ବନ୍ଧୁମିଳନ ଆଳରେ ନେତୃତ୍ୱ ପରିବର୍ତ୍ତନ ସ୍ବର
ଚଣ୍ଡିଖୋଲ,୨୫ା୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ବିଜେଡି ପକ୍ଷରୁ ପୁରୁଖା କର୍ମୀମାନେ ବୁଧବାର ଚଣ୍ଡିଖୋଲ ନିକଟ ଧର୍ମଶାଳା ଭବନରେ ଏକ ବନ୍ଧୁମିଳନ କରି ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀର ନେତୃତ୍ୱ ପରିବର୍ତ୍ତନର ସ୍ବର ଉଠାଇଛନ୍ତି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହ୍ଲାଦ ନନ୍ଦ, ପୂର୍ବତନ ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ପୂଜାରାଣୀ ବଳ ଓ ରାଜ୍ୟ ଯୁବ ବିଜେଡି […] The post ବନ୍ଧୁମିଳନ ଆଳରେ ନେତୃତ୍ୱ ପରିବର୍ତ୍ତନ ସ୍ବର appeared first on Dharitri Odia News.
ଚଣ୍ଡିଖୋଲ,୨୫ା୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ବିଜେଡି ପକ୍ଷରୁ ପୁରୁଖା କର୍ମୀମାନେ ବୁଧବାର ଚଣ୍ଡିଖୋଲ ନିକଟ ଧର୍ମଶାଳା ଭବନରେ ଏକ ବନ୍ଧୁମିଳନ କରି ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀର ନେତୃତ୍ୱ ପରିବର୍ତ୍ତନର ସ୍ବର ଉଠାଇଛନ୍ତି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହ୍ଲାଦ ନନ୍ଦ, ପୂର୍ବତନ ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ପୂଜାରାଣୀ ବଳ ଓ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଆଶିଷ ରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। ଯୁବନେତା ଧନେଶ୍ୱର ବେହେରାଙ୍କ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ସରପଞ୍ଚ ପ୍ରମୋଦ ଜେନା, ସେକ୍ ଅବଦୁଲ ଗନି, ପୁଷ୍ପଲତା ସିଂହ, ଅକ୍ଷୟ ରାଉତରାୟ, ସାଗରିକା ଚୌଧୁରୀ, ପ୍ରାକ୍ତନ ସରପଞ୍ଚ ରବୀନ୍ଦ୍ର ନାଥ ଦାଶ, ପୂର୍ବତନ ସମିତିସଭ୍ୟ ପ୍ରତିଭା ଖୁଣ୍ଟିଆ, ବରିଷ୍ଠ ନେତୃମଣ୍ଡଳୀ ନିହାର ରଞ୍ଜନ ମିଶ୍ର, ପୂର୍ବତନ ବ୍ଲକ ମହିଳା ସଭାନେତ୍ରୀ ଦମୟନ୍ତୀ ସାମଲ, ସମିତିସଭ୍ୟ ସ୍ମରଣିକା ବଳ, ଶ୍ରୀକୃଷ୍ଣ ପରିଡ଼ା, ନିରଞ୍ଜନ ମହାନ୍ତି, ରବୀନ୍ଦ୍ର ରାଉତ, ବିଧାନଚନ୍ଦ୍ର ସାମନ୍ତରାୟ ଓ ଭରତ ମହାପାତ୍ର ପ୍ରମୁଖ ଯୋଗଦେଇ କହିଥିଲେ, ବିଜେଡି ପ୍ରତିଷ୍ଠା ସମୟରେ ଯେଉଁମାନେ ବଡ଼ଚଣାରେ ମଙ୍ଗ ଧରିଥିଲେ ଦଳ କ୍ଷମତାରେ ଥାଇ ମଧ୍ୟ ଆଜିର ନେତୃତ୍ତ୍ବ ସେମାନଙ୍କୁ ଅଣଦେଖା କରିଛି। ଯେଉଁମାନଙ୍କ ଦଳ ପ୍ରତି ସାମାନ୍ୟ ଧାରଣା ନାହିଁ ସେହିଭଳି ହାତ ଗଣତି ଲୋକଙ୍କୁ ନେଇ ନେତୃତ୍ୱ କାର୍ଯ୍ୟ କରୁଥିବାରୁ ଗତ ନିର୍ବାଚନରେ ଦଳ ମାତ୍ର ୧୪୮୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ତେଣୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମଜେୟ ଲେଙ୍କାଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ନେତୃମଣ୍ଡଳୀମାନେ ପ୍ରକାଶ କରିଥିଲେ। ଯଦି ରାଜ୍ୟ ନେତୃତ୍ୱ ବଡ଼ଚଣାର ନେତୃତ୍ୱ ପରିବର୍ତ୍ତନ ନ କରନ୍ତି ତେବେ ଆସନ୍ତା ନିର୍ବାଚନରେ ଅସହଯୋଗ କରିବାକୁ ସେମାନେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର କର୍ମୀ ଯୋଗଦେଇଥିଲେ। ନିରଞ୍ଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ।
The post ବନ୍ଧୁମିଳନ ଆଳରେ ନେତୃତ୍ୱ ପରିବର୍ତ୍ତନ ସ୍ବର appeared first on Dharitri Odia News.