ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇଥିବାରୁ ୫୫ ବର୍ଷୀୟ ସ୍ଲାଟରଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସେ ଘରୋଇ ହିଂସା ସମେତ ୭ ଦଫାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ ନିର୍ଯାତନା, ତଣ୍ଟି ଚିପିବା, ଚୋରି ଓ ବେଆଇନ ଭାବେ ମହିଳାଙ୍କୁ ପିଛା କରିବା ଭଳି ଦଫା ଲଗାଯାଇଛି। ବିଚାରପତି ଗ୍ଲେନ କ୍ୟାଶ ଦଣ୍ଡାଦେଶ […] The post ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ appeared first on Dharitri Odia News.

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇଥିବାରୁ ୫୫ ବର୍ଷୀୟ ସ୍ଲାଟରଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସେ ଘରୋଇ ହିଂସା ସମେତ ୭ ଦଫାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ ନିର୍ଯାତନା, ତଣ୍ଟି ଚିପିବା, ଚୋରି ଓ ବେଆଇନ ଭାବେ ମହିଳାଙ୍କୁ ପିଛା କରିବା ଭଳି ଦଫା ଲଗାଯାଇଛି।
ବିଚାରପତି ଗ୍ଲେନ କ୍ୟାଶ ଦଣ୍ଡାଦେଶ ଶୁଣାଇଲା ବେଳେ କହିଥିଲେ ଯେ, ସ୍ଲାଟରଙ୍କ ଅସୁବିଧା ପଛର ମୁଖ୍ୟ କାରଣ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏହା ସ୍ପଷ୍ଟ ଯେ, ସ୍ଲାଟର ଜଣେ ମଦ୍ୟପ। ମଦ୍ୟପ ଗୁଣ ତାଙ୍କ ପେଶାର ଅନ୍ତ ଘଟାଇବା, ପଶ୍ଚାତାପର ବିଷୟ। ତୁମ ରେହାବିଲିଟେଶନ ସହଜ ହେବ ନାହିଁ।

ସ୍ଲାଟରଙ୍କୁ ଗତ ବର୍ଷ ଏପ୍ରିଲରେ ଗିରଫ କରାଯାଇଥିଲା ଏବଂ ସେ ସେବେଠାରୁ ଜେଲ୍‌ରେ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ସ୍ଲାଟର ଅଷ୍ଟ୍ରେଲିଆ ପାଇଁ ୭୪ ଟେଷ୍ଟ ଖେଳି ୧୪ ଶତକ ସହ ୫,୩୧୨ ରନ କରିଥିଲେ। ଅନ୍ତର୍ଜାତୀୟସ୍ତରରେ ସେ ୪୨ ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।

The post ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ appeared first on Dharitri Odia News.