ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି…ସଂସଦରେ କାହିଁକି ଏମିତି କହିଲେ ଅଖିଳେଶ

ନୂଆଦିଲ୍ଲୀ,୪।୨: ସଂସଦର ବଜେଟ ଅଧିବେଶନ ଚାଲିଛି। ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମହାକୁମ୍ଭ ମେଳାରେ ଘଟିଥିବା ଅଘଟଣକୁ ନେଇ ସଂସଦରେ ସରକାରଙ୍କୁ ସମାଲୋଚନା କରିଛନ୍ତି। କୁମ୍ଭରେ ମୃତକଙ୍କ ସଂଖ୍ୟା ପ୍ରକାଶ କରାଯାଉ ବୋଲି ଏସପି ସଭାପତି କହିଛନ୍ତି। ମୃତକଙ୍କ ପାଇଁ ସଂସଦରେ ୨ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସର୍ବଦଳୀୟ ବୈଠକ ଡକାଯିବା ଦରକାର ବୋଲି ସେ କହିଛନ୍ତି। ଅଖିଳେଶ ଯାଦବ ସଂସଦରେ ଯୋଗୀଙ୍କ ନେତୃତ୍ୱାଧୀନ ୟୁପି ସରକାରଙ୍କୁ ଘେରି […] The post ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି…ସଂସଦରେ କାହିଁକି ଏମିତି କହିଲେ ଅଖିଳେଶ appeared first on Dharitri Odia News.

ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି…ସଂସଦରେ କାହିଁକି ଏମିତି କହିଲେ ଅଖିଳେଶ

ନୂଆଦିଲ୍ଲୀ,୪।୨: ସଂସଦର ବଜେଟ ଅଧିବେଶନ ଚାଲିଛି। ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମହାକୁମ୍ଭ ମେଳାରେ ଘଟିଥିବା ଅଘଟଣକୁ ନେଇ ସଂସଦରେ ସରକାରଙ୍କୁ ସମାଲୋଚନା କରିଛନ୍ତି। କୁମ୍ଭରେ ମୃତକଙ୍କ ସଂଖ୍ୟା ପ୍ରକାଶ କରାଯାଉ ବୋଲି ଏସପି ସଭାପତି କହିଛନ୍ତି। ମୃତକଙ୍କ ପାଇଁ ସଂସଦରେ ୨ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସର୍ବଦଳୀୟ ବୈଠକ ଡକାଯିବା ଦରକାର ବୋଲି ସେ କହିଛନ୍ତି।
ଅଖିଳେଶ ଯାଦବ ସଂସଦରେ ଯୋଗୀଙ୍କ ନେତୃତ୍ୱାଧୀନ ୟୁପି ସରକାରଙ୍କୁ ଘେରି କହିଛନ୍ତି, ୧୦୦ କୋଟି ଲୋକଙ୍କ ପାଇଁ ପ୍ରସ୍ତୁତି ହୋଇଛି ବୋଲି ପ୍ରଚାର କରାଯାଇଥିଲା ଏବଂ ଯଦି ସରକାର ମୋ ବୟାନକୁ ମିଥ୍ୟା ଘୋଷଣା କରନ୍ତି ଏବଂ ୧୦୦ କୋଟି ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଦାବି କରନ୍ତି, ତେବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଯେଉଁଠି ସରକାର ବଜେଟ ତଥ୍ୟ ଦେଉଛନ୍ତି, ସେଠାରେ ସଂଖ୍ୟା ଦେବା ପୂର୍ବରୁ ମହାକୁମ୍ଭରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ପ୍ରଦାନ କରିବା ଦରକାର।
ଅଖିଳେଶ ମହାକୁମ୍ଭ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ତଥ୍ୟକୁ କାହିଁକି ଲୁଚାଇ ରଖାଯାଇଛି ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ମହାକୁମ୍ଭ ମେଳା ପ୍ରଥମ ଥର ପାଇଁ ହେଉନାହିଁ; ଏହା ଶତାବ୍ଦୀ ଧରି ସଂଗଠିତ ହୋଇ ଆସୁଛି । ସରକାର ମହାକୁମ୍ଭର ବ୍ୟାପକ ପ୍ରଚାର କରିଛନ୍ତି ଏବଂ ଆମେ ଶୁଣିଆସୁଛୁ ଯେ ସରକାର ୧୦୦ କୋଟି ଲୋକଙ୍କ ଆସିବା ପାଇଁ ବ୍ୟବସ୍ଥା କରିଛନ୍ତି। ଯଦି ଏହା ମିଥ୍ୟା, ତେବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି।

The post ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି…ସଂସଦରେ କାହିଁକି ଏମିତି କହିଲେ ଅଖିଳେଶ appeared first on Dharitri Odia News.