ଅସୁରକ୍ଷିତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ପିଲା
ନନ୍ଦିଘୋଷ ବ୍ୟୁରୋ: ଅସୁରକ୍ଷିତ ଶ୍ରେଣୀ ଗୃହରେ ଚାଲିଛି ପାଠପଢା। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଶ୍ରେଣୀଗୃହ ଅଭାବରୁ ପ୍ରାୟ ସମୟ ବାରଣ୍ଡାରେ... The post ଅସୁରକ୍ଷିତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ପିଲା appeared first on .
ନନ୍ଦିଘୋଷ ବ୍ୟୁରୋ: ଅସୁରକ୍ଷିତ ଶ୍ରେଣୀ ଗୃହରେ ଚାଲିଛି ପାଠପଢା। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଶ୍ରେଣୀଗୃହ ଅଭାବରୁ ପ୍ରାୟ ସମୟ ବାରଣ୍ଡାରେ ହେଉଛି ପାଠପଢା। ଗୋବର୍ଲା ଯେଇଏଲସି ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା। ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି। ସ୍କୁଲ ମରାମତି ହେଉନଥିବାରୁ ଅସନ୍ତୋଷ ଅଭିଭାବକ।
ହେଉନି ସ୍କୁଲ ଗୃହର ମରାମତି। ବିପଦ ସଂକୁଳ ଅବସ୍ଥାରେ ଥିବା ଗୋଟିଏ ଗୃହରେ ୫ଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ ଗଢ଼ା ଚାଲିଛି। ଶିକ୍ଷାଦାନର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରୁ। ଗୋବର୍ଲା ଯେଇଏଲସି ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଶୋଚନୀୟ ଅବସ୍ଥାରେ ଥିବା ବେଳେ ଛାତରୁ ପାଣି ଗଳୁଛି। ସ୍କୁଲ ଛାତ ଉପରେ ଟିଣ ପକାଯାଇଥିଲା। ଗତ ମେ’ ମାସରେ କାଳବୈଶାଖୀ ପ୍ରଭାବରେ ୨ଟି ଶ୍ରେଣୀଗୃହର ଛପର ଉଡ଼ିଯାଇଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି। ଶ୍ରେଣୀ ଗୃହ ନହେଲେ କେବେ କେବେ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ।
ସ୍କୁଲର ମରାମତି ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରଶାସନ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ତୁରନ୍ତ ଏହାର ସମାଧାନ ହେବ ବୋଲି କହିଛନ୍ତି ପାପଡାହାଣ୍ଡି ବିଡ଼ିଓ। ଜିଲ୍ଲା ଶିକ୍ଷା ବିଭାଗ ସହ ଜିଲ୍ଲାପାଳଙ୍କୁ ମଧ୍ୟ ଗୃହ ନିର୍ମାଣ ପାଇଁ ଅନୁରୋଧ କରାଯାଇଛି ।
The post ଅସୁରକ୍ଷିତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ପିଲା appeared first on .