୫୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲକ୍ଷ୍ୟ, ଆଜିସୁଦ୍ଧା ୧୩ ହଜାର ପଞ୍ଜୀକୃତ
ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ସ୍ଥାନରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟରେ ନୂଆ ସରକାରଙ୍କ ନୂଆ ଯୋଜନା ସୁଭଦ୍ରାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଛି। ବ୍ୟାଙ୍କଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡି କେନ୍ଦ୍ର, ମୋ’ ସେବାକେନ୍ଦ୍ର, କମନ ସର୍ଭିସ ସେଣ୍ଟର ଆଦିରେ ଲମ୍ବା ଧାଡ଼ିରେ ରହି ନିଜ ନାମ କିଭଳି ପ୍ରଥମେ ପଞ୍ଜୀକୃତ ହୋଇପାରିବ ସେନେଇ ଧାଡ଼ି ଲଗାଇଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା […] The post ୫୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲକ୍ଷ୍ୟ, ଆଜିସୁଦ୍ଧା ୧୩ ହଜାର ପଞ୍ଜୀକୃତ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ସ୍ଥାନରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟରେ ନୂଆ ସରକାରଙ୍କ ନୂଆ ଯୋଜନା ସୁଭଦ୍ରାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଛି। ବ୍ୟାଙ୍କଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡି କେନ୍ଦ୍ର, ମୋ’ ସେବାକେନ୍ଦ୍ର, କମନ ସର୍ଭିସ ସେଣ୍ଟର ଆଦିରେ ଲମ୍ବା ଧାଡ଼ିରେ ରହି ନିଜ ନାମ କିଭଳି ପ୍ରଥମେ ପଞ୍ଜୀକୃତ ହୋଇପାରିବ ସେନେଇ ଧାଡ଼ି ଲଗାଇଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଘନଘନ ବୈଠକ ସହ ତଦାରଖ କରାଯାଉଛି। ମହିଳାଙ୍କୁ ଗାଁ ଗାଁରେ ସଚେତନ କରିବାକୁ ସୁଭଦ୍ରା ରଥକୁ ଗୁରୁବାରଠାରୁ ବୁଲିବା ପାଇଁ ଶୁଭ ଉଦ୍ଘାଟନ କରାଯାଇଛି। ବ୍ଲକ ଅଞ୍ଚଳରେ ୫୭ ହଜାର ମହିଳା ଏହି ଯୋଜନାରେ ସାମିଲ ହେବାକୁ ଲକ୍ଷ୍ୟ ରହିଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ସର୍ବାଧିକ ୧୩ ହଜାର ମହିଳାଙ୍କ ନାମ ଏହି ଯୋଜନାରେ ପଞ୍ଜୀକୃତ କରାଯାଇଛି। ୨୫ ପଞ୍ଚାୟତ ଅଞ୍ଚଳରେ ଥିବା ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏବେ ସୁଦ୍ଧା ପ୍ରାୟ ୩୬ ହଜାର ସୁଭଦ୍ରା ଫର୍ମ ବଣ୍ଟନ ହୋଇସାରିଛି ବୋଲି ବିଡିଓ ତଥା ଏହି ଯୋଜନାର ଅଧ୍ୟକ୍ଷ ଗଦାଧର ପାତ୍ର କହିଛନ୍ତି। ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯାଉଥିବା ଓ ଏଥିପାଇଁ ମିଶନଶକ୍ତିର ବିଭିନ୍ନ ବିଭାଗର କର୍ମକର୍ତ୍ତା, ଅଙ୍ଗନଓ୍ବାଡି କର୍ମୀଙ୍କ ସମେତ ବହୁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା କୁହାଯାଇଛି। ସେପଟେ ମହିଳାମାନେ ଏହି ଯୋଜନାରେ ଅର୍ଥ ପାଇବା ପରେ ଅନେକ ଯୋଜନା କରିସାରିଛନ୍ତି କିଏ କୁକୁଡ଼ା ଚାଷ ତ କିଏ ଛେଳି, ପନିପରିବା ଚାଷ ସହ ଛୋଟ ବଡ଼ ବ୍ୟବସାୟୀ କରି ନିଜ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସୂଚନାଯୋଗ୍ୟ, ୨୧ରୁ ୬୦ବର୍ଷର ମହିଳାମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଏହି ଯୋଜନାର ଗାଇଡ୍ଲାଇନ୍ ଓ ଫାଇଦା ସମ୍ପର୍କରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି।
The post ୫୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲକ୍ଷ୍ୟ, ଆଜିସୁଦ୍ଧା ୧୩ ହଜାର ପଞ୍ଜୀକୃତ appeared first on Dharitri Odia News.