କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ତରଫରୁ ୫୧ ୟୁନିଟ ରକ୍ତଦାନ କଲେ

କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ୧୩ଗୋଟି ବ୍ଲକ ଅଛି ୧୩ଟି ବ୍ଲକ ମଧ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲ ଅଛି। ସରକାରୀ ହସ୍ପିଟାଲ ଡି.ଏଚ.ଏଚ. ୧ଟି, ଏସ.ଡି.ଏଚ. ୧ଟି, ସି.ଏଚ୍.ସି. ୧୭ଟି, ପି.ଏଚ୍.ସି. ୪୫ଟି ସେଥି ମଧ୍ୟରେ ବେସରକାରୀ ହସ୍ପିଟାଲ ୧୦ଟି ଅଛି। ଜିଲ୍ଲାରେ ୨ଟି ରକ୍ତ ଭଣ୍ଡାର କେନ୍ଦ୍ର ଅଛି। ଗୋଟିଏ ଶହୀଦ ରେଣ୍ଡୋମାଝୀ ମହିଳା ଭିଷେକ ମହାବିଦ୍ୟାଳୟ ଭବାନୀପାଟଣା ଠାରେ ରକ୍ତ ଭଣ୍ଡାର କେନ୍ଦ୍ର ଅଛି ଏବଂ ଧର୍ମଗଡ଼ ଉପଖଣ୍ଡରେ […] The post କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ତରଫରୁ ୫୧ ୟୁନିଟ ରକ୍ତଦାନ କଲେ appeared first on Odisha.News.

କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ତରଫରୁ ୫୧ ୟୁନିଟ ରକ୍ତଦାନ କଲେ

କଳାହାଣ୍ଡି, ୨୯/୦୧
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ୧୩ଗୋଟି ବ୍ଲକ ଅଛି ୧୩ଟି ବ୍ଲକ ମଧ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲ ଅଛି। ସରକାରୀ ହସ୍ପିଟାଲ ଡି.ଏଚ.ଏଚ. ୧ଟି, ଏସ.ଡି.ଏଚ. ୧ଟି, ସି.ଏଚ୍.ସି. ୧୭ଟି, ପି.ଏଚ୍.ସି. ୪୫ଟି ସେଥି ମଧ୍ୟରେ ବେସରକାରୀ ହସ୍ପିଟାଲ ୧୦ଟି ଅଛି। ଜିଲ୍ଲାରେ ୨ଟି ରକ୍ତ ଭଣ୍ଡାର କେନ୍ଦ୍ର ଅଛି। ଗୋଟିଏ ଶହୀଦ ରେଣ୍ଡୋମାଝୀ ମହିଳା ଭିଷେକ ମହାବିଦ୍ୟାଳୟ ଭବାନୀପାଟଣା ଠାରେ ରକ୍ତ ଭଣ୍ଡାର କେନ୍ଦ୍ର ଅଛି ଏବଂ ଧର୍ମଗଡ଼ ଉପଖଣ୍ଡରେ ରକ୍ତ ଭଣ୍ଡାର କେନ୍ଦ୍ର ଅଛି। ଜିଲ୍ଲାରେ ବହୁତ ମହିଳା, ପୁରୁଷ, ବୃଦ୍ଧା, ବୃଦ୍ଧ ଏବଂ ଛୋଟ ଛୋଟ ପୁଅ ଝିଅ ରୋଗୀ ମାନଙ୍କୁ ରକ୍ତର ବହୁତ ଅଭାବ ସମ୍ମୁଖୁନ ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ର ଠାରେ କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ତରଫରୁ ୫୧ ୟୁନିଟ ରକ୍ତଦାନ ହୋଇଯାଇଛି । ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରକାଶ ଯେ, ସାରା ଭାରତ ବର୍ଷରେ ଏକ ସମୟରେ ସଂଗଠନ ଜରିଆରେ ଶିବିର ଆୟୋଜନକରି ୭୫୦୦୦ ୟୁନିଟ ରକ୍ତ ସଂଗ୍ରହ କରି ଗିନିସ ବୁକ ଅଫ ୱାର୍ଲ୍ଟ ରେକର୍ଡସରେ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ସଂଘର ସମ୍ପାଦକ ହୃଷିକେଶ ମିଶ୍ର ପ୍ରକାଶ କରିଛନ୍ତି । ଶିବିରରେ କଳାହାଣ୍ଡି କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ସଭାପତି ଅଶୋକ ରାଉତ, କୋଷାଧ୍ୟକ୍ଷ କିଶୋର ଅଗ୍ରୱାଲ, ଗୌରୀ ଶଙ୍କର ରାୟଗୁରୁ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଆଶିଷ ପଟ୍ଟଯୋଶୀ, ଅବିଦ ହୁସେନଙ୍କ ସମେତ ସଂଘର ବହୁ ସଦସ୍ୟ ସହଯୋଗ କରିଥିଲେ । ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ସୋସିଆଳ ୱେଲ ଫେୟାର ସଂଘର ସଭାପତି ଉମାକାନ୍ତ ସୁନାନୀ, ସୁମିତ ଖମାରୀ, ବ୍ୟବସାୟୀ ସଂଘର ସଭାପତି ବୁଦ୍ୟାଧର ସାହୁ, ମହିଳା ମହାବିଦ୍ୟାଳୟର ପ୍ରିୟମ୍ବଦା ଚାନ୍ଦ, ବାଙ୍କିମ ମୁଣ୍ଡ, ପର୍ଶୁରାମ ସେନାର ବିଶ୍ୱରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

The post କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ତରଫରୁ ୫୧ ୟୁନିଟ ରକ୍ତଦାନ କଲେ appeared first on Odisha.News.