ବନ୍ଦ ପାଳନବେଳେ ବ୍ୟାନରରୁ କାଟି ବାହାର କରିଦେଲେ କଂଗ୍ରେସ ବିଧାୟକଙ୍କ ଫଟୋ, କମିଟିର ଅବହେଳା ପାଇଁ…
ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି। ତେବେ ବନ୍ଦ ପାଳନ ବେଳେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ଚାରି ଛକରେ ଦଉଡ଼ି ବାନ୍ଧି ରାସ୍ତା ଉପରେ ବାଇକ ରଖି ରାସ୍ତା ଅବରୋଧ କରାଯାଇଥିବା ବେଳେ ଦଳ ପକ୍ଷରୁ ଏକ ବ୍ୟାନର ଲଗାଯାଇ ବନ୍ଦ ପାଳନ […] The post ବନ୍ଦ ପାଳନବେଳେ ବ୍ୟାନରରୁ କାଟି ବାହାର କରିଦେଲେ କଂଗ୍ରେସ ବିଧାୟକଙ୍କ ଫଟୋ, କମିଟିର ଅବହେଳା ପାଇଁ… appeared first on Dharitri Odia News.
ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି। ତେବେ ବନ୍ଦ ପାଳନ ବେଳେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ଚାରି ଛକରେ ଦଉଡ଼ି ବାନ୍ଧି ରାସ୍ତା ଉପରେ ବାଇକ ରଖି ରାସ୍ତା ଅବରୋଧ କରାଯାଇଥିବା ବେଳେ ଦଳ ପକ୍ଷରୁ ଏକ ବ୍ୟାନର ଲଗାଯାଇ ବନ୍ଦ ପାଳନ କରାଯାଉଛି। ତେବେ ବ୍ୟାନରରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନଙ୍କ ଫଟୋକୁ କାଟି ବାହାର କରି ଦିଆଯାଇଛି।
ଏ ସମ୍ପର୍କରେ କଂଗ୍ରେସ କମିଟି ର ଦାରିଙ୍ଗବାଡ଼ି ବ୍ଲକ ସଭାପତି ସନ୍ତୋଷ ପ୍ରଧାନ, ବରିଷ୍ଠ କର୍ମୀ ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ଶରତ ପ୍ରଧାନ, ତିଆଡ଼ି ନାୟକ, ପିଟର ଦିଗାଲଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଧାୟକଙ୍କ ଦାରିଙ୍ଗବାଡ଼ି କର୍ମୀଙ୍କୁ ଅବହେଳା କରୁଥିବା ଓ ଦଳକୁ ୨ ଫାଳ କରୁଥିବା ସହ ଦାରିଙ୍ଗବାଡ଼ି ପ୍ରତି ଉନ୍ନୟନ କାର୍ଯ୍ୟର ମଧ୍ୟ ବିଧାୟକ ଗୁରୁତ୍ୱ ଦେଉ ନ ଥିବା ବ୍ଲକ କଂଗ୍ରେସ କମିଟି ଅଭିଯୋଗ କରିବା ସହ ଦଳର ବରିଷ୍ଠ ତଥା ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, କଂଗ୍ରେସ ନେତା ଅମିର ଚାନ୍ଦ ନାୟକ, ବ୍ଲକ ସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ଫଟୋ ରହିଥିବା ବ୍ୟାନରରୁ କାଟି ବାହାର କରି ପ୍ରତିବାଦ କରାଯାଇଥିଲା। ବିଧାୟକଙ୍କ ଏଭଳି ଦାରିଙ୍ଗବାଡ଼ି ପ୍ରତି ଅବହେଳାକୁ ବ୍ଲକ କମିଟି ବରଦାସ୍ତ କରିବ ନାହିଁ ବୋଲି ବ୍ଲକ କମିଟି ଅଭିଯୋଗ କରିବା ସହ ଆମେ ପ୍ରଦେଶ କଂଗ୍ରେସ କମିଟିକୁ ଅଞ୍ଚଳବାସୀ ଭୋଟ୍ ଦେଇଥିଲୁ ଆମେ କଂଗ୍ରେସ ସହ ରହିଛୁ ବୋଲି କହିଥିଲେ।
The post ବନ୍ଦ ପାଳନବେଳେ ବ୍ୟାନରରୁ କାଟି ବାହାର କରିଦେଲେ କଂଗ୍ରେସ ବିଧାୟକଙ୍କ ଫଟୋ, କମିଟିର ଅବହେଳା ପାଇଁ… appeared first on Dharitri Odia News.