ଅଷ୍ଟ୍ରେଲିଆରେ ୧୬ବୟସରୁ କମ ବର୍ଷର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡ଼ିଆ, ଖୁବ ଶୀଘ୍ର ଲାଗୁହେବ ନିୟମ

ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବକ୍ତି । ସମସ୍ତେ ଏହି ସୋସିଆଲ ମିଡିଆ ପ୍ରେମରେ ବାୟା । ତେବେ ୧୬ ବର୍ଷରୁ କମ ବୟସର ପିଲାମାନେ ଏହାକୁ ବ୍ୟବହାର କରିପାରିବେ ନାହିଁ । ସେମାନଙ୍କର କିଛି ଆକାଉଣ୍ଟ ରହିବନାହିଁ । ଅଷ୍ଟ୍ରେଲିଆ ସରକାର ଏହାକୁ ରୋକ ଲଗାଇଛନ୍ତି । ଅତିଶୀଘ୍ର ଏହି ନିୟମ ଲାଗୁହେବ । ଯେଉଁମାନେ ଏହାକୁ ଅଣଦେଖା ବା ନିୟମ […] The post ଅଷ୍ଟ୍ରେଲିଆରେ ୧୬ବୟସରୁ କମ ବର୍ଷର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡ଼ିଆ, ଖୁବ ଶୀଘ୍ର ଲାଗୁହେବ ନିୟମ appeared first on KNews Odisha.

ଅଷ୍ଟ୍ରେଲିଆରେ ୧୬ବୟସରୁ କମ ବର୍ଷର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡ଼ିଆ, ଖୁବ ଶୀଘ୍ର ଲାଗୁହେବ ନିୟମ
child social media

ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବକ୍ତି । ସମସ୍ତେ ଏହି ସୋସିଆଲ ମିଡିଆ ପ୍ରେମରେ ବାୟା । ତେବେ ୧୬ ବର୍ଷରୁ କମ ବୟସର ପିଲାମାନେ ଏହାକୁ ବ୍ୟବହାର କରିପାରିବେ ନାହିଁ । ସେମାନଙ୍କର କିଛି ଆକାଉଣ୍ଟ ରହିବନାହିଁ । ଅଷ୍ଟ୍ରେଲିଆ ସରକାର ଏହାକୁ ରୋକ ଲଗାଇଛନ୍ତି । ଅତିଶୀଘ୍ର ଏହି ନିୟମ ଲାଗୁହେବ । ଯେଉଁମାନେ ଏହାକୁ ଅଣଦେଖା ବା ନିୟମ ମାନିବେ ନାହିଁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ । ତେବେ ପ୍ରଧାନମନ୍ତ୍ରୀ ଏନଥୋନି ଏକ ପ୍ରେସମିଟରେ କହିଛନ୍ତି କି ଏହାକୁ ବ୍ୟବହାର କରିବା ଦ୍ଵାରା ଛୋଟ ପିଲାଙ୍କ ମାନସୀକ ଓ ଶାରିରୀକ ଉପରେ ଏହାର ପ୍ରଭାବ ପକାଇଥାଏ । ପରିବାର ଲୋକେ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ତେବେ ଅଷ୍ଚେଲିଆ ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡେ ପ୍ରଶଂସା କରାଯାଉଛି । ବର୍ତମାନ ସମୟରେ ସୋସିଆଲ ମିଡିଆ ପବନ ଓ ପାଣି ଠାରୁ ଅଧିକ ଆବଶ୍ୟକ ହୋଇପଡିଛି । ତେଣୁ ପିଲାମାନେ ଏଥିରୁ କିଭଳି ରକ୍ଷା ପାଇବେ ଓ କିଭଳି ଦୁରେଇ ରହିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ୧୬ ବର୍ଷରୁ କମ୍ ବୟସର ଛୁଆଙ୍କୁ ସୋସିଆଲ ମିଡିଆ ବ୍ୟାନ ଉପରେ ଚଳିତ ବର୍ଷ ସଂସଦରେ ଏହି ପ୍ରସଙ୍ଗ ଉଠିବ । ନିୟମ ପ୍ରସ୍ତୁତ ୧ବର୍ଷ ପରେ ଏହାକୁ ଲାଗୁ କରାଯିବ । ବାପା ମାଆଙ୍କ ଅନୁମତି ପରେ ମଧ୍ୟ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ନିୟମ କରାଯିବ । ଅନେକ ଦେଶରେ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇବା କାରଣରୁ ଛୁଆଙ୍କ ଉପରେ କୁପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି ।

ଏକ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆରେ ଲୋକେ ୧ ଘଣ୍ଟା ୫୧ ମିନିଟ ସମୟ ବିତାଉଥିବା ବେଳେ ଭାରତରେ ପ୍ରତିଦିନ ୧୯୪ ମିନିଟ ସମୟ ସୋସିଆଲ ମିଡିଆକୁ ଦେଇଥାନ୍ତି । ସୋସିଆଲ ମିଡିଆ ପିଲାଙ୍କ ପାଇଁ ବରଦାନ ଓ ଅଭିଶାପ ହୋଇପାରେ । ଯେତେବେଳେ ଆମେ ସମସ୍ତେ ସୋସିଅଲ ମିଡିଆରେ ଦରକାର ଠାରୁ ଅଧିକ ସମୟ ଦେଇଥାଇ ତେବେ ଏହା ଆମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ତେବେ ଚିନ୍ତା କରନ୍ତୁ ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ କେତେ ଅଧିକା ପଡୁ ନଥିବ । ପିଲାମାନଙ୍କ ମାନସୀକ ସ୍ୱାସ୍ଥ୍ୟ ସେମାନଙ୍କ ଜୀବନର ମୂଳଦୂଆ ଅଟେ । ସୋସିଅଲ ମିଡିଆର ପ୍ରଭାବରେ ସୁରକ୍ଷା,ଚିନ୍ତା, ଓ ଅବସାଦ ଆସିବା ଏକ ସାଧାରଣ କଥା । ଏହାକୁ ବାରଣ କରିବା ଦ୍ବାରା ସେମାନେ ସୁରକ୍ଷିତ ରହିପାରିବେ ।

 

The post ଅଷ୍ଟ୍ରେଲିଆରେ ୧୬ବୟସରୁ କମ ବର୍ଷର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡ଼ିଆ, ଖୁବ ଶୀଘ୍ର ଲାଗୁହେବ ନିୟମ appeared first on KNews Odisha.