ଅଷ୍ଟ୍ରେଲିଆର ମହଙ୍ଗା ପ୍ଲେୟର୍‌; ମୋଟା ଅଙ୍କରେ କିଣିଥିଲା ଫ୍ରାଞ୍ଚାଇଜ୍‌, ଦାମ୍‌ରେ ଅଧିକ, ପର୍ଫମାନ୍ସରେ ଜିରୋ

ନୂଆଦିଲ୍ଲୀ ୧୨।୦୪: ଆଇପିଏଲ୍‌ ୨୦୨୪ । ଖୁବ୍‌ ରୋମାଞ୍ଚକର ହେଉଛି ସବୁ ମ୍ୟାଚ୍‌ । ଦମ୍‌ଦାର୍‌ ପ୍ରଦର୍ଶନ କରୁଛନ୍ତି ଖେଳାଳୀ । ଖାସ୍‌ କରି ଅନ୍‌କ୍ୟାପ୍‌ ପ୍ଲେୟର୍‌ମାନେ କରୁଛନ୍ତି ଭଲ ପ୍ରଦର୍ଶନ । ଏମିତିକି ମୋଟା ଅଙ୍କରେ କିଣାଯାଇଥିବା ପ୍ଲେୟରଙ୍କୁ ପଛରେ ପକାଉଛନ୍ତି ଏହି ଯୁବ ପ୍ଲେୟର । ଆଇପିଏଲ୍‌ର ୧୭ତମ ସିଜିନ୍‌ରେ ଅନେକ ଅଷ୍ଟ୍ରେଲିଆ ପ୍ଲେୟର ସାମିଲ ହୋଇଛନ୍ତି । ଯାହାକୁ ଫ୍ରାଞ୍ଚାଇଜ୍‌ କୋଟି କୋଟି ଟଙ୍କାରେ କିଣିଛି । କିନ୍ତୁ ଏମାନେ ନିଜ ଦାମ୍‌ ଅନୁଯାୟୀ କରିନାହାନ୍ତି ପ୍ରଦର୍ଶନ । କିଛି ଖେଳାଳୀ ଆହାତ ତ ଆଉ କିଛି ଖରାପ ଫର୍ମ ଯୋଗୁଁ ପଛରେ ପଡିଛନ୍ତି । ଆଇପିଏଲ୍‌ ୨୦୨୪ରେ ଅଷ୍ଟ୍ରେଲିଆ ପ୍ଲେୟରଙ୍କୁ ଅକ୍ସନରେ ମୋଟା ଅଙ୍କରେ କିଣିଥିଲେ ଫ୍ରାଞ୍ଚାଇଜ୍‌ । ଅଷ୍ଟ୍ରେଲିଆର ପ୍ୟାଟ୍ସ କମିନ୍ସ ଏବଂ ମିଚେଲ୍‌ ଷ୍ଟାର୍କ । ଏମାନେ ଆଇପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହି ୨ଜଣଙ୍କୁ ଫ୍ରାଞ୍ଚାଇଜ୍‌ ୨୦କୋଟିରୁ ଅଧିକ ଟଙ୍କାରେ କିଣିଛି । ଏବେ ପ୍ରଶ୍ନ ଆସୁଛି କଣ ଆଇପିଏଲ୍‌ର ୧୭ ସିଜିନ୍‌ରେ ଖେଳୁଥିବା ଅଷ୍ଟ୍ରେଲିଆ ପ୍ଲେୟର ତାଙ୍କ ଦାମ୍‌ ଅନୁଯାୟୀ ପ୍ରଦର୍ଶନ କରୁଛନ୍ତି ? ଅଷ୍ଟ୍ରେଲିଆ ପ୍ଲେୟର ମିଚେଲ ମାର୍ଶ । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି । ଫ୍ରାଞ୍ଚାଇଜ୍‌ ତାଙ୍କୁ ୬.୫ କୋଟିରେ କିଣିଛି । କିନ୍ତୁ ଏପର୍ଯ୍ୟନ୍ତ ସେ ବ୍ୟାଟର ଭାବେ ଯେତିକି ରନ୍‌ କରିନାହାନ୍ତି, ବୋଲର ଭାବେ ବ

ଅଷ୍ଟ୍ରେଲିଆର ମହଙ୍ଗା ପ୍ଲେୟର୍‌; ମୋଟା ଅଙ୍କରେ କିଣିଥିଲା ଫ୍ରାଞ୍ଚାଇଜ୍‌, ଦାମ୍‌ରେ ଅଧିକ, ପର୍ଫମାନ୍ସରେ ଜିରୋ

