ୟୁଜର୍ସଙ୍କ ସହିତ ଧୋକା କରିଛି ମେଟା, ଏବେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା
ନୂଆଦିଲ୍ଲୀ ୦୨।୦୭: ଲୋକପ୍ରିୟ ସୋଶିଆଲ୍ ମିଡିଆ ପ୍ଲାଟଫର୍ମ କମ୍ପାନୀ ମେଟାର ବଢିପାରେ ଅଡୁଆ । ୟୁଜର୍ସଙ୍କ ସହିତ ବଡ ଧୋକା କରିଛି ମେଟା । ୟୁଜର୍ସଙ୍କ ବିନା ଅନୁମତିରେ ପ୍ଲାଟଫର୍ମରେ ବ୍ୟକ୍ତିଗତ ବିଜ୍ଞାପନ ଦେଖାଇବା ଆରମ୍ଭ କରିଛି ମେଟା । ଏଥିପାଇଁ କମ୍ପାନୀକୁ ଦେବାକୁ ପଡିପାରେ ଜୋରିମାନା । ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍ବୁକ୍ର ନିୟମ ଭାଙ୍ଗିଥିବା ନେଇ ହୋଇଛି ଅଭିଯୋଗ ।ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ ସେମାନଙ୍କ ଉପଭୋକ୍ତାଙ୍କୁ ଦୁଇଟି ବିକଳ୍ପ ଦେଇଛି, ପ୍ରଥମ ବିକଳ୍ପରେ ଉପଭୋକ୍ତାମାନଙ୍କୁ ବିଜ୍ଞାପନ ଦେଖିବାକୁ ପଡିବ । ସେହିପରି, ଦ୍ୱିତୀୟ ବିକଳ୍ପରେ ଟଙ୍କା ଦେଇ ବିଜ୍ଞାପନ ଅପସାରଣ କରିବାର ବିକଳ୍ପ ରହିଛି ।ୟୁରୋପ ମହାଦ୍ୱୀପର କଠୋର ତଥ୍ୟ ଏବଂ ଗୋପନୀୟତା ନିୟମ ଅନୁଯାୟୀ, ମେଟା ନଭେମ୍ବରରୁ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବିଜ୍ଞାପନ ଡିଲିଟ୍ କରିବାର ବିକଳ୍ପ ପ୍ରଦାନ କରୁଛି । ବିଜ୍ଞାପନ ହଟାଇବା ପାଇଁ ମେଟା ଡେସ୍କଟପ୍ ବ୍ୟବହାରକାରୀଙ୍କୁ ମାସକୁ ୧୦ ୟୁରୋ ଚାର୍ଜ କରିଥାଏ। ଏଥିସହିତ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉପଭୋକ୍ତାମାନଙ୍କୁ ନିଜ ପସନ୍ଦ ଅନୁଯାୟୀ ତଥ୍ୟ ଉପରେ ଆଧାରିତ ବିଜ୍ଞାପନ ଡିଲିଟ୍ କରିବାକୁ ମାସକୁ ୧୩ ୟୁରୋ ଦେୟ ଦେବାକୁ ପଡିଥାଏ ।ୟୁରୋପୀୟ ୟୁନିଅନର ସର୍ବୋଚ୍ଚ ନ୍ୟାୟାଳୟ ଉପଭୋକ୍ତାମାନଙ୍କର ଗୋପନୀୟତା ଏବଂ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ନୂଆ ନିୟମ ପ୍ରଣୟନ କରିଥି
ନୂଆଦିଲ୍ଲୀ ୦୨।୦୭: ଲୋକପ୍ରିୟ ସୋଶିଆଲ୍ ମିଡିଆ ପ୍ଲାଟଫର୍ମ କମ୍ପାନୀ ମେଟାର ବଢିପାରେ ଅଡୁଆ । ୟୁଜର୍ସଙ୍କ ସହିତ ବଡ ଧୋକା କରିଛି ମେଟା । ୟୁଜର୍ସଙ୍କ ବିନା ଅନୁମତିରେ ପ୍ଲାଟଫର୍ମରେ ବ୍ୟକ୍ତିଗତ ବିଜ୍ଞାପନ ଦେଖାଇବା ଆରମ୍ଭ କରିଛି ମେଟା । ଏଥିପାଇଁ କମ୍ପାନୀକୁ ଦେବାକୁ ପଡିପାରେ ଜୋରିମାନା । ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍ବୁକ୍ର ନିୟମ ଭାଙ୍ଗିଥିବା ନେଇ ହୋଇଛି ଅଭିଯୋଗ ।
ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ ସେମାନଙ୍କ ଉପଭୋକ୍ତାଙ୍କୁ ଦୁଇଟି ବିକଳ୍ପ ଦେଇଛି, ପ୍ରଥମ ବିକଳ୍ପରେ ଉପଭୋକ୍ତାମାନଙ୍କୁ ବିଜ୍ଞାପନ ଦେଖିବାକୁ ପଡିବ । ସେହିପରି, ଦ୍ୱିତୀୟ ବିକଳ୍ପରେ ଟଙ୍କା ଦେଇ ବିଜ୍ଞାପନ ଅପସାରଣ କରିବାର ବିକଳ୍ପ ରହିଛି ।
ୟୁରୋପ ମହାଦ୍ୱୀପର କଠୋର ତଥ୍ୟ ଏବଂ ଗୋପନୀୟତା ନିୟମ ଅନୁଯାୟୀ, ମେଟା ନଭେମ୍ବରରୁ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବିଜ୍ଞାପନ ଡିଲିଟ୍ କରିବାର ବିକଳ୍ପ ପ୍ରଦାନ କରୁଛି । ବିଜ୍ଞାପନ ହଟାଇବା ପାଇଁ ମେଟା ଡେସ୍କଟପ୍ ବ୍ୟବହାରକାରୀଙ୍କୁ ମାସକୁ ୧୦ ୟୁରୋ ଚାର୍ଜ କରିଥାଏ। ଏଥିସହିତ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉପଭୋକ୍ତାମାନଙ୍କୁ ନିଜ ପସନ୍ଦ ଅନୁଯାୟୀ ତଥ୍ୟ ଉପରେ ଆଧାରିତ ବିଜ୍ଞାପନ ଡିଲିଟ୍ କରିବାକୁ ମାସକୁ ୧୩ ୟୁରୋ ଦେୟ ଦେବାକୁ ପଡିଥାଏ ।
ୟୁରୋପୀୟ ୟୁନିଅନର ସର୍ବୋଚ୍ଚ ନ୍ୟାୟାଳୟ ଉପଭୋକ୍ତାମାନଙ୍କର ଗୋପନୀୟତା ଏବଂ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ନୂଆ ନିୟମ ପ୍ରଣୟନ କରିଥିଲେ । ଏଭଳି ପରିସ୍ଥିତିରେ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ରେ ବିଜ୍ଞାପନ ଦେଖାଇବାକୁ ବ୍ୟବହାରକାରୀଙ୍କଠାରୁ ଅନୁମୋଦନ ନେବାକୁ ପଡ଼ିବ। କିନ୍ତୁ ମେଟା 'ଦେୟ ବା ଅନୁମୋଦନ' ନିୟମ ଭାଙ୍ଗିଛି ।
ୟୁରୋପୀୟ କମିଶନ କହିଛନ୍ତି ଯେ ମେଟାର ମଡେଲ୍ ବ୍ୟବହାରକାରୀଙ୍କୁ ମୁକ୍ତ ଭାବେ ଅନୁମୋଦନ କରିବାର ଅଧିକାର ଦେଇନି । ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଇତ୍ୟାଦି ଅନେକ ମେଟା ପ୍ଲାଟ୍ଫର୍ମରେ ଉପଭୋକ୍ତାମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଉପରେ ଆଧାର କରି ବିଜ୍ଞାପନ ଦେଖାଇବାକୁ ଅନୁମୋଦନ ନେବା ଜରୁରୀ।
ଆୟୋଗ କହିଛନ୍ତି ଯେ ମେଟାର ମଡେଲ ଉପଭୋକ୍ତାମାନଙ୍କୁ ସବୁ ପ୍ଲାଟ୍ଫର୍ମରେ କମ୍ ବ୍ୟକ୍ତିଗତ ହେବାର ସୁଯୋଗ ଦେଇ ନ ଥାଏ। ମେଟାକୁ ବର୍ତ୍ତମାନ ଆୟୋଗକୁ ଏହାର ଉତ୍ତର ଦେବାକୁ ପଡିବ। ଏଥିସହିତ, କମ୍ପାନୀକୁ ବିଶ୍ୱ ରାଜସ୍ୱର ୧୦ ପ୍ରତିଶତ ଜରିମାନା ଦେବାକୁ ପଡିବ।