ବ୍ୟକ୍ତିଗତ କାରଣରୁ ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ କୋହଲି; ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଗାଏକ୍ୱାଡ
ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି। ସେହିପରି ଅନ୍ୟତମ ଓପନର ବ୍ୟାଟର ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି। ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ ଇଣ୍ଟର ସ୍କ୍ୱାଡ଼ ମ୍ୟାଚରେ ବିରାଟ ଖେଳିବେ ନାହିଁ। ବିସିସିଆଇ ସୂତ୍ର ଅନୁସାରେ ଋତୁରାଜ ଆଙ୍ଗୁଠିରେ ପାଇଥିବା ଆଘାତ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଯେଉଁଥିପାଇଁ ତାଙ୍କୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରିଲିଜ କରିଛି। ଟେଷ୍ଟ ସିରିଜ୍ […] The post ବ୍ୟକ୍ତିଗତ କାରଣରୁ ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ କୋହଲି; ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଗାଏକ୍ୱାଡ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି। ସେହିପରି ଅନ୍ୟତମ ଓପନର ବ୍ୟାଟର ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି। ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ ଇଣ୍ଟର ସ୍କ୍ୱାଡ଼ ମ୍ୟାଚରେ ବିରାଟ ଖେଳିବେ ନାହିଁ। ବିସିସିଆଇ ସୂତ୍ର ଅନୁସାରେ ଋତୁରାଜ ଆଙ୍ଗୁଠିରେ ପାଇଥିବା ଆଘାତ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଯେଉଁଥିପାଇଁ ତାଙ୍କୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରିଲିଜ କରିଛି।
ଟେଷ୍ଟ ସିରିଜ୍ ପାଇଁ ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା କୋହଲିଙ୍କୁ ପରିବାରର ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଭାରତ ଫେରିବାକୁ ପଡ଼ିଛି। ତେବେ ସବିଶେସ କାରଣ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଡିସେମ୍ବର 26 ରେ ସେଞ୍ଚୁରିଅନରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ସେ ଟିମ୍ ସହିତ ଯୋଗ ଦେବେ।
Virat Kohli has gone back home due to family emergency: BCCI sources
— Press Trust of India (@PTI_News) December 22, 2023
ସେହିପରି ଡିସେମ୍ବର ୧୯ ରେ ପୋର୍ଟ ଏଲିଜାବେଥରେ ଘରୋଇ ଟିମ୍ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ଗାଏକ୍ୱାଡଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆଙ୍ଗୁଠିରେ ଲାଗିଥିବା ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିନାହାଁନ୍ତି। ବିସିସିଆଇ ମେଡିକାଲ ଟିମର ତତ୍ୱାବଧାନରେ ଗୁରୁବାର ତୃତୀୟ ତଥା ଅନ୍ତିମ ଦିନିକିଆ ଆରମ୍ଭ ପୂର୍ବରୁ ବିସିସିଆଇ ସୂଚନା ଦେଇଥିଲେ। ବର୍ତ୍ତମାନ ଏହା ଜଣାପଡିଛି ଯେ ଦୁଇଟି ଟେଷ୍ଟ ପୂର୍ବରୁ ତାଙ୍କର ସୁସ୍ଥ ହେବାର କୌଣସି ସୁଯୋଗ ନାହିଁ ଏବଂ ଟିମ୍ ମ୍ୟାନେଜମେଣ୍ଟ ବିସିସିଆଇ ସହିତ ପରାମର୍ଶ କରିବା ପରେ ତାଙ୍କୁ ତୁରନ୍ତ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଶନିବାର ସୁଦ୍ଧା ସେ ଭାରତରେ ପହଞ୍ଚିବେ ବୋଲି ଜଣାପଡିଛି।
The post ବ୍ୟକ୍ତିଗତ କାରଣରୁ ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ କୋହଲି; ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଗାଏକ୍ୱାଡ appeared first on Dharitri Odia News.