ଅଶ୍ୱିନଙ୍କୁ ପଦ୍ମଶ୍ରୀ ସମ୍ମାନ
ନୂଆଦିଲ୍ଲୀ,୨୮ା୪: ଅବସରପ୍ରାପ୍ତ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ତାଙ୍କ ବାସଭବନରେ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଅଶ୍ୱିନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପାଇବା ପାଇଁ ଅଶ୍ୱିନଙ୍କୁ ଅଭିନନ୍ଦନ ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅବସର ଘୋଷଣା କରିଥିବା ଅଶ୍ୱିନ ସର୍ବାଧିକ ଟେଷ୍ଟ […] The post ଅଶ୍ୱିନଙ୍କୁ ପଦ୍ମଶ୍ରୀ ସମ୍ମାନ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୪: ଅବସରପ୍ରାପ୍ତ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ତାଙ୍କ ବାସଭବନରେ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଅଶ୍ୱିନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।
ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପାଇବା ପାଇଁ ଅଶ୍ୱିନଙ୍କୁ ଅଭିନନ୍ଦନ ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅବସର ଘୋଷଣା କରିଥିବା ଅଶ୍ୱିନ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୧୦୬ ଟେଷ୍ଟ ଖେଳିଥିବା ଅଶ୍ୱିନଙ୍କ ନାମରେ ୫୩୭ ଟେଷ୍ଟ ଉଇକେଟ ରହିଛି। ୩୮ ବର୍ଷୀୟ କ୍ରିକେଟର ଭାରତ ପାଇଁ ୧୧୬ ଦିନିକିଆ ଖେଳି ୧୫୬ ଉଇକେଟ ନେଇଥିବା ବେଳେ ୬୫ ଟି୨୦ ମ୍ୟାଚ୍ରେ ୭୨ ଉଇକେଟ ନେଇଛନ୍ତି।
The post ଅଶ୍ୱିନଙ୍କୁ ପଦ୍ମଶ୍ରୀ ସମ୍ମାନ appeared first on Dharitri Odia News.