ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟ ମ୍ୟାଚ୍ ଖେଳିବେ ଶାମି ! ସୈୟଦ ମୁସ୍ତାକ ଅଲି ଟ୍ରଫି ପରେ କରିବେ ଗସ୍ତ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଦୁଇ ମ୍ୟାଚ୍ ଖେଳିବା ନିଶ୍ଚିତ ହୋଇଛି । କୁହାଯାଉଛି ଯେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମେଡିକାଲ ଟିମର ଫିଟନେସ୍ ମଞ୍ଜୁରି ମିଳିବା ଏବେ କେବଳ ଔପଚାରିକ ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ ହେବାକୁ ଥିବା ତୃତୀୟ ଟେଷ୍ଟ ଡିସେମ୍ୱର ୧୪ରୁ ଆରମ୍ଭ ହେବ, ଯେଉଁଥି ପାଇଁ ସମୟ କମ ରହିଛି । ତେଣୁ ଶାମି ମେଲବର୍ଣ୍ଣରେ ଡିସେମ୍ୱରରେ ୨୬ରେ ହେବାକୁ ଥିବା ବକ୍ସିଂ ଡେ' ଟେଷ୍ଟରେ ଉପଲବ୍ଧ ହୋଇପାରନ୍ତି ।ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୧୮-୧୯ରେ ଭାରତର ବର୍ଡର ଗାଭାସ୍କର ଟ୍ରଫିରେ ମିଳିଥିବା ବିଜୟରେ ଶାମି ବଡ଼ ଭୂମିକା ଗ୍ରହଣ କରିଥିଲେ । ଶାମି ଅଷ୍ଟ୍ରେଲିଆରେ ୮ ମ୍ୟାଚ୍ ଖେଳି ୩୧ ୱିକେଟ୍ ନେଇଛନ୍ତି । ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ ଶାମିଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ପକ୍କା କରିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ, ଶାମିଙ୍କ କିଟ୍ ଅଷ୍ଟ୍ରେଲିଆ ପହଞ୍ଚି ସାରିଛି । ସୈୟଦ ମୁସ୍ତାକ ଅଲି ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟ ଶେଷ କରିବା ପରେ ଅଷ୍ଟ୍ରେଲିଆ ଗସ୍ତ କରିବେ । ଉଲ୍ଲେଖଯୋଗ୍ୟ ଯେ ୩୪ ବର୍ଷୀୟ ଶାମି ଗତ ବର୍ଷ ଦିନିକିଆ ବିଶ୍ୱକପ ଫାଇନାଲ ପରଠୁ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳି ନାହାନ୍ତି । ଶାମିଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ସେ ଦୀର୍ଘ ଦିନରୁ ଟିମରୁ ବାହାର ଅଛନ୍ତି ।
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଦୁଇ ମ୍ୟାଚ୍ ଖେଳିବା ନିଶ୍ଚିତ ହୋଇଛି । କୁହାଯାଉଛି ଯେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମେଡିକାଲ ଟିମର ଫିଟନେସ୍ ମଞ୍ଜୁରି ମିଳିବା ଏବେ କେବଳ ଔପଚାରିକ ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ ହେବାକୁ ଥିବା ତୃତୀୟ ଟେଷ୍ଟ ଡିସେମ୍ୱର ୧୪ରୁ ଆରମ୍ଭ ହେବ, ଯେଉଁଥି ପାଇଁ ସମୟ କମ ରହିଛି । ତେଣୁ ଶାମି ମେଲବର୍ଣ୍ଣରେ ଡିସେମ୍ୱରରେ ୨୬ରେ ହେବାକୁ ଥିବା ବକ୍ସିଂ ଡେ' ଟେଷ୍ଟରେ ଉପଲବ୍ଧ ହୋଇପାରନ୍ତି ।
ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୧୮-୧୯ରେ ଭାରତର ବର୍ଡର ଗାଭାସ୍କର ଟ୍ରଫିରେ ମିଳିଥିବା ବିଜୟରେ ଶାମି ବଡ଼ ଭୂମିକା ଗ୍ରହଣ କରିଥିଲେ । ଶାମି ଅଷ୍ଟ୍ରେଲିଆରେ ୮ ମ୍ୟାଚ୍ ଖେଳି ୩୧ ୱିକେଟ୍ ନେଇଛନ୍ତି । ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ ଶାମିଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ପକ୍କା କରିଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ, ଶାମିଙ୍କ କିଟ୍ ଅଷ୍ଟ୍ରେଲିଆ ପହଞ୍ଚି ସାରିଛି । ସୈୟଦ ମୁସ୍ତାକ ଅଲି ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟ ଶେଷ କରିବା ପରେ ଅଷ୍ଟ୍ରେଲିଆ ଗସ୍ତ କରିବେ । ଉଲ୍ଲେଖଯୋଗ୍ୟ ଯେ ୩୪ ବର୍ଷୀୟ ଶାମି ଗତ ବର୍ଷ ଦିନିକିଆ ବିଶ୍ୱକପ ଫାଇନାଲ ପରଠୁ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳି ନାହାନ୍ତି । ଶାମିଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ସେ ଦୀର୍ଘ ଦିନରୁ ଟିମରୁ ବାହାର ଅଛନ୍ତି ।