଆସନରେ ଚଳିତ ମାସ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗ୍ରହଣ ଚାଲିଥିବାବେଳେ ପ୍ରଜ୍ୱଳଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ପୋଲିଂ ଏଜେଣ୍ଟ ଏହାକୁ ଜାଲ୍ ଭିଡିଓ କହି ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତମାନେ ଘର ଘର ବୁଲି ଏହି ଭିଡିଓକୁ ଲୋକଙ୍କୁ ଦେଖାଇବା ସହ ପ୍ରଜ୍ୱଳଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଥିଲେ। ଭିଡିଓରେ ଥିବା ମହିଳାମାନଙ୍କୁ ପ୍ରଜ୍ୱଳ ନିଜେ ଡକାଇବା ସହ ଯୌନସମ୍ପର୍କ ରଖିଥିଲେ। ସେ ସେମାନଙ୍କ ବିନା ଅନୁମତିରେ ଏହାର ଭିଡିଓ ଶୁଟିଂ କରାଇଥିବା ଅଭିଯୋଗ ଆସିଛି। କର୍ନାଟକ ମହିଳା କମିଶନ ଅଧ୍ୟକ୍ଷା ନାଗଲକ୍ଷ୍ମୀ ଚୌଧରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର କଂଗ୍ରେସ ସରକାର ଏହାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ୍ସ’ରେ ସୂଚନା ଦେଇଛନ୍ତି। ଏହି ଘଟଣାକ୍ରମ ପରେ ପ୍ରଜ୍ୱଳ ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଭଳି ସମୟରେ ଜେଡିଏସ୍ ସହ ମେଣ୍ଟ କରି ଲଢ଼ୁଥିବା ଭାଜପା ଏହି ବିବାଦରୁ ଦୂରତ୍ୱ ଅବଲମ୍ବନ କରିଛି।
ଗତବର୍ଷ ସେପ୍ଟେମ୍ବରରେ ଜେଡିଏସ୍ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ଭାଜପା ସହିତ ମେଣ୍ଟ କରିଥିଲା। ସେକ୍ସ ଭିଡିଓଗୁଡ଼ିକ ସାମ୍ନାକୁ ଆସିବା ପରେ କଂଗ୍ରେସ ସେହି ସମୟର ଏକ ଫଟୋକୁ ରବିବାର ଏକ୍ସ’ରେ ଶେୟାର କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା, ତାଙ୍କ ଦୁଇପୁଅ ଏବଂ ନାତି ପ୍ରଜ୍ୱଳ ଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରେ କଂଗ୍ରେସ ଉଲ୍ଲେଖ କରିଛି, ପର୍ନ ଭିଡିଓ ଭର୍ତ୍ତି ଏକ ପେନ୍ ଡ୍ରାଇଭ୍ରୁ ଏମ୍ପି ତଥା ଏନ୍ଡିଏ ପ୍ରାର୍ଥୀ ପ୍ରଜ୍ୱଳ ଅନେକ ହଜାର ମହିଳାଙ୍କୁ ଯୌନ ଶୋଷଣ କରି ସେମାନଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଭିଡିଓ ରେକର୍ଡ କରିଥିବା ପ୍ରଘଟ ହୋଇଛି। ଏନେଇ ହୋଲେନାରାସିପୁର ଥାନାରେ ପ୍ରଜ୍ୱଳଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୁମାରସ୍ବାମୀ କହିଛନ୍ତି, ମହିଳାଙ୍କ ପ୍ରତି ଦେବେଗୌଡ଼ା ଓ ତାଙ୍କର ସମ୍ମାନ ରହିଛି। ପ୍ରଜ୍ୱଳଙ୍କୁ ଏସ୍ଆଇଟି ବିଦେଶରୁ ଆଣିବ ବୋଲି ସେ ଚିନ୍ତିତ ନୁହନ୍ତି।
The post ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର appeared first on Dharitri Odia News.