ପଶ୍ଚିମବଙ୍ଗରେ ବଳାତ୍କାରୀ ଦୋଷୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ, ମମତା ନେଲେ…
କୋଲକାତା,୩।୯: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ପ୍ରଣୟନ କରିଛନ୍ତି। ଏହି ବିଲ ଅନୁଯାୟୀ, ବଳାତ୍କାର ପୀଡିତାଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ବାସ୍ତବରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର୍.ଜି କର ମେଡିକାଲ […] The post ପଶ୍ଚିମବଙ୍ଗରେ ବଳାତ୍କାରୀ ଦୋଷୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ, ମମତା ନେଲେ… appeared first on Dharitri Odia News.
କୋଲକାତା,୩।୯: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ପ୍ରଣୟନ କରିଛନ୍ତି। ଏହି ବିଲ ଅନୁଯାୟୀ, ବଳାତ୍କାର ପୀଡିତାଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।
ବାସ୍ତବରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର୍.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ସମ୍ପର୍କରେ ମମତା ସରକାର ଚର୍ଚ୍ଚାରେ ଅଛନ୍ତି। କୋଲକାତା ମାମଲା ପରେ ମମତା ବାନାର୍ଜୀ ବଳାତ୍କାର ସମ୍ପର୍କରେ ଏକ ଆଇନ ଆଣିବେ ବୋଲି ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଘୋଷଣା କରିଥିଲେ। ମମତା କହିଥିଲେ ଯେ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ମିଳିବ। ବିଧାନସଭାରେ ଉପସ୍ଥାପିତ ଏହି ବିଲକୁ ଭାଜପା ନିଜର ସମ୍ମତି ଜଣାଇଛି।
ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପିତ ହୋଇଥିବା ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ର ତିନୋଟି ମୁଖ୍ୟ ବିଷୟ ଅଛି, ଯାହା ବଳାତ୍କାରର ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରୁଛି।
– ଯଦି ଜଣେ ମହିଳାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରାଯାଏ, ତେବେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯିବ।
– ଯଦି କୌଣସି ମହିଳାଙ୍କୁ ବଳାତ୍କାର କରାଯାଏ ଏବଂ ଏହି ଅପରାଧ କରିଥିବା ଅପରାଧୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ।
– ଯଦି ନାବାଳିକାକୁ ବଳାତ୍କାର କରାଯାଏ, ତେବେ ଅପରାଧୀଙ୍କୁ ଉଭୟ ୨୦ ବର୍ଷ ଜେଲ ଓ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।
The post ପଶ୍ଚିମବଙ୍ଗରେ ବଳାତ୍କାରୀ ଦୋଷୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ, ମମତା ନେଲେ… appeared first on Dharitri Odia News.