ତେଲ୍‌ ଅଭିଭ୍‌କୁ ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ୍‌

ମଧ୍ୟ-ପୂର୍ବର କିଛି ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତତ୍କାଳ ପ୍ରଭାବରେ ଇସ୍ରାଏଲର ତେଲ ଅଭିଭ ଯାଉଥିବା ଏବଂ ଆସୁଥିବା ନିଜର ସମସ୍ତ ଉଡ଼ାଣକୁ ବାତିଲ କରିଛି । ଆଗାମୀ ନୋଟିସ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଏୟାରଲାଇନ୍ କହିଛି । ଏୟାର ଇଣ୍ଡିଆ କହିଛି ଯେ ପରିସ୍ଥିତି ଉପରେ ଏହା ଲଗାତାର ନଜର ରଖିଛି । ଏୟାରଲାଇନ୍‌ ତେଲ ଅଭିଭ୍‌ ଯାଉଥିବା ଏବଂ ସେଠାରୁ ଆସୁଥିବା କନ୍‌ଫର୍ମ ବୁକିଂ ଯାତ୍ରୀମାନଙ୍କୁ […] The post ତେଲ୍‌ ଅଭିଭ୍‌କୁ ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ୍‌ appeared first on KNews Odisha.

ତେଲ୍‌ ଅଭିଭ୍‌କୁ ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ୍‌
air2

ମଧ୍ୟ-ପୂର୍ବର କିଛି ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତତ୍କାଳ ପ୍ରଭାବରେ ଇସ୍ରାଏଲର ତେଲ ଅଭିଭ ଯାଉଥିବା ଏବଂ ଆସୁଥିବା ନିଜର ସମସ୍ତ ଉଡ଼ାଣକୁ ବାତିଲ କରିଛି । ଆଗାମୀ ନୋଟିସ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଏୟାରଲାଇନ୍ କହିଛି । ଏୟାର ଇଣ୍ଡିଆ କହିଛି ଯେ ପରିସ୍ଥିତି ଉପରେ ଏହା ଲଗାତାର ନଜର ରଖିଛି ।

ଏୟାରଲାଇନ୍‌ ତେଲ ଅଭିଭ୍‌ ଯାଉଥିବା ଏବଂ ସେଠାରୁ ଆସୁଥିବା କନ୍‌ଫର୍ମ ବୁକିଂ ଯାତ୍ରୀମାନଙ୍କୁ ରିଫଣ୍ଡ୍‌ ମଧ୍ୟ ଅଫର୍‌ କରିଛି । ଏୟାରଲାଇନ୍‌ କହିଛି ଯେ ଆମର ଅତିଥି ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ହେଉଛି ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା ।

ଏୟାର ଇଣ୍ଡିଆ ଅଧିକ ସୂଚନା ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି । ଯାତ୍ରୀମାନେ 011-69329333 କିମ୍ବା 011-69329999 କୁ କଲ୍‌ କରି ଅଧିକ ସୂଚନା ପାଇପାରିବେ । ଟାଟା ଗ୍ରୁପ୍ ମାଲିକାନା କମ୍ପାନୀ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରୁ ତେଲ ଅଭିଭ୍‌କୁ ନିଜର ସମସ୍ତ ସେବା ଅଗଷ୍ଟ ୮ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ।

The post ତେଲ୍‌ ଅଭିଭ୍‌କୁ ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ୍‌ appeared first on KNews Odisha.