୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB

ଅହମ୍ମଦାବାଦ, ୩।୬: ଦୀର୍ଘ ୧୭ ବର୍ଷ ପରେ ଇତିହାସ ରଚିଲା ଆର୍‌ସିବି। ଆଇପିଏଲ୍‌ ୨୦୨୫ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ବିଜୟକୁ ନିଜ ନାମରେ କରିଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ। ଫଳରେ ଆରସିିବି ୨୦ ଓଭରରେ ୧୯୦ ରନ୍‌ କରିଥିଲା। ଜବାବରେ ପଞ୍ଜାବ ନିର୍ଦ୍ଧାରିତ ଓଭର ସୁଦ୍ଧା ଟାର୍ଗେଟ ହାସଲ କରିପାରି ନ ଥିଲା। ୨୦ ଓଭରରେ […] The post ୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB appeared first on Dharitri Odia News.

୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB

ଅହମ୍ମଦାବାଦ, ୩।୬: ଦୀର୍ଘ ୧୭ ବର୍ଷ ପରେ ଇତିହାସ ରଚିଲା ଆର୍‌ସିବି। ଆଇପିଏଲ୍‌ ୨୦୨୫ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ବିଜୟକୁ ନିଜ ନାମରେ କରିଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ। ଫଳରେ ଆରସିିବି ୨୦ ଓଭରରେ ୧୯୦ ରନ୍‌ କରିଥିଲା। ଜବାବରେ ପଞ୍ଜାବ ନିର୍ଦ୍ଧାରିତ ଓଭର ସୁଦ୍ଧା ଟାର୍ଗେଟ ହାସଲ କରିପାରି ନ ଥିଲା। ୨୦ ଓଭରରେ ଦଳ ୭ ଉଇକେଟ ହରାଇ ୧୮୪ ରନ୍‌ କରିପାରିଥିଲା।

ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୫ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ୍‌ କରିଥିଲା। ଫଳରେ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନ୍‌ର ଟାର୍ଗେଟ ମିଳଥିଲା। ଆର୍‌ସିବି ପକ୍ଷରୁ ବିରାଟ କୋହଲି ସର୍ବାଧିକ ରନ୍‌ କରିଛନ୍ତି। ସେ ୩୫ ବଲ୍‌ରେ ୪୩ ରନ୍‌ କରିଛନ୍ତି। ଏହାଛଡ଼ା ଜିତେଶ ଶର୍ମା ୧୦ ବଲ୍‌ରେ ୨୪ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ। ପଞ୍ଜାବ ପକ୍ଷରୁ କାଇଲ ଜେମିସନ ଏବଂ ଅର୍ଶଦୀପ ସିଂ ୩ ଉଇକେଟ ଲେଖାଏ ନେଇଥିଲେ।

The post ୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB appeared first on Dharitri Odia News.