ଟି-୨୦ ବିଶ୍ୱକପ୍ ପରେ ମୋ ଜୀବନ…ମନର କଥା ଖୋଲି କହିଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୪।୧୦: ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତୀୟ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୦୭ ଜିତିଥିଲା। ଏବେ ରୋହିତ ଶର୍ମାଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୋହିତ ଶର୍ମା ଟି-୨୦ ବିଶ୍ୱକପ ଜିତିବା ପରେ ନିଜର ଅଭିଜ୍ଞତା ବାଣ୍ଟୁଛନ୍ତି। ଟି […] The post ଟି-୨୦ ବିଶ୍ୱକପ୍ ପରେ ମୋ ଜୀବନ…ମନର କଥା ଖୋଲି କହିଦେଲେ ରୋହିତ ଶର୍ମା appeared first on Dharitri Odia News.
ନୂଆଦିଲ୍ଲୀ,୪।୧୦: ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତୀୟ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୦୭ ଜିତିଥିଲା। ଏବେ ରୋହିତ ଶର୍ମାଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୋହିତ ଶର୍ମା ଟି-୨୦ ବିଶ୍ୱକପ ଜିତିବା ପରେ ନିଜର ଅଭିଜ୍ଞତା ବାଣ୍ଟୁଛନ୍ତି। ଟି -୨୦ ବିଶ୍ୱକପ ଜିତିବା ତାଙ୍କ ଜୀବନକୁ କିପରି ବଦଳାଇ ଦେଇଛି ସେ ମଧ୍ୟ କହିଛନ୍ତି। ରୋହିତ ଶର୍ମା କହିଛନ୍ତି, ଆମର ସବୁଠୁ ବଡ଼ ଲକ୍ଷ୍ୟ ହେଉଛି ବିଶ୍ୱକପ ଜିତିବା, ଏହି ବିଶ୍ୱକପ ବିଜୟ ପରେ ମୋ ଜୀବନରେ ଜୀବନ ଆସିଛି। ରୋହିତ ଶର୍ମା ମରାଠୀ ଭାଷାରେ ନିଜର ମତ ରଖିଥିଲେ।
ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ଜିତିବାରେ ଲାଗିଲା। ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଏହିପରି ଭାବରେ ଭାରତୀୟ ଦଳ ତୃତୀୟ ଥର ପାଇଁ ଦିନିକିଆ ବିଶ୍ୱକପ ଚାମ୍ପିୟନ ହେବାକୁ ବଞ୍ଚିତ ହେଲା, କିନ୍ତୁ ଏହା ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ୨୦୨୪ ଜିତିଲା। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ୨୦୦୭ ଜିତିଥିଲା। ଏହିପରି ଭାବରେ ରୋହିତ ଶର୍ମା ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇ ଟି-୨୦ ବିଶ୍ୱକପ ଜିତିଥିଲେ। ତେବେ ଏହି ବିଜୟ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି -୨୦କୁ ବିଦାୟ ଦେଇଛନ୍ତି।
— Two_Sixty_Four (@Two_Sixty_Four) October 3, 2024
The post ଟି-୨୦ ବିଶ୍ୱକପ୍ ପରେ ମୋ ଜୀବନ…ମନର କଥା ଖୋଲି କହିଦେଲେ ରୋହିତ ଶର୍ମା appeared first on Dharitri Odia News.