ଏହି ଦିନ ଓଡ଼ିଶା ଆସି ‘ସୁଭଦ୍ରା’ ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୨।୯: ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଟଙ୍କା ବାଣ୍ଟିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ଅର୍ଥାତ୍ ନିଜ ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଏହି ସୂଚନା ଦେଇ ସେ କହିଛନ୍ତି, ୧୭ ତାରିଖରେ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସେହି ଦିନ ଏହି ଯୋଜନାର ପ୍ରଥମ […] The post ଏହି ଦିନ ଓଡ଼ିଶା ଆସି ‘ସୁଭଦ୍ରା’ ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ଭୁବନେଶ୍ୱର,୨।୯: ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଟଙ୍କା ବାଣ୍ଟିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ଅର୍ଥାତ୍ ନିଜ ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ଏହି ସୂଚନା ଦେଇ ସେ କହିଛନ୍ତି, ୧୭ ତାରିଖରେ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସେହି ଦିନ ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ।
ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ http://subhadra.odisha.gov.in ଲଗ୍ ଇନ୍ କରି ସବୁକିଛି ସୂଚନା ପାଇପାରିବେ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ ପୋର୍ଟାଲରୁ ହିଁ ଜାଣିହେବ। ସୁଭଦ୍ରା ଯୋଜପାର ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ। ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରି ପାରିବେ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ। ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ କହିଛନ୍ତି।
The post ଏହି ଦିନ ଓଡ଼ିଶା ଆସି ‘ସୁଭଦ୍ରା’ ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.