ପୂର୍ବତନ ବିଧାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବରଗଡ଼,୬।୬ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ନବୀନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ବିଧାୟକ ମହମ୍ମଦ ରଫିକ ବରଗଡ଼ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ସେ କରିଥିବା କାର୍ଯ୍ୟ ପାଇଁ […] The post ପୂର୍ବତନ ବିଧାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.
ବରଗଡ଼,୬।୬ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ନବୀନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ବିଧାୟକ ମହମ୍ମଦ ରଫିକ ବରଗଡ଼ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ସେ କରିଥିବା କାର୍ଯ୍ୟ ପାଇଁ ଚିରସ୍ମରଣୀୟ। ଏହା ସହିତ ରଫିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନବୀନ ସମବେଦନା ଜଣାଇଛନ୍ତି। ସେହିପରି ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ରଫିକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ରଫିକ୍ ଜଣେ ନିଷ୍ଠାପର ରାଜନୈତିକ କର୍ମୀ ତଥା ସମାଜସେବୀ ଥିଲେ। ବିଧାୟକ ଥିବାବେଳେ ପ୍ରାକ୍ତନ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ତାଙ୍କର ଉଦ୍ୟମ ଚିର ସ୍ମରଣୀୟ ହୋଇ ରହିବ। ପ୍ରକାଶ ଥାଉକି, ସ୍ବର୍ଗତ ରଫିକ୍ ୨୦୦୪ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ତତ୍କାଳୀନ ମେଳଛାମୁଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ ।
The post ପୂର୍ବତନ ବିଧାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.