ଅଷ୍ଟ୍ରେଲିଆରେ ହେବ ଜଗନ୍ନାଥଙ୍କ ରଥଯାତ୍ରା, ରଥରେ ଲାଗିବ ପିପିଲି ଚାନ୍ଦୁଆ !

ଭୁବନେଶ୍ବର ୧୯।୧: ବିଶ୍ୱ ଦେଖିବ ଜଗନ୍ନାଥ ସଂସ୍କୃତି । ଅଷ୍ଟ୍ରେଲିଆରେ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବେ ବିଶ୍ବବାସୀ । ଓଡ଼ିଆ କମ୍ୟୁନିଟି ପକ୍ଷରୁ ଚଳିତ ବର୍ଷ ଆୟୋଜିତ କରାଯିବ ରଥଯାତ୍ରା । ଅଷ୍ଟ୍ରେଲିଆ ଓଡ଼ିଆ କମ୍ୟୁନିଟି ସଦସ୍ୟ ମାନେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ସିଡନିରେ ରଥଯାତ୍ରା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଛନ୍ତି । ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଉପସ୍ଥିତରେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଛନ୍ତି ସିଡନିରେ ଥିବା ପ୍ରବାସୀ ଓଡ଼ିଆ । ଏହାସହ ରଥଯାତ୍ରାରେ ରଥରେ ଲାଗିବ ପିପିଲି ଚାନ୍ଦୁଆ । ୨୦ ଫୁଟ ଉଚ୍ଚତାର ରଥ ସହ ୫୦ ଫୁଟ ଗୋଲେଇ ଚାନ୍ଦୁଆ  ରଥରେ ଲାଗିବ । ଏଥିପାଇଁ ପିପିଲି ଚାନ୍ଦୁଆ କାରିଗର ମଧ୍ୟ ମନ୍ତ୍ରୀଙ୍କୁ ଭେଟିଥିଲେ । ସିଡନିରେ ରଥଯାତ୍ରା ପାଇଁ ୫୧ ହଜାର ଟଙ୍କାର ପ୍ରଥମ ପ୍ରୋତ୍ସାହନ ରାଶି ସଂସ୍କୃତି ମନ୍ତ୍ରୀ ପ୍ରଦାନ କରିଛନ୍ତି । ରଥଯାତ୍ରା ପରେ ସିଡନିରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ଓଡ଼ିଆ । ଏହା ଏକ ଗୌରବର କଥା, ଜଗନ୍ନାଥ ସଂସ୍କୃତିର, ପିପିଲି ଚାନ୍ଦୁଆ ଶିଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।You Can Read:ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ ନେଇ ତୁରନ୍ତ କଠୋର ଆଇନ ନନେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ : ସୂର୍ଯ୍ୟବଂଶୀ ସୁରଜ

ଅଷ୍ଟ୍ରେଲିଆରେ ହେବ ଜଗନ୍ନାଥଙ୍କ ରଥଯାତ୍ରା, ରଥରେ ଲାଗିବ ପିପିଲି ଚାନ୍ଦୁଆ !

ଭୁବନେଶ୍ବର ୧୯।୧: ବିଶ୍ୱ ଦେଖିବ ଜଗନ୍ନାଥ ସଂସ୍କୃତି । ଅଷ୍ଟ୍ରେଲିଆରେ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବେ ବିଶ୍ବବାସୀ । ଓଡ଼ିଆ କମ୍ୟୁନିଟି ପକ୍ଷରୁ ଚଳିତ ବର୍ଷ ଆୟୋଜିତ କରାଯିବ ରଥଯାତ୍ରା । ଅଷ୍ଟ୍ରେଲିଆ ଓଡ଼ିଆ କମ୍ୟୁନିଟି ସଦସ୍ୟ ମାନେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ସିଡନିରେ ରଥଯାତ୍ରା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଛନ୍ତି । ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଉପସ୍ଥିତରେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଛନ୍ତି ସିଡନିରେ ଥିବା ପ୍ରବାସୀ ଓଡ଼ିଆ । 

ଏହାସହ ରଥଯାତ୍ରାରେ ରଥରେ ଲାଗିବ ପିପିଲି ଚାନ୍ଦୁଆ । ୨୦ ଫୁଟ ଉଚ୍ଚତାର ରଥ ସହ ୫୦ ଫୁଟ ଗୋଲେଇ ଚାନ୍ଦୁଆ  ରଥରେ ଲାଗିବ । ଏଥିପାଇଁ ପିପିଲି ଚାନ୍ଦୁଆ କାରିଗର ମଧ୍ୟ ମନ୍ତ୍ରୀଙ୍କୁ ଭେଟିଥିଲେ । ସିଡନିରେ ରଥଯାତ୍ରା ପାଇଁ ୫୧ ହଜାର ଟଙ୍କାର ପ୍ରଥମ ପ୍ରୋତ୍ସାହନ ରାଶି ସଂସ୍କୃତି ମନ୍ତ୍ରୀ ପ୍ରଦାନ କରିଛନ୍ତି । 

ରଥଯାତ୍ରା ପରେ ସିଡନିରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ଓଡ଼ିଆ । ଏହା ଏକ ଗୌରବର କଥା, ଜଗନ୍ନାଥ ସଂସ୍କୃତିର, ପିପିଲି ଚାନ୍ଦୁଆ ଶିଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।


You Can Read:

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ ନେଇ ତୁରନ୍ତ କଠୋର ଆଇନ ନନେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ : ସୂର୍ଯ୍ୟବଂଶୀ ସୁରଜ