୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର

ଗଞ୍ଜାମ,୬।୭(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତ୍ୟାହାର ଦାବି ନେଇ ଜୁଲାଇ ୯ ତାରିଖରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟକୁ ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ସଫଳ କରିବା ନିମନ୍ତେ ଏଆଇଟିୟୁସି, ସିପିଆଇ, ଏଚ୍‌ଏମ୍‌ଏସ୍‌, ଆଇଏନ୍‌ଟିୟୁସି ଏବଂ ବିଭିନ୍ନ ସଂଗଠନର ନେତାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଲକ୍ଷ୍ମଣ ଭବନଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ତଥା ପୂର୍ବତନ ବିଧାୟକ […] The post ୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର appeared first on Dharitri Odia News.

୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର

ଗଞ୍ଜାମ,୬।୭(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତ୍ୟାହାର ଦାବି ନେଇ ଜୁଲାଇ ୯ ତାରିଖରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟକୁ ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ସଫଳ କରିବା ନିମନ୍ତେ ଏଆଇଟିୟୁସି, ସିପିଆଇ, ଏଚ୍‌ଏମ୍‌ଏସ୍‌, ଆଇଏନ୍‌ଟିୟୁସି ଏବଂ ବିଭିନ୍ନ ସଂଗଠନର ନେତାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଲକ୍ଷ୍ମଣ ଭବନଠାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ତଥା ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ ଅଧ୍ୟକ୍ଷତା କରି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ କଡ଼ା ସମାଲୋଚନା କରିବା ସହିତ ଧର୍ମଘଟକୁ କିପରି ସଫଳ କରାଯିବ ସେନେଇ ଆହ୍ବାନ ଦେଇଥିଲେ।

ଏହା ସହିତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ ବିଭାଗର ଡାକ୍ତର ପଦବୀ ପୂରଣ କରିବା, ଡିଆର୍‌ଡିଏ ଓ କଲେଜ ଛକ ନିକଟରେ ତୁରନ୍ତ ଓଭରବ୍ରିଜ ନିର୍ମାଣ କରିବା, ଚାଷୀଙ୍କ ସୁବିଧା ନିମନ୍ତେ କରାତଳି ତାମ୍ପରାକୁ ଆନ୍ଧ୍ରା ମାଛ ମାଫିଆଠାରୁ ଉଚ୍ଛେଦ କରି ତାହାର ପୁନଃ ଉଦ୍ଧାର କରିବା ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ, ଯୁବ ସଂଘର ଜାତୀୟ ସମ୍ପାଦକ ପ୍ରଦୀପ ସେଠୀ, ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ରାଜୀବ ଲୋଚନ ପଣ୍ଡା, ଜିଲା ନେତା ସିଏଚ୍‌ ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ନାରୀନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ଗଞ୍ଜାମ ଜୋନାଲ ସମ୍ପାଦକ ଦଣ୍ଡପାଣି ପାତ୍ର, ଆଇନଜୀବୀ ଆଦିତ୍ୟ ମିଶ୍ର, ଏଚଏମ୍‌ଏସ୍‌ ନେତା ଡ଼.ରାଜେନ୍ଦ୍ର ଦାଶ, ଆଇଏନଟିୟୁସିର ଇଜୁ ଆମିନ ଖାନ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଏନ୍‌. ସୁକାନ୍ତ ଆଚାରୀ, ଭବାନୀ ସେନା, କୋଠାବାଡି ଶ୍ରମିକ ସଂଘ ସଭାପତି ମିନତୀ ପାତ୍ର, ଡମ୍ବରୁଧର ବାରିକ, ଯୁଧିଷ୍ଠିର ପାତ୍ରଙ୍କ ସମେତ ବିଭିନ୍ନ ସଂଗଠନର ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।

The post ୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର appeared first on Dharitri Odia News.