ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ଶାହିଦ ଆଫ୍ରିଦି, କହିଲେ- ପ୍ରଧାନମନ୍ତ୍ରୀ ମୋଦୀ ଏବେ ଭାବୁଥିବେ...

ନୂଆଦିଲ୍ଲୀ ୧୨।୦୫; ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଛାରଖାର ହୋଇଗଲାଣି । ହେଲେ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିଷ ଓଗାଳିବା ଆରମ୍ଭ କରିଛନ୍ତି। ରବିବାର ପାକିସ୍ତାନ ସେନାର ପ୍ରଶଂସା କରି ସେ କହିଛନ୍ତି ଯେ ଏହା ଭାରତୀୟ ଆକ୍ରମଣର ଏକ ନିର୍ଣ୍ଣାୟକ ଜବାବ। ନୂଆଦିଲ୍ଲୀ ଇସଲାମାବାଦକୁ କମ୍ ଆକଳନ କରିଛି।କରାଚୀର ସି ଭ୍ୟୁରେ ଆୟୋଜିତ "ୟୁମ୍-ଏ-ତାଶାକୁର" (କୃତଜ୍ଞତା ଦିବସ) ରାଲିରେ ଭାଷଣ ଦେଇ ଆଫ୍ରିଦି କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ଯୁଦ୍ଧ ପ୍ରତି ଆଗ୍ରହ" ଭାରତକୁ ଏକ ସମସ୍ୟାରେ ପକାଇ ଦେଇଛି। "ପ୍ରଧାନମନ୍ତ୍ରୀ ମୋଦି ଏବେ ଅନୁଭବ କରୁଥିବେ ଯେ ପାକିସ୍ତାନ ସହ ମୁକାବିଲା କରିବା କେତେ ମହଙ୍ଗା ପଡ଼ିପାରେ । ପୂର୍ବରୁ ଶାହିଦ ଆଫ୍ରିଦିଙ୍କ ଘରର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଘର ଉପରେ ପାକିସ୍ତାନର ପତାକା ଉଡୁଥିଲା। ଏହା ସହ କ୍ୟାପସନରେ ଲେଖିଛନ୍ତି, "ମୋର ଆଶା, ମୋର ବିଶ୍ୱାସ, ମୋର ସାହସ, ମୋର ଶକ୍ତି ଏବଂ ମୋର ଭବିଷ୍ୟତ।"କହିବାକୁ ଗଲେ  ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ୧୫ ଦିନ ପରେ, ଭାରତ ଅପରେସନ ସିନ୍ଦୂର (ଅପରେସନ୍ ସିନ୍ଦୂର ଇଣ୍ଡିଆ) ମାଧ୍ୟମରେ ଏହାର ପ୍ରତିଶୋଧ

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ଶାହିଦ ଆଫ୍ରିଦି, କହିଲେ- ପ୍ରଧାନମନ୍ତ୍ରୀ ମୋଦୀ ଏବେ ଭାବୁଥିବେ...

ନୂଆଦିଲ୍ଲୀ ୧୨।୦୫; ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଛାରଖାର ହୋଇଗଲାଣି । ହେଲେ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିଷ ଓଗାଳିବା ଆରମ୍ଭ କରିଛନ୍ତି। ରବିବାର ପାକିସ୍ତାନ ସେନାର ପ୍ରଶଂସା କରି ସେ କହିଛନ୍ତି ଯେ ଏହା ଭାରତୀୟ ଆକ୍ରମଣର ଏକ ନିର୍ଣ୍ଣାୟକ ଜବାବ। ନୂଆଦିଲ୍ଲୀ ଇସଲାମାବାଦକୁ କମ୍ ଆକଳନ କରିଛି।

କରାଚୀର ସି ଭ୍ୟୁରେ ଆୟୋଜିତ "ୟୁମ୍-ଏ-ତାଶାକୁର" (କୃତଜ୍ଞତା ଦିବସ) ରାଲିରେ ଭାଷଣ ଦେଇ ଆଫ୍ରିଦି କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ଯୁଦ୍ଧ ପ୍ରତି ଆଗ୍ରହ" ଭାରତକୁ ଏକ ସମସ୍ୟାରେ ପକାଇ ଦେଇଛି। "ପ୍ରଧାନମନ୍ତ୍ରୀ ମୋଦି ଏବେ ଅନୁଭବ କରୁଥିବେ ଯେ ପାକିସ୍ତାନ ସହ ମୁକାବିଲା କରିବା କେତେ ମହଙ୍ଗା ପଡ଼ିପାରେ । ପୂର୍ବରୁ ଶାହିଦ ଆଫ୍ରିଦିଙ୍କ ଘରର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଘର ଉପରେ ପାକିସ୍ତାନର ପତାକା ଉଡୁଥିଲା। ଏହା ସହ କ୍ୟାପସନରେ ଲେଖିଛନ୍ତି, "ମୋର ଆଶା, ମୋର ବିଶ୍ୱାସ, ମୋର ସାହସ, ମୋର ଶକ୍ତି ଏବଂ ମୋର ଭବିଷ୍ୟତ।"

କହିବାକୁ ଗଲେ  ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ୧୫ ଦିନ ପରେ, ଭାରତ ଅପରେସନ ସିନ୍ଦୂର (ଅପରେସନ୍ ସିନ୍ଦୂର ଇଣ୍ଡିଆ) ମାଧ୍ୟମରେ ଏହାର ପ୍ରତିଶୋଧ (ପହଲଗାମ୍ ଆକ୍ରମଣ ପ୍ରତିଶୋଧ) ନେଇଥିଲା। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୯୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ପହଲଗାମରେ ଆତଙ୍କବାଦୀଙ୍କ କାପୁରୁଷ କାର୍ଯ୍ୟ ପରଠାରୁ ଶାହିଦ ଆଫ୍ରିଦି ବିଷ ଓଗାଳି ଆସୁଛନ୍ତି। ସେ ଏହି ଆକ୍ରମଣ ପାଇଁ ଭାରତୀୟ ସେନାକୁ ଦାୟୀ କରିଥିଲେ। ଯାହା ପରେ ଶିଖର ଧାୱନଙ୍କ ସମେତ ଅନେକ ଭାରତୀୟ କ୍ରିକେଟର ତାଙ୍କୁ ଚୁପ୍ କରାଇ ଦେଇଥିଲେ।