ନୂଆଦିଲ୍ଲୀ ୧୨।୦୪: ଆଇପିଏଲ୍‌ ୨୦୨୪ । ଖୁବ୍‌ ରୋମାଞ୍ଚକର ହେଉଛି ସବୁ ମ୍ୟାଚ୍‌ । ଦମ୍‌ଦାର୍‌ ପ୍ରଦର୍ଶନ କରୁଛନ୍ତି ଖେଳାଳୀ । ଖାସ୍‌ କରି ଅନ୍‌କ୍ୟାପ୍‌ ପ୍ଲେୟର୍‌ମାନେ କରୁଛନ୍ତି ଭଲ ପ୍ରଦର୍ଶନ । ଏମିତିକି ମୋଟା ଅଙ୍କରେ କିଣାଯାଇଥିବା ପ୍ଲେୟରଙ୍କୁ ପଛରେ ପକାଉଛନ୍ତି ଏହି ଯୁବ ପ୍ଲେୟର । ଆଇପିଏଲ୍‌ର ୧୭ତମ ସିଜିନ୍‌ରେ ଅନେକ ଅଷ୍ଟ୍ରେଲିଆ ପ୍ଲେୟର ସାମିଲ ହୋଇଛନ୍ତି । ଯାହାକୁ ଫ୍ରାଞ୍ଚାଇଜ୍‌ କୋଟି କୋଟି ଟଙ୍କାରେ କିଣିଛି । କିନ୍ତୁ ଏମାନେ ନିଜ ଦାମ୍‌ ଅନୁଯାୟୀ କରିନାହାନ୍ତି ପ୍ରଦର୍ଶନ । କିଛି ଖେଳାଳୀ ଆହାତ ତ ଆଉ କିଛି ଖରାପ ଫର୍ମ ଯୋଗୁଁ ପଛରେ ପଡିଛନ୍ତି । 

ଆଇପିଏଲ୍‌ ୨୦୨୪ରେ ଅଷ୍ଟ୍ରେଲିଆ ପ୍ଲେୟରଙ୍କୁ ଅକ୍ସନରେ ମୋଟା ଅଙ୍କରେ କିଣିଥିଲେ ଫ୍ରାଞ୍ଚାଇଜ୍‌ । ଅଷ୍ଟ୍ରେଲିଆର ପ୍ୟାଟ୍ସ କମିନ୍ସ ଏବଂ ମିଚେଲ୍‌ ଷ୍ଟାର୍କ । ଏମାନେ ଆଇପିଏଲ୍‌ର ସବୁଠାରୁ ମହଙ୍ଗା ଖେଳାଳୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହି ୨ଜଣଙ୍କୁ ଫ୍ରାଞ୍ଚାଇଜ୍‌ ୨୦କୋଟିରୁ ଅଧିକ ଟଙ୍କାରେ କିଣିଛି । ଏବେ ପ୍ରଶ୍ନ ଆସୁଛି କଣ ଆଇପିଏଲ୍‌ର ୧୭ ସିଜିନ୍‌ରେ ଖେଳୁଥିବା ଅଷ୍ଟ୍ରେଲିଆ ପ୍ଲେୟର ତାଙ୍କ ଦାମ୍‌ ଅନୁଯାୟୀ ପ୍ରଦର୍ଶନ କରୁଛନ୍ତି ? 

ଅଷ୍ଟ୍ରେଲିଆ ପ୍ଲେୟର ମିଚେଲ ମାର୍ଶ । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି । ଫ୍ରାଞ୍ଚାଇଜ୍‌ ତାଙ୍କୁ ୬.୫ କୋଟିରେ କିଣିଛି । କିନ୍ତୁ ଏପର୍ଯ୍ୟନ୍ତ ସେ ବ୍ୟାଟର ଭାବେ ଯେତିକି ରନ୍‌ କରିନାହାନ୍ତି, ବୋଲର ଭାବେ ବିପକ୍ଷ ଟିମ୍‌କୁ ଦେଇଛନ୍ତି ତାଠାରୁ ଅଧିକ ରନ୍‌ । ଆଉ ନେଇଛନ୍ତି ମାତ୍ର ୧ ୱିକେଟ୍ । ଏହାବ୍ୟତୀତ ସେ ବର୍ତ୍ତମାନ ଆହତ ଅଛନ୍ତି । ଯେଉଁ କାରଣରୁ ଏକ ସପ୍ତାହ ପାଇଁ ମ୍ୟାଚ୍‌ରୁ ହୋଇଛନ୍ତି ଆଉଟ୍‌ । 

