ବିପଦସଙ୍କୁଳ ଗୃହରେ ଶିକ୍ଷାଦାନ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ 

ଚମ୍ପୁଆ,୧୨ା୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାସ୍ଥିତ ବ୍ଲକ୍‌ କଲୋନୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଶ୍ରେଣୀଗୃହ ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦେଖାଯାଇଛି। ସରକାର ଶିକ୍ଷାର ଉନ୍ନତି ପାଇଁ ନାନା ବିଧି ଯୋଜନା ହାତକୁ ନେଉଥିବା ବେଳେ ଦୁଇ କୋଠରୀ ବିଶିଷ୍ଟ ବିଦ୍ୟାଳୟର ଅବସ୍ଥା ସମ୍ମୁଖ ଭାବରୁ ଦେଖିଲେ ଏହି ବିଦ୍ୟାଳୟ ଉପରେ କାହାରି କୃପାଦୃଷ୍ଟି ପଡ଼ି ନ ଥିବା କୁହାଯାଇପାରେ। ସୂଚନା ଅନୁଯାୟୀ, ୧୯୭୯ରେ […] The post ବିପଦସଙ୍କୁଳ ଗୃହରେ ଶିକ୍ଷାଦାନ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ  appeared first on Dharitri Odia News.

ବିପଦସଙ୍କୁଳ ଗୃହରେ ଶିକ୍ଷାଦାନ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ 
ଚମ୍ପୁଆ,୧୨ା୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାସ୍ଥିତ ବ୍ଲକ୍‌ କଲୋନୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଶ୍ରେଣୀଗୃହ ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦେଖାଯାଇଛି। ସରକାର ଶିକ୍ଷାର ଉନ୍ନତି ପାଇଁ ନାନା ବିଧି ଯୋଜନା ହାତକୁ ନେଉଥିବା ବେଳେ ଦୁଇ କୋଠରୀ ବିଶିଷ୍ଟ ବିଦ୍ୟାଳୟର ଅବସ୍ଥା ସମ୍ମୁଖ ଭାବରୁ ଦେଖିଲେ ଏହି ବିଦ୍ୟାଳୟ ଉପରେ କାହାରି କୃପାଦୃଷ୍ଟି ପଡ଼ି ନ ଥିବା କୁହାଯାଇପାରେ।
ସୂଚନା ଅନୁଯାୟୀ, ୧୯୭୯ରେ କୁନିକୁନି ଛାତ୍ରଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ବ୍ଲକ୍‌ କଲୋନୀଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଥିବା ବେଳେ ୨ଜଣ ଶିକ୍ଷକ ଅଛନ୍ତି। ବିଦ୍ୟାଳୟର ସମ୍ମୁଖ ଭାଗରେ ଥିବା ସ୍ଲାପଗୁଡ଼ିକର ସିମେଣ୍ଟ ଖସି ଯାଇଛି। ଶ୍ରେଣୀ ଗୃହ ଛାତରୁ ମଧ୍ୟ ପ୍ଲାଷ୍ଟର ଖସିଯାଇ ରଡ୍‌ ଦେଖାଯାଉଛି।
ସେହି ପ୍ଲାଷ୍ଟର ଖସିଯାଇଥିବା ଶ୍ରେଣୀ ଗୃହରେ ବସି ପିଲାମାନେ ଶିକ୍ଷା ଲାଭ କରୁଛନ୍ତି। ଏନେି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଛାୟା ପ୍ରଧାନଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଶିକ୍ଷା ବିଭାଗ, ଚମ୍ପୁଆ ଏନ୍‌ଏସି ଓ ବ୍ଲକକୁ ଅବଗତ କରାଯାଇଥିବା କହିଛନ୍ତି। ଏନେଇ ବ୍ଲକ୍‌ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ କହିଛନ୍ତି, ଯେଉଁ ବିଦ୍ୟାଳୟଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ଅଛି ବିଭାଗକୁ ଅବଗତ କରିବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁମାନେ ଅବଗତ କରିଛନ୍ତି ସେମାନଙ୍କ ବିଦ୍ୟାଳୟ ମରାମତି ପାଇଁ ଆମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଛୁ ବୋଲି ସେ କହିଥିଲେ।

The post ବିପଦସଙ୍କୁଳ ଗୃହରେ ଶିକ୍ଷାଦାନ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ  appeared first on Dharitri Odia News.