ସାମ୍ବାଦିକତା ପାଠ ପଢିଥିଲେ ବଡ଼ ନିଯୁକ୍ତି ସୁଯୋଗ: ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି

ଭୁବନେଶ୍ୱର,୨୪।୯: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ SDIPRO ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ୍ ୱେବସାଇଟ୍ www.opsc.gov.in ରେ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୩୦ ରେ ଆରମ୍ଭ ହୋଇ ୩୦ ଅକ୍ଟୋବର ୨୦୨୪ ରେ ଶେଷ ହେବ। ମୋଟ ପଦବୀ: ୩୯ ଟି। ମହିଳାମାନଙ୍କ ପାଇଁ ଖାଲିଥିବା ପଦବୀ: ୧୩ ଟି। ଯୁଆର ପ୍ରାର୍ଥୀ: ୨୧ ଟି। ଏସଇବିସି ପ୍ରାର୍ଥୀ: ୩ […] The post ସାମ୍ବାଦିକତା ପାଠ ପଢିଥିଲେ ବଡ଼ ନିଯୁକ୍ତି ସୁଯୋଗ: ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି appeared first on Dharitri Odia News.

ସାମ୍ବାଦିକତା ପାଠ ପଢିଥିଲେ ବଡ଼ ନିଯୁକ୍ତି ସୁଯୋଗ: ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି

ଭୁବନେଶ୍ୱର,୨୪।୯: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ SDIPRO ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ୍ ୱେବସାଇଟ୍ www.opsc.gov.in ରେ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୩୦ ରେ ଆରମ୍ଭ ହୋଇ ୩୦ ଅକ୍ଟୋବର ୨୦୨୪ ରେ ଶେଷ ହେବ।

ମୋଟ ପଦବୀ: ୩୯ ଟି।
ମହିଳାମାନଙ୍କ ପାଇଁ ଖାଲିଥିବା ପଦବୀ: ୧୩ ଟି।
ଯୁଆର ପ୍ରାର୍ଥୀ: ୨୧ ଟି।

ଏସଇବିସି ପ୍ରାର୍ଥୀ: ୩ ଟି।

ଏସସି ପ୍ରାର୍ଥୀ: ୬ ଟି।

ଏସଟି ପ୍ରାର୍ଥୀ: ୯ ଟି।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀମାନେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ଏକ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କିମ୍ବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା: ଜାନୁଆରୀ ୧, ୨୦୨୪ ସୁଦ୍ଧା ପ୍ରାର୍ଥୀମାନେ ୨୧ ରୁ ୩୮ ବର୍ଷ ବୟସ ହୋଇଥିବା ଆବଶ୍ୟକ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ବର୍ଗର ଆବେଦନକାରୀଙ୍କ ଲାଗି ବୟସସୀମା କୋହଳ କରାଯିବ।

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ।

କିପରି ଆବେଦନ କରିବେ: ଓପିଏସସିର ଅଫିସିଆଲ୍ ୱେବସାଇଟ୍ ରେ ଆବେଦନ ଲିଙ୍କ ଉପଲବ୍ଧ ହେବା ପରେ www.opsc.gov.in ରେ ଯାଇ ଆବେଦନ କରିପାରିବେ।

 

The post ସାମ୍ବାଦିକତା ପାଠ ପଢିଥିଲେ ବଡ଼ ନିଯୁକ୍ତି ସୁଯୋଗ: ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି appeared first on Dharitri Odia News.