ଅଷ୍ଟ୍ରେଲିଆ ପ୍ଲେୟର ଗ୍ଲେନ୍ ମ୍ୟାକ୍ସୱେଲ ଏବଂ କ୍ୟାମରନ୍‌ ଗ୍ରୀନ୍‌  । ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆରସିବି ୧୧କୋଟିରେ କିଣିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମରନ୍‌ ଗ୍ରୀନଙ୍କୁ ୧୭ କୋଟି ୫୦ ଲକ୍ଷରେ କିଣିଥିଲା । କ୍ୟାମରନ୍‌ଙ୍କୁ କିଣିବା ବେଳେ ଏମ୍‌ଆଇ ତାଙ୍କଠାରୁ ଅଲ୍‌ରାଉଣ୍ଡର ପ୍ରଦର୍ଶନର ଆଶା ରଖିଥିଲା । କିନ୍ତୁ ସେ ଏଥିରେ ମାରିଛନ୍ତି ଫେଲ୍‌ । ତେବେ ଏହି ୨ ପ୍ଲେୟାର ମିଳିଥିବା ଟଙ୍କା ଅନୁଯାୟୀ ଏମାନେ ପଦର୍ଶନ କରିନାହାନ୍ତି । 

ଅଷ୍ଟ୍ରେଲିଆର ଦୁଇ ଅଲରାଉଣ୍ଡର ମାର୍କସ ଷ୍ଟୋଇନସ୍ ଏବଂ ଟିମ୍ ଡେଭିଡ୍ ମଧ୍ୟ ପୁରାପୁରି ଆଶା ପୂରଣ କରିପାରିନାହାନ୍ତି । କିନ୍ତୁ ଉଭୟ ନିଜ ନିଜ ଫ୍ରାଞ୍ଚାଇଜ୍ ପାଇଁ ୧-୧ ମ୍ୟାଚ୍ ଜିତିଛନ୍ତି । ଷ୍ଟୋଇନସ୍ ଗୁଜୁରାଟ ବିପକ୍ଷରେ ଲକ୍ଷ୍ନୌ ପାଇଁ ଏକ ମ୍ୟାଚ୍‌ ଓ୍ବିନିଙ୍ଗ୍ ଇନିଂସ ଖେଳିଛନ୍ତି । ଅନ୍ୟପଟେ ଟିମ ଡାଭିଡ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୧ଟି ବଲରେ ସଂଗ୍ରହ କରିଥିଲେ ୪୫ ରନ୍ ।  

ଷ୍ଟାର୍କ ଏବଂ କମିନ୍ସ ୨ ଜଣ ମହଙ୍ଗା ଖେଳାଳି । କେକେଆର ୨୦ କୋଟିରୁ ଅଧିକ ଟଙ୍କା ଦେଇ ଷ୍ଟାର୍କଙ୍କୁ ନିଜ ଟିମ୍ ସହ ଯୋଡିଛି । ସେ ବର୍ତ୍ତମାନ ଯାଏଁ ଆଇପିଏଲ୍‌ ଲିଗର ସବୁଠାରୁ ଦାମୀ ବୋଲର ଲିଷ୍ଟରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ପ୍ୟାଟ୍ କମିନ୍ସଙ୍କୁ ମିଳିଥିବା ୨୪ କୋଟିର ମୂଲ୍ୟ ରଖିଛନ୍ତି । ସେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ୱ ଏବଂ ବୋଲିଂ ବାହିନୀର ଭୂମିକା ଖୁବ୍‌ ତୁଲାଉଛନ୍ତି ।  ତାଙ୍କ କ୍ୟାପଟେନ୍‌ସିପ୍‌ରେ ହାଇଦ୍ରାବାଦ ପ୍ଲେଅଫ୍‌ ରେସ୍‌ରେ ରହିଛି । ତେବେ ଆଗକୁ ବାକି ଥିବା ମ୍ୟାଚ୍‌ରେ ଏହି ଅଷ୍ଟ୍ରେଲିଆ ପ୍ଲେୟର କିପରି ପ୍ରଦର୍ଶନ କରିବେ, ତା ଉପରେ ରହିଛି କ୍ରିକେଟ୍‌ପ୍ରେମୀଙ୍କ ନଜର...