ଚେନାବ ବ୍ରିଜ୍ ଉପରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଚାଇନା-ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା
ଶ୍ରୀନଗର,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ରେଆସି ଜିଲା ଅନ୍ତର୍ଗତ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍କୁ ଉଦ୍ଘାଟନ କରିଛନ୍ତି। ବ୍ରିଜ୍ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉଡ଼ାଉଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଚେନାବ ବ୍ରିଜ୍ରୁ ତ୍ରିରଙ୍ଗା ଉଡ଼ାଇ ଚାଇନା ଏବଂ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲେ। ଏହି ସେତୁ ଖୋଲିବା ସହିତ କଶ୍ମୀର ଯାଉଥିବା ଲୋକଙ୍କ ପାଇଁ ଟ୍ରେନ ଯାତ୍ରା ସହଜ ହେବ। ବ୍ରିଜ୍ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି […] The post ଚେନାବ ବ୍ରିଜ୍ ଉପରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଚାଇନା-ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା appeared first on Dharitri Odia News.
ଶ୍ରୀନଗର,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ରେଆସି ଜିଲା ଅନ୍ତର୍ଗତ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍କୁ ଉଦ୍ଘାଟନ କରିଛନ୍ତି। ବ୍ରିଜ୍ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉଡ଼ାଉଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଚେନାବ ବ୍ରିଜ୍ରୁ ତ୍ରିରଙ୍ଗା ଉଡ଼ାଇ ଚାଇନା ଏବଂ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲେ। ଏହି ସେତୁ ଖୋଲିବା ସହିତ କଶ୍ମୀର ଯାଉଥିବା ଲୋକଙ୍କ ପାଇଁ ଟ୍ରେନ ଯାତ୍ରା ସହଜ ହେବ। ବ୍ରିଜ୍ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚେନାବ ରେଳ ବ୍ରିଜ୍ ମଧ୍ୟ ଯାଞ୍ଚ କରିଥିଲେ। ଏହା ପୂର୍ବରୁ ସେ ବ୍ରିଜ୍ ପାଇଁ କାମ କରୁଥିବା ଶ୍ରମିକମାନଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ କଶ୍ମୀରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଏଥିସହିତ ପ୍ରଧାନମନ୍ତ୍ରୀ କାଟ୍ରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ। କାଟ୍ରାରୁ ସଙ୍ଗଲଡାନ୍ ରେଳ ସେକ୍ସନ୍ ଅନ୍ତର୍ଗତ ଚେନାବ ରେଲଓ୍ବେ ବ୍ରିଜ୍ ବିଶ୍ୱର ସର୍ବୋଚ୍ଚ ବର୍ତ୍ତୁଳାକାର ବ୍ରିଜ୍ ଯାହା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକାକୁ ଭାରତର ଅବଶିଷ୍ଟ ଭାଗ ସହ ରେଳ ସଂଯୋଗ କରାଇବ। ଚେନାବ ନଦୀର ୩୫୯ ମିଟର ଉଚ୍ଚରେ ନିର୍ମିତ ଏହି ବ୍ରିଜ୍ ଇଫେଲ ଟାଓ୍ବାରଠାରୁ ମଧ୍ୟ ଅଧିକ ଉଚ୍ଚ। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗୁରୁବାର ଉକ୍ତ ବ୍ରିଜ୍ ପରିଦର୍ଶନ କରି ଚୂଡ଼ାନ୍ତ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ସେ ଉକ୍ତ ବ୍ରିଜ୍ ସମେତ ଉଦ୍ଘାଟନ ହେବାକୁ ଥିବା ଅଞ୍ଜି ବ୍ରିଜ୍ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଦେଶର ପ୍ରଥମ କେବୁଲ-ଷ୍ଟେ ରେଳ ବ୍ରିଜ୍।
୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ କରାଯାଇଥିବା ଅପରେଶନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ପ୍ରଥମ ଗସ୍ତ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ।
#WATCH | J&K: Prime Minister Narendra Modi waves the Tiranga as he inaugurates Chenab bridge – the world’s highest railway arch bridge.#KashmirOnTrack
(Video: DD) pic.twitter.com/xfBnSRUQV5
— ANI (@ANI) June 6, 2025
The post ଚେନାବ ବ୍ରିଜ୍ ଉପରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଚାଇନା-ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା appeared first on Dharitri Odia News.