କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରେ ଅବହେଳା କାରଣରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ୫ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ଦରମା ବନ୍ଦ କରିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର ବ୍ଲକର ଘୋଡାପୋଖରୀ, ପୁଇଗୁଡା, କରନମୁଣ୍ଡା, ଟୁରିସିମେଲ ପ୍ରାଥମିକ ବିଦ୍ୟାଳୟ ସହିତ ପାଇକ ଥୁଆଗୁଡା ୟୁପି ସ୍କୁଲ ଓ ବିଜେପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇ ୫ଜଣ ଶିକ୍ଷକ କର୍ତ୍ତବ୍ୟରେ ଅବହେଳା କରୁଥିବା ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ […] The post କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ appeared first on Dharitri Odia News.

କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରେ ଅବହେଳା କାରଣରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ୫ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ଦରମା ବନ୍ଦ କରିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର ବ୍ଲକର ଘୋଡାପୋଖରୀ, ପୁଇଗୁଡା, କରନମୁଣ୍ଡା, ଟୁରିସିମେଲ ପ୍ରାଥମିକ ବିଦ୍ୟାଳୟ ସହିତ ପାଇକ ଥୁଆଗୁଡା ୟୁପି ସ୍କୁଲ ଓ ବିଜେପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇ ୫ଜଣ ଶିକ୍ଷକ କର୍ତ୍ତବ୍ୟରେ ଅବହେଳା କରୁଥିବା ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ତୁରନ୍ତ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ ଓ ସ୍ଥାନୀୟ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ଥିଲେ। ଏ ନେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସାହୁଙ୍କୁ ପଚାରିବାରୁ ସ୍କୁଲ ପରିଦର୍ଶନ ପାଇଁ ଯାଇଥିଲୁ। ୫ଜଣ ଶିକ୍ଷକ କାର୍ଯ୍ୟରେ ଅବହେଳା ହେତୁ ଗୋଷ୍ଠୀ ଶିକ୍ଷାଧିକାରୀ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ସହିତ ଦରମା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।

The post କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ appeared first on Dharitri Odia News.