ବୁଗୁଡ଼ାରେ ବାହୁଡ଼ା ଯାତ୍ରା: ମଝିଦାଣ୍ଡରେ ଅଟକିଲା ରଥ

ବୁଗୁଡା,୫।୭(କାଳିଚରଣ ଦାଶ): ବୁଗୁଡ଼ାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭକ୍ତଙ୍କ ଗହଣରେ ରଥଟଣା ହୋଇଥିବା ମଝିଦାଣ୍ଡରେ ରଥ ଅଟକିଛି। ଶନିବାର ଅପରାହ୍ନରେ ପୁରୋହିତ ସୀମାଞ୍ଚଳ ପଣ୍ଡାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ପରେ ମନ୍ଦିର ପୂଜକ ବାଦ୍ୟ ବାଜଣା ସହ ମହନ୍ତ ରବି ନାରାୟଣ ଦାଶଙ୍କୁ ଆମନ୍ତ୍ରଣ କରି ବରଣ କରିଥିଲେ । ତାହା ବଳଦେବ, ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଳତି କରାଯାଇ ପହଣ୍ଡିରେ ଶ୍ରୀଜିଉଙ୍କୁ ରଥାରୂଢ କରାଯାଇଥିଲା। ରଥ ଉପରେ ନୀତି […] The post ବୁଗୁଡ଼ାରେ ବାହୁଡ଼ା ଯାତ୍ରା: ମଝିଦାଣ୍ଡରେ ଅଟକିଲା ରଥ appeared first on Dharitri Odia News.

ବୁଗୁଡ଼ାରେ ବାହୁଡ଼ା ଯାତ୍ରା: ମଝିଦାଣ୍ଡରେ ଅଟକିଲା ରଥ

ବୁଗୁଡା,୫।୭(କାଳିଚରଣ ଦାଶ): ବୁଗୁଡ଼ାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭକ୍ତଙ୍କ ଗହଣରେ ରଥଟଣା ହୋଇଥିବା ମଝିଦାଣ୍ଡରେ ରଥ ଅଟକିଛି। ଶନିବାର ଅପରାହ୍ନରେ ପୁରୋହିତ ସୀମାଞ୍ଚଳ ପଣ୍ଡାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ପରେ ମନ୍ଦିର ପୂଜକ ବାଦ୍ୟ ବାଜଣା ସହ ମହନ୍ତ ରବି ନାରାୟଣ ଦାଶଙ୍କୁ ଆମନ୍ତ୍ରଣ କରି ବରଣ କରିଥିଲେ । ତାହା ବଳଦେବ, ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଳତି କରାଯାଇ ପହଣ୍ଡିରେ ଶ୍ରୀଜିଉଙ୍କୁ ରଥାରୂଢ କରାଯାଇଥିଲା।

ରଥ ଉପରେ ନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଆଳତି କରାଯିବା ସହ ମହନ୍ତଙ୍କ ଦ୍ବାରା ଛେରାପହଁରା କାର୍ଯ୍ୟ ହୋଇଥିଲା । ପରେ ଭକ୍ତମାନେ ଉତ୍ସାହର ସହ ହରିବୋଲ, ହୁଳହୁଳି ପକାଇ ଠାକୁରଙ୍କ ରଥକୁ ଟାଣି ମଝିଦାଣ୍ଡରେ ପହଞ୍ଚାଇ ଥିଲେ।
ରଥଯାତ୍ରା ପରିଚାଳନା କମିଟି ସମ୍ପାଦକ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ଅନ୍ୟ ସଦସ୍ୟଗଣ ଏବଂ ମନ୍ଦିରର ପୂଜକ, ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ପ୍ରକାଶ ଯେ , ଏକାଦଶୀରେ ରଥରେ ଠାକୁରଙ୍କ ସୁନାବେଶ ଏବଂ ତା’ପର ଦିନ ଅଧରପଣା କାର୍ଯ୍ୟ ଶେଷ ହେବା ପରେ ତିନି ଠାକୁର ରତ୍ନବେଦୀକୁ ଫେରିବେ।

The post ବୁଗୁଡ଼ାରେ ବାହୁଡ଼ା ଯାତ୍ରା: ମଝିଦାଣ୍ଡରେ ଅଟକିଲା ରଥ appeared first on Dharitri Odia News.