ପୋଲିସକୁ ଖୋଲା ଚାଲେଞ୍ଜ: ତିନି ଦିନରେ ଗୋଟିଏ ମନ୍ଦିରରୁ ୨ ଥର ଚୋରି

ଭଦ୍ରକ: ତିନି ଦିନ ତଳେ ଲୁଟଥିଲେ, ପୁଣି ଦ୍ଵିତୀୟ ଥର ମଧ୍ୟ ଗୋଟିଏ ମନ୍ଦିରରୁ ଲୁଟ କଲେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଚୋର। ତିନି ଦିନ ଭିତରେ ଗୋଟିଏ ମନ୍ଦିରରୁ ଦୁଇ ଦୁଇ ଥର ଚୋରି ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ସାତଭଉଣୀ ଠାରେ। ଏଠାରେ ଥିବା ମାଆ ସାତଭଉଣୀ ମନ୍ଦିରରେ ଗତ ୧୭ ତାରିଖ ରାତିରେ ୫ଟି ତାଲା ଭାଙ୍ଗି ଲୁଟି ନେଲେ ମାଆଙ୍କର ରୁପା ଅଳଙ୍କାର ସହ ବାସନକୁସନ। ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷାଧିକ ଟଙ୍କା ହେବା ଲୁଟ ହୋଇଥିବା ନେଇ ସୂଚନା ମିଳିଥିଲା। ସମାନ ମନ୍ଦିରର ମାଆ ସାତଭଉଣୀ ମନ୍ଦିରରେ ଦୁର୍ବୁତ୍ତ ମନ୍ଦିର ଭିତରେ ପଶି ତାଲା ଭାଙ୍ଗି ଲୁଟି ନେଲେ ମାଆ ଙ୍କର ଥିବା କିଛି ସୁନା ଗହଣା ସହ ଵିଭିନ୍ନ ସାମଗ୍ରୀ। ଏପରିକି ଲୁଟେରା ମାନେ ନିକଟରେ ଥିବା ଶିବ ମନ୍ଦିରରେ ସୁନା ଗହଣା ଓ ଵହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି। ମନ୍ଦିରର ସିସି ଟିଭିର ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି। ଏହି ଚୋରି ଘଟଣାକୁ ନେଇ ଗ୍ରାମାଞ୍ଚଳ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ପୋଲିସକୁ ଖୋଲା ଚାଲେଞ୍ଜ: ତିନି ଦିନରେ ଗୋଟିଏ ମନ୍ଦିରରୁ ୨ ଥର ଚୋରି

ଭଦ୍ରକ: ତିନି ଦିନ ତଳେ ଲୁଟଥିଲେ, ପୁଣି ଦ୍ଵିତୀୟ ଥର ମଧ୍ୟ ଗୋଟିଏ ମନ୍ଦିରରୁ ଲୁଟ କଲେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଚୋର। ତିନି ଦିନ ଭିତରେ ଗୋଟିଏ ମନ୍ଦିରରୁ ଦୁଇ ଦୁଇ ଥର ଚୋରି ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ସାତଭଉଣୀ ଠାରେ। 

ଏଠାରେ ଥିବା ମାଆ ସାତଭଉଣୀ ମନ୍ଦିରରେ ଗତ ୧୭ ତାରିଖ ରାତିରେ ୫ଟି ତାଲା ଭାଙ୍ଗି ଲୁଟି ନେଲେ ମାଆଙ୍କର ରୁପା ଅଳଙ୍କାର ସହ ବାସନକୁସନ। ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷାଧିକ ଟଙ୍କା ହେବା ଲୁଟ ହୋଇଥିବା ନେଇ ସୂଚନା ମିଳିଥିଲା। 

ସମାନ ମନ୍ଦିରର ମାଆ ସାତଭଉଣୀ ମନ୍ଦିରରେ ଦୁର୍ବୁତ୍ତ ମନ୍ଦିର ଭିତରେ ପଶି ତାଲା ଭାଙ୍ଗି ଲୁଟି ନେଲେ ମାଆ ଙ୍କର ଥିବା କିଛି ସୁନା ଗହଣା ସହ ଵିଭିନ୍ନ ସାମଗ୍ରୀ। ଏପରିକି ଲୁଟେରା ମାନେ ନିକଟରେ ଥିବା ଶିବ ମନ୍ଦିରରେ ସୁନା ଗହଣା ଓ ଵହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି। 

ମନ୍ଦିରର ସିସି ଟିଭିର ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି। ଏହି ଚୋରି ଘଟଣାକୁ ନେଇ ଗ୍ରାମାଞ୍ଚଳ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।