ଅଶ୍ଳୀଳତା ମୁକ୍ତ ହେବ ଖଣ୍ଡଗିରି ଯାତ୍ରା; ନାଚି ପାରିବେନି ନିଶା, ରାଣୀ ପ୍ରିୟଦର୍ଶିନୀ ଓ ସାହୁ ଭାଉଜ
ଭୁବନେଶ୍ୱର ୧୪/୦୧: ଖଣ୍ଡଗିରି କମ୍ପିବ। ପେଣ୍ଡାଲ୍ ଦୁଲୁକିବ। ତାଳିମାଡ଼ ହେବ। ଦର୍ଶକ ଝୁମିବେ। କିନ୍ତୁ କେବଳ କଲାକାରଙ୍କ ଅଭିନୟରେ । ନୁହେଁ ନଗ୍ନତାରେ। କାରଣ ଏଥର ଖଣ୍ଡଗିରିରେ ଲାଗିଛି ଅର୍ଦ୍ଧ ନଗ୍ନତାକୁ ନୋ ଏଣ୍ଟ୍ରି ଗେଟ୍। ମେଲୋଡ଼ି ହେବ ନାଚ ଗୀତ ହେବ । କିନ୍ତୁ ଆଶ୍ଳୀଳତା କିମ୍ବା ଆପତ୍ତିଜନକ ଅଙ୍ଗଭଙ୍ଗୀ କୁ ମନା। ଯାତ୍ରା ପୂର୍ବରୁ ୩ଚର୍ଚ୍ଚିତ ଆଇଟମ୍ ଡ୍ୟାନ୍ସରଙ୍କୁ ଦିଆଯାଇଛି ବ୍ୟାନ୍ କାର୍ଡ୍। ଆସିବେନି ନିଶା, ରାଣୀ ଙ୍କୁ ନା ସାହୁଭାଉଜଙ୍କୁ ଚେକ୍। ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଆଉ କମ୍ ଦିନ ଥିବାରୁ ପ୍ରସ୍ତୁତି ଜୋରସୋର୍ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ଏଥର ବି ଯାତ୍ରା ଡାଇଲଗରେ ଦୁଲୁକିବ ମଞ୍ଚ। ଝୁମିବେ ଦର୍ଶକ। କିନ୍ତୁ ଏଥର ଯାତ୍ରା ହେବ ଅଶ୍ଳୀଳତାମୁକ୍ତ। ସେଥିପାଇଁ ତ ବାହାର ଆଇଟମ ଡ୍ୟାନସରଙ୍କୁ ମନା ଖଣ୍ଡଗିରି। ଅର୍ଥାତ୍ ଖଣ୍ଡଗିରିରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ। ଯାତ୍ରା କମିଟି ଏହି ନିଷ୍ପତି ନେଇଛି। ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତି ହୋଇଛି। ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସ୍ପଷ୍ଟ ଭାବେ ମନା କରି ଦିଆଯାଇଛି। ତେବେ ଆସନ୍ତା ୦୬ ତାରିଖରୁ ୧୭ ତାରିଖ ଯାଏଁ ଚାଲିବ ଯାତ୍ରା ମହାସମର। ଯାତ୍ରା ପାଇଁ ଆସନ୍ତାକା
ଭୁବନେଶ୍ୱର ୧୪/୦୧: ଖଣ୍ଡଗିରି କମ୍ପିବ। ପେଣ୍ଡାଲ୍ ଦୁଲୁକିବ। ତାଳିମାଡ଼ ହେବ। ଦର୍ଶକ ଝୁମିବେ। କିନ୍ତୁ କେବଳ କଲାକାରଙ୍କ ଅଭିନୟରେ । ନୁହେଁ ନଗ୍ନତାରେ। କାରଣ ଏଥର ଖଣ୍ଡଗିରିରେ ଲାଗିଛି ଅର୍ଦ୍ଧ ନଗ୍ନତାକୁ ନୋ ଏଣ୍ଟ୍ରି ଗେଟ୍। ମେଲୋଡ଼ି ହେବ ନାଚ ଗୀତ ହେବ । କିନ୍ତୁ ଆଶ୍ଳୀଳତା କିମ୍ବା ଆପତ୍ତିଜନକ ଅଙ୍ଗଭଙ୍ଗୀ କୁ ମନା। ଯାତ୍ରା ପୂର୍ବରୁ ୩ଚର୍ଚ୍ଚିତ ଆଇଟମ୍ ଡ୍ୟାନ୍ସରଙ୍କୁ ଦିଆଯାଇଛି ବ୍ୟାନ୍ କାର୍ଡ୍। ଆସିବେନି ନିଶା, ରାଣୀ ଙ୍କୁ ନା ସାହୁଭାଉଜଙ୍କୁ ଚେକ୍।
ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଆଉ କମ୍ ଦିନ ଥିବାରୁ ପ୍ରସ୍ତୁତି ଜୋରସୋର୍ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ଏଥର ବି ଯାତ୍ରା ଡାଇଲଗରେ ଦୁଲୁକିବ ମଞ୍ଚ। ଝୁମିବେ ଦର୍ଶକ। କିନ୍ତୁ ଏଥର ଯାତ୍ରା ହେବ ଅଶ୍ଳୀଳତାମୁକ୍ତ। ସେଥିପାଇଁ ତ ବାହାର ଆଇଟମ ଡ୍ୟାନସରଙ୍କୁ ମନା ଖଣ୍ଡଗିରି। ଅର୍ଥାତ୍ ଖଣ୍ଡଗିରିରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ। ଯାତ୍ରା କମିଟି ଏହି ନିଷ୍ପତି ନେଇଛି। ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତି ହୋଇଛି। ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସ୍ପଷ୍ଟ ଭାବେ ମନା କରି ଦିଆଯାଇଛି। ତେବେ ଆସନ୍ତା ୦୬ ତାରିଖରୁ ୧୭ ତାରିଖ ଯାଏଁ ଚାଲିବ ଯାତ୍ରା ମହାସମର। ଯାତ୍ରା ପାଇଁ ଆସନ୍ତାକାଲି ଏନେଇ ସ୍ଵତନ୍ତ୍ର କମିଟି ଗଠନ କରାଯିବ, କଳାକାରଙ୍କ ଏହି କୁମ୍ଭ ମେଳାରେ ୧୨ଟି ଅପେରା ସେମାନଙ୍କ ନାଟକ ପ୍ରଦର୍ଶ କରିପାରିବେ। ଚଳିତ ଥର ପୁରୁଣା ଦଳ ସହ ୩ଟି ନୂଆ ପାର୍ଟି ସାମିଲ ହେବାକୁ ଥିବାରୁ ନାଟକ ପୂର୍ବବର୍ଷ ଅପେକ୍ଷା ଅଧିକ ରୋମାଞ୍ଚକ ହେବ ବୋଲି ଆୟୋଜନ କମିଟି ଆଶା ରଖିଛନ୍ତି। ଯାତ୍ରା ଯାଜ୍ଞସେନୀ, ଯାତ୍ରା ବିଶ୍ବଦରବାର ଓ ଅପେରା ପୃଥ୍ବୀରାଜ ଏଥର ପ୍ରଥମ ଥର ପାଇଁ ଖଣ୍ଡଗିରିରେ ନିଜର ଭାଗ୍ୟ ପରୀକ୍ଷା କରିବେ। ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିର, ଦୁର୍ଗା ମନ୍ଦିର, ଅପେରା ପୃଥ୍ବୀରାଜ, ଶିବାନୀ ଗଣନାଟ୍ୟ, ଯାତ୍ରା ବିଶ୍ବଦରବାର, ଯାତ୍ରା ଯାଜ୍ଞସେନୀ ଆସିବେ। ଦ୍ବିତୀୟ ପର୍ଯ୍ୟାୟରେ କୋଣାର୍କ, ସ୍ବର୍ଣ୍ଣମହଲ, ତୁଳସୀ, ସିଂହବାହିନୀ, ସ୍ବପ୍ନମହଲ, ରଙ୍ଗମହଲ ସାମିଲ ହେବେ।