ସାପ କାମୁଡ଼ାରେ ଚାଲିଗଲା ପୁଅର ଜୀବନ
ଅମରପାଲି,୯ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଶାନ୍ତି କେରାଙ୍କ ପୁଅ ସାଗର। ତେବେ ପୁଅକୁ ବଞ୍ଚାଇବାକୁ ଯାଇ ସାପ କାମୁଡିଥିବା ସ୍ଥାନରୁ ପାଟିରେ ବିଷ କାଢ଼ି ତାଙ୍କ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ସୁବର୍ଣ୍ଣପୁର ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ ଗଏଲଗୁଡ଼ ଗ୍ରାମର ଶାନ୍ତି କୋରା ହିଲୁଙ୍ଗଠାରେ ରହୁଥିଲେ। […] The post ସାପ କାମୁଡ଼ାରେ ଚାଲିଗଲା ପୁଅର ଜୀବନ appeared first on Dharitri Odia News.
ଅମରପାଲି,୯ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଶାନ୍ତି କେରାଙ୍କ ପୁଅ ସାଗର। ତେବେ ପୁଅକୁ ବଞ୍ଚାଇବାକୁ ଯାଇ ସାପ କାମୁଡିଥିବା ସ୍ଥାନରୁ ପାଟିରେ ବିଷ କାଢ଼ି ତାଙ୍କ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ସୁବର୍ଣ୍ଣପୁର ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ ଗଏଲଗୁଡ଼ ଗ୍ରାମର ଶାନ୍ତି କୋରା ହିଲୁଙ୍ଗଠାରେ ରହୁଥିଲେ। ପୁଅ ସାଗର ସକାଳେ ଘରେ ରହୁଥିବା ଶିଡି ତଳେ ଖେଳୁଥିଲେ। ସେଠାରେ ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା। ପୁଅର ଚିତ୍କାର ଶୁଣି ଶାନ୍ତି ସେଠାକୁ ଆସିଲା ବେଳକୁ ସାପ ବାହାରକୁ ଚାଲି ଯାଉଥିଲା।
ପୁଅକୁ ବଞ୍ଚାଇବା ପାଇଁ ସାପ କାମୁଡିଥିବା ସ୍ଥାନରୁ ଶାନ୍ତି ପାଟିରେ ବିଷ ବାହାର କରିବାକୁ ଉଦ୍ୟମ କରିଥିଲେ। ଏଥିରେ ମଧ୍ୟ ସେ ଅସୁସ୍ଥ ହୋଇପଡିଲେ। ସାହି ପଡିଶା ସେଠାରୁ ଉଭୟଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ସାଗରଙ୍କୁ ମୃତ ଘୋଷଣା କରିଥିଲେ। ଶାନ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ସଦର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏନେଇ ବୀରମହାରାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
The post ସାପ କାମୁଡ଼ାରେ ଚାଲିଗଲା ପୁଅର ଜୀବନ appeared first on Dharitri Odia